ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ଅଧିକ ୨ ଟଙ୍କା ଦେବ ଓମଫେଡ୍
ଭୁବନେଶ୍ୱର, ୦୮ ସେପ୍ଟେମ୍ବର (ହି.ସ.) - ଆସନ୍ତା ୧୧ ତାରିଖରୁ ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ଅଧିକ ୨ ଟଙ୍କା ମିଳିବ। ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମଙ୍ଗଳବାର ଏହି ଘୋଷଣା କରିଛନ୍ତି। ଏହାଦ୍ୱାରା ରାଜ୍ୟର ୩ ଲକ୍ଷରୁ ଊର୍ଦ୍ଧ୍ୱ ଦୁଗ୍ଧ ଚାଷୀ ଉପକୃତ ହେବେ। ମଙ୍ଗଳବାର ଦିନ ଭୁବନେଶ୍ୱର
ghjmguli


ଭୁବନେଶ୍ୱର, ୦୮ ସେପ୍ଟେମ୍ବର (ହି.ସ.) - ଆସନ୍ତା ୧୧ ତାରିଖରୁ ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ଅଧିକ ୨ ଟଙ୍କା ମିଳିବ। ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମଙ୍ଗଳବାର ଏହି ଘୋଷଣା କରିଛନ୍ତି। ଏହାଦ୍ୱାରା ରାଜ୍ୟର ୩ ଲକ୍ଷରୁ ଊର୍ଦ୍ଧ୍ୱ ଦୁଗ୍ଧ ଚାଷୀ ଉପକୃତ ହେବେ।

ମଙ୍ଗଳବାର ଦିନ ଭୁବନେଶ୍ୱର ସ୍ଥିତ ଓମ୍ଫେଡ୍ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆସନ୍ତା ୧୧ ସେପ୍ଟେମ୍ବରରୁ ଓମ୍ଫେଡ୍ ପକ୍ଷରୁ ଦୁଗ୍ଧ କ୍ରୟ ମୂଲ୍ୟରେ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି ଲାଗୁ ହେବ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ। ରାଜ୍ୟର ଦୁଗ୍ଧ ଚାଷୀଙ୍କ ଜୀବିକା, ଆୟ ଓ ସ୍ୱାର୍ଥକୁ ପ୍ରାଥମିକତା ଦେଇ ଓମ୍ଫେଡ୍ ପକ୍ଷରୁ ଏହି ନିଷ୍ପତି ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande