
ନୂଆଦିଲ୍ଲୀ, ସେପ୍େଟମ୍ବର ୮ (ହି.ସ.) - ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀତା ମନ୍ତ୍ରଣାଳୟର ଉନ୍ନତ ଆଇ. ଟି. ଆଇ. (ପି. ଏମ୍.-ଏସ୍. ଇ. ଟି. ୟୁ.) ମାଧ୍ୟମରେ ପ୍ରଧାନମନ୍ତ୍ରୀ ଦକ୍ଷତା ଏବଂ ନିଯୁକ୍ତି ପରିବର୍ତନ ଯୋଜନା ଅଧୀନରେ ଜାତୀୟ ପରିଚାଳନା କମିଟି (ଏନ୍. ଏସ୍. ସି.) ରାଜସ୍ଥାନ, ଉତର ପ୍ରଦେଶ ଏବଂ ତେଲେଙ୍ଗାନାର ଆଇ. ଟି. ଆଇ. ସମୂହ ପାଇଁ ୭୩୫.୭୦ କୋଟି ଟଙ୍କାର ରଣନୈତିକ ନିବେଶ ଯୋଜନା (ଏସ୍. ଆଇ. ପି.) କୁ ଅନୁମୋଦନ କରିଛି।
ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀତା ମନ୍ତ୍ରଣାଳୟର ସଚିବ ଦେବଶ୍ରୀ ମୁଖାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ପରିଚାଳନା କମିଟିର ପଂଚମ ବୈଠକରେ ଏହି ନିଷ୍ପତି ନିଆଯାଇଛି। ଏହି ବୈଠକରେ ତାଲିମ ମହାନିର୍ଦ୍ଦେଶକ ଦିଲୀପ କୁମାର, ଅତିରିକ୍ତ ସଚିବ ତଥା ଆôର୍ଥକ ପରାମର୍ଶଦାତା ଜି. ମଧୁମିତା ଦାସ, ଯୁଗ୍ମ ସଚିବ ମାନସୀ ସହାୟ ଠାକୁର, ବିଭିନ୍ନ ରାଜ୍ୟର ବରିଷ୍ଠ ଅଧିକାରୀ, ବହୁପକ୍ଷୀୟ ବିକାଶ ବ୍ୟାଙ୍କ ଏବଂ ଶିଳ୍ପ ଅଂଶୀଦାରଙ୍କ ପ୍ରତିନିଧିମାନେ ଯୋଗ ଦେଇଥିଲେ।
ମନ୍ତ୍ରଣାଳୟ ଅନୁଯାୟୀ, ନୂତନ ଅନୁମୋଦନ ସହିତ, ପିଏମ-ସେଟିୟୁ ଅଧୀନରେ ମଞ୍ଜୁର ହୋଇଥିବା ମୋଟ ପୁଞ୍ଜି ବିନିଯୋଗ ୨,୧୭୧ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହା ସାରା ଦେଶରେ ନଅଟି ଆଇଟିଆଇ କ୍ଲଷ୍ଟରରେ ଆଧୁନିକ, ଶିଳ୍ପ ଭିତିକ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ତାଲିମ ପ୍ରତିଷ୍ଠାନର ବିକାଶକୁ ତ୍ୱରାନ୍ୱିତ କରିବ।
ରାଜସ୍ଥାନର ଭିୱାଡ଼ି ଆଇ. ଟି. ଆଇ. କ୍ଲଷ୍ଟର ପାଇଁ ୨୪୧ କୋଟି ଟଙ୍କାର ନିବେଶ ଯୋଜନାକୁ ମଞ୍ଜୁରି ଦିଆଯାଇଛି। ଏହି କ୍ଲଷ୍ଟରରେ ହବ୍ ଭାବେ ସରକାରୀ ଆଇ. ଟି. ଆଇ. ଭିୱାଡ଼ି ଏବଂ ସ୍ପୋକ ଅନୁଷ୍ଠାନ ଭାବେ ଅଲୱାର, ନିମ୍ରାନା, ତିଜାରା ଏବଂ କିଶନଗଡ଼ ବାସ ଆଇ. ଟି. ଆଇ. ସାମିଲ ରହିଛି। ଏଚ. ଜି. ଇନଫ୍ରା ଇଞ୍ଜିନିୟରିଂ ଲିମିଟେଡ୍ ଦ୍ୱାରା ଏହି ଯୋଜନାର ପ୍ରସ୍ତାବ ଦିଆଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ