୫ ଓରାଙ୍ଗଉଟାନ ମିଳିବା ଘଟଣାରେ ତଦନ୍ତ ହେବ
ଭୁବନେଶ୍ୱର, 08 ସେପ୍ଟେମ୍ବର (ହି.ସ.)-୫ ଓରାଙ୍ଗଉଟାନ ମିଳିବା ଘଟଣାରେ ତଦନ୍ତ ହେବ । ଏନେଇ ବିଭାଗୀୟ ମନ୍ତ୍ରୀ ଗଣେଶରାମ ସିଂ ଖୁଂଟିଆ ସୂଚନା ଦେଇଛନ୍ତି । ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ଘଟଣାର ତଦନ୍ତ କରିବ । ଅନ୍ତର୍ଜାତୀୟ ମାଫିଆ ଚାଲାଣ କରୁ ଥାଇପାରେ,
୫ ଓରାଙ୍ଗଉଟାନ ମିଳିବା     ଘଟଣାରେ ତଦନ୍ତ ହେବ


ଭୁବନେଶ୍ୱର, 08 ସେପ୍ଟେମ୍ବର (ହି.ସ.)-୫ ଓରାଙ୍ଗଉଟାନ ମିଳିବା ଘଟଣାରେ ତଦନ୍ତ ହେବ ।

ଏନେଇ ବିଭାଗୀୟ ମନ୍ତ୍ରୀ ଗଣେଶରାମ ସିଂ ଖୁଂଟିଆ ସୂଚନା ଦେଇଛନ୍ତି । ୱାଇଲ୍ଡ ଲାଇଫ୍ କ୍ରାଇମ୍

କଣ୍ଟ୍ରୋଲ ବ୍ୟୁରୋ ଘଟଣାର ତଦନ୍ତ କରିବ । ଅନ୍ତର୍ଜାତୀୟ ମାଫିଆ ଚାଲାଣ କରୁ ଥାଇପାରେ, ତଦନ୍ତ କରାଯିବ । କାରଣ ଏହି ପ୍ରଜାତି ଭାରତରେ ନାହାନ୍ତି କି ଓଡ଼ିଶାରେ ନାହାନ୍ତି । ଏନେଇ

ନିଜେ ପିସିସିଏଫ ମଧ୍ୟ ମନିଟରିଂ କରୁଛନ୍ତି । ଗୋଟେ ଓରାଙ୍ଗଉଟାନର ବଜାରରେ ଦାମ ୨୫ ଲକ୍ଷ ଟଙ୍କା

। ସେମାନଙ୍କୁ ନେଇ ରିସର୍ଚ୍ଚ କରାଯିବ । ଚେକ୍ ଦେବା ପାଇଁ ଏୟାରପୋର୍ଟ ଓ ରେଲୱେ ସହ

କଥାବାର୍ତ୍ତା କରିବୁ ବୋଲି ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande