ସମାଜସେବୀ ମେନକା ସୁନ୍ଦରୀ ଭଞ୍ଜଙ୍କ ପ୍ରଥମ ସ୍ମୃତି ବାର୍ଷିକ ପାଳିତ
ଭଦ୍ରକ, ୮ ସେପ୍ଟେମ୍ବର (ହି.ସ.) - ଭଦ୍ରକ ସହରର ଅନ୍ୟତମ ସମାଜସେବିକା ତଥା ପରିବେଶ ଓ ପ୍ରକୃତି ପ୍ରେମୀ ମେନକା ସୁନ୍ଦରୀ ଭଞ୍ଜଙ୍କ ପ୍ରଥମ ସ୍ମୃତି ବାର୍ଷିକରେ ଭଦ୍ରକ ଗବସାହି ସ୍ଥିତ ଦୁର୍ଗା ମଣ୍ଡପ ପରିସରରେ ବରିଷ୍ଠ ଆଇନଜୀବୀ ପବନ କୁମାର ଶର୍ମା ଙ୍କ ସଭାପତିତ୍ୱରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହ
MENAKA SUNDARI BHANJA SMRUTI BARSIKA


ଭଦ୍ରକ, ୮ ସେପ୍ଟେମ୍ବର (ହି.ସ.) - ଭଦ୍ରକ ସହରର ଅନ୍ୟତମ ସମାଜସେବିକା ତଥା ପରିବେଶ ଓ ପ୍ରକୃତି ପ୍ରେମୀ ମେନକା ସୁନ୍ଦରୀ ଭଞ୍ଜଙ୍କ ପ୍ରଥମ ସ୍ମୃତି ବାର୍ଷିକରେ ଭଦ୍ରକ ଗବସାହି ସ୍ଥିତ ଦୁର୍ଗା ମଣ୍ଡପ ପରିସରରେ ବରିଷ୍ଠ ଆଇନଜୀବୀ ପବନ କୁମାର ଶର୍ମା ଙ୍କ ସଭାପତିତ୍ୱରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ଚାରଣ ସଭାରେ ବରିଷ୍ଠ ଆଇନଜୀବୀ ଶଶିଭୂଷଣ ପଣ୍ଡା,ରାଧାନାଥ ଦାସ, ସନ୍ତୋଷ ମହାପାତ୍ର, ଜୟନ୍ତ ଭୋଇ, ବିକାଶ ନାଥ, ଉଷାଶ୍ରୀ ବାରିକ୍, ଗଣେଶ ରାମ, ଦେବାଶିଷ ନାୟକ , ମନୋରଞ୍ଜନ ଦାସ, ଚିତରଞ୍ଜନ ନାୟକ, ପ୍ରକାଶ ବାରିକ, କୌଶିକ୍ ଦାସ, ମହିଳା ନେତ୍ରୀ ଚାରୁଲତା ମହାପାତ୍ର ପ୍ରମୁଖ ଯୋଗଦେଇ ମେନକା ଦେବୀଙ୍କ ସ୍ମୃତି ଚାରଣ କରିବା ସହ ଆମ ଦେଶର ପରିବେଶ ନୀତିକୁ ବେଖାତିର କରି କେନ୍ଦ୍ର ସରକାର ପୁଞ୍ଜିପତି ମାନଙ୍କୁ ଜଙ୍ଗଲ କାଟିବା ପାଇଁ ଅନୁମତି ଦେବା ଘଟଣାକୁ ଏହି ସଭାରେ ତୀବ୍ର ନିନ୍ଦା କରାଯାଇଥିଲା ଓ ଏମ୍ ଏମ୍ ଡି ଆର ସଂଶୋଧନ ଆଇନ ବଳରେ କେନ୍ଦ୍ର ସରକାର ଓଡିଶାର ଖଣିଜ ସଂପଦକୁ ଲୁଣ୍ଠନ କରିବାର ଚକ୍ରାନ୍ତକୁ ମଧ୍ୟ ଏହି ସଭାରେ ତୀବ୍ର ନିନ୍ଦା କରାଯାଇଥିଲା । ଶେଷରେ ମେନକା ଦେବୀଙ୍କ ପୁତ୍ର ଆଇନଜୀବୀ ଦୀପକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande