ପଞ୍ଜାବରେ ଗୁଲଜାର ସିଂଙ୍କ ମୃତ୍ୟୁ ମାମଲାରେ ହରପାଲ ସିଂ ଚିମାଙ୍କ ଇସ୍ତଫା ଦାବି କଲା କଂଗ୍ରେସ
ନୂଆଦିଲ୍ଲୀ, ସେପ୍େଟମ୍ବର ୮ (ହି.ସ.) - ପଞ୍ଜାବ ବିଧାନସଭାରେ ବିରୋଧୀ ଦଳ ନେତା ପ୍ରତାପ ସିଂ ବାଜୱା କୃଷକ ଗୁଲଜାର ସିଂଙ୍କ ମୃତ୍ୟୁରେ ରାଜ୍ୟ ଅର୍ଥମନ୍ତ୍ରୀ ହରପାଲ ସିଂ ଚିମାଙ୍କ ଇସ୍ତଫା ଦାବି କରିଛନ୍ତି। ବାଜୱା କହିଛନ୍ତି ଯେ ଚିମାଙ୍କ ବିରୋଧରେ ଏଫ୍ଆଇଆର୍ ମଧ୍ୟ ଦାଖଲ କରାଯିବା ଉଚିତ। ସେ ଅଭିଯୋଗ କ
ପଞ୍ଜାବରେ ଗୁଲଜାର ସିଂଙ୍କ ମୃତ୍ୟୁ ମାମଲାରେ ହରପାଲ ସିଂ ଚିମାଙ୍କ ଇସ୍ତଫା ଦାବି କଲା କଂଗ୍ରେସ


ନୂଆଦିଲ୍ଲୀ, ସେପ୍େଟମ୍ବର ୮ (ହି.ସ.) - ପଞ୍ଜାବ ବିଧାନସଭାରେ ବିରୋଧୀ ଦଳ ନେତା ପ୍ରତାପ ସିଂ ବାଜୱା କୃଷକ ଗୁଲଜାର ସିଂଙ୍କ ମୃତ୍ୟୁରେ ରାଜ୍ୟ ଅର୍ଥମନ୍ତ୍ରୀ ହରପାଲ ସିଂ ଚିମାଙ୍କ ଇସ୍ତଫା ଦାବି କରିଛନ୍ତି। ବାଜୱା କହିଛନ୍ତି ଯେ ଚିମାଙ୍କ ବିରୋଧରେ ଏଫ୍ଆଇଆର୍ ମଧ୍ୟ ଦାଖଲ କରାଯିବା ଉଚିତ। ସେ ଅଭିଯୋଗ କରିଛନ୍ତି ଯେ ଆମ୍ ଆଦମୀ ପାର୍ଟି ସରକାର ଲୋକଙ୍କୁ ପ୍ରଶ୍ନ ପଚାରିବାକୁ ମଧ୍ୟ ଅନୁମତି ଦେଉ ନାହାଁନ୍ତି।

ମଙ୍ଗଳବାର ଏଠାରେ କଂଗ୍ରେସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବାଜୱା କହିଛନ୍ତି ଯେ ଅର୍ଥମନ୍ତ୍ରୀ ହରପାଲ ସିଂ ଚିମା ସେପ୍େଟମ୍ବର ୬ ରେ ଏକ ବୈଠକରେ ଦାବି କରିଥିଲେ ଯେ ରାଜ୍ୟରେ ଡ୍ରଗ୍ସ ବିରୋଧରେ ଅଭିଯାନ ସଫଳ ହୋଇଛି। ଏହି ବୈଠକରେ ଉପସ୍ଥିତ ଥିବା ଗୁଲଜାର ସିଂହ ମନ୍ତ୍ରୀଙ୍କ ଦାବିକୁ ଖଣ୍ଡନ କରି କହିଥିଲେ ଯେ ପଞ୍ଜାବର ପ୍ରତ୍ୟେକ ଘରେ ଡ୍ରଗ୍ସ ପହଂଚି ଯାଇଛି। ପରଦିନ, ଗ୍ରାମ ପଂଚ ଏବଂ ଆପ୍ ସମର୍ଥକମାନେ ଗୁଲ୍ଜାର୍ ସିଂଙ୍କ ଘରେ ପହଂଚି ମନ୍ତ୍ରୀଙ୍କୁ କ୍ଷମା ମାଗିବାକୁ କହିଥିଲେ।

ସେ ଦାବି କରିଛନ୍ତି ଯେ ଗୁଲଜାର ସିଂ କ୍ଷମା ମାଗିବାକୁ ମନା କରିବା ପରେ ତାଙ୍କ ଉପରେ ଚାପ ବଢ଼ିଲା ଏବଂ ପରେ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଧମକ ଅଭିଯୋଗ କରି ଏକ ଭିଡିଓ ଜାରି କରିଥିଲେ। ବାଜୱା କହିଛନ୍ତି ଯେ ବର୍ତମାନ ଖବର ଆସିଛି ଯେ ଗୁଲଜାର ସିଂ ସଲଫା ଖାଇ ଆତ୍ମହତ୍ୟା କରିଛନ୍ତି।

ସେ କହିଥିଲେ ଯେ ପଞ୍ଜାବର ଆମ୍ ଆଦମୀ ପାର୍ଟି ସରକାରର ଏକ ଚିନ୍ତାଜନକ ଚେହେରା ସାମ୍ନାକୁ ଆସୁଛି। ରାଜ୍ୟରେ ସରକାରୀ କର୍ମଚାରୀ, କୃଷକ, ଏମ୍. ଜି. ଏନ୍. ଆର.ଇ. ଜି. ଏ. କର୍ମୀ, ଆଶା କର୍ମୀ, ଶ୍ରମିକ ଏବଂ ଯୁବକମାନେ ଯେଉଁଠାରେ ବିକ୍ଷୋଭ ପ୍ରଦର୍ଶନ କରନ୍ତି, ସେଠାରେ ପୋଲିସ୍ ବଳର ବ୍ୟବହାର କରାଯାଇଥାଏ। ଆମ୍ ଆଦମୀ ପାର୍ଟି ସରକାର ପଞ୍ଜାବ ପୋଲିସକୁ ଏକ ଘରୋଇ ସୈନ୍ୟବାହିନୀ' ରେ ପରିଣତ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande