
ଝାରସୁଗୁଡ଼ା, ୦୮ ସେପ୍େଟମ୍ବର (ହି.ସ.) କୋଲାବିରା ବ୍ଲକ ଅନ୍ତର୍ଗତ କୁଲିହାମାଲ ମିନି ଷ୍ଟାଡିୟମରେ ନୂଆଁଖାଇ ଉପଲକ୍ଷେ ଚାଲିଥିବା ବହୁ ପ୍ରସିଦ୍ଧ ଜ୍ୟୋତି ଏକାଦଶ ଫୁଟବଲ୍ ଟୁର୍ଣ୍ଣାମେଂଟର ୪ର୍ଥ କ୍ୱାର୍ଟର ଫାଇନାଲ ମ୍ୟାଚରେ ବିଏଫ୍ସି କୁଚିଣ୍ଡା ଦଳ ଚମତ୍କାର ବିଜୟ ହାସଲ କରିଛି। ଦଳ ୨-୦ ଗୋଲ୍ରେ ଜୟ ଯବାନ କ୍ଲବ, ଝାରସୁଗୁଡ଼ାକୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟର ୪ର୍ଥ ଦଳ ଭାବେ ସେମିଫାଇନାଲରେ ସ୍ଥାନ ପକ୍କା କରିଛି।
ମ୍ୟାଚ୍ଟିକୁ ରେଫରି ରାଜେଶ ଭଇଁସା, ଅଗସ୍ତି ହାତୀପଟା, ବବୁଲୁ ଲୁହାର ଓ ରାଜକୁମାର ମଣ୍ଡଳ ପରିଚାଳନା କରିଥିଲେ। ଶ୍ରୀକାନ୍ତ କଉଡ଼ି ଓ ଅମିୟ ପଟେଲ ଧାରାବିବରଣୀ ପ୍ରଦାନ କରିଥିଲେ।
ମ୍ୟାଚ୍ରେ ଜିଲ୍ଲା ରେଫରୀ ସଂଘର ସଭାପତି ଜଗନ୍ନାଥ ରାଓ ଓ ଫୁଟବଲ୍ ସଂଘର ପୂର୍ବତନ ସମ୍ପାଦକ ମୁନ୍ନା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।
ଟୁର୍ଣ୍ଣାମେଣ୍ଟର ସୁଚାରୁ ଆୟୋଜନରେ ଜ୍ୟୋତି ଏକାଦଶ କ୍ଲବର ଲିପୁନ ନାଏକ, ଅନିଲ କିସାନ, କ୍ଷୀରୋଦ ଜଗତ, ମାନସ ନାଏକ, ଛବିଳ ନାଏକଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ