ସେବା ସଂକଳ୍ପ ଅଭିଯାନ ପାଇଁ ପ୍ରସ୍ତୁତି ବୈଠକ
ଭଦ୍ରକ, ୮ ସେପ୍ଟେମ୍ବର (ହି.ସ.) - ଭାରତୀୟ ଜନତା ପାର୍ଟିର ଭଣ୍ଡାରିପୋଖରୀ ମଣ୍ଡଳ ଶାଖା ପକ୍ଷରୁ ଆସନ୍ତା ୧୭ ସେପ୍େଟମ୍ବର ରୁ ୧୭ ଅକ୍ଟୋବର ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ହେବାକୁ ଥିବା ସେବା ସଙ୍କଳ୍ପ ଅଭିଯାନ ପାଇଁ ଦଳର ଭଣ୍ଡାରିପୋଖରୀ ମଣ୍ଡଳ କାର୍ଯ୍ୟାଳୟଠାରେ ମଣ୍ଡଳ ସଭାପତି ତରଣୀସେନ ଜେନାଙ୍କ ସଭା
SEBA SANKALPA ABHIJAN


ଭଦ୍ରକ, ୮ ସେପ୍ଟେମ୍ବର (ହି.ସ.) - ଭାରତୀୟ ଜନତା ପାର୍ଟିର ଭଣ୍ଡାରିପୋଖରୀ ମଣ୍ଡଳ ଶାଖା ପକ୍ଷରୁ ଆସନ୍ତା ୧୭ ସେପ୍େଟମ୍ବର ରୁ ୧୭ ଅକ୍ଟୋବର ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ହେବାକୁ ଥିବା ସେବା ସଙ୍କଳ୍ପ ଅଭିଯାନ ପାଇଁ ଦଳର ଭଣ୍ଡାରିପୋଖରୀ ମଣ୍ଡଳ କାର୍ଯ୍ୟାଳୟଠାରେ ମଣ୍ଡଳ ସଭାପତି ତରଣୀସେନ ଜେନାଙ୍କ ସଭାପତିତ୍ୱରେ ମଣ୍ଡଳ ମାସିକ ବୈଠକ ଓ ସେବା ସଂକଳ୍ପ ଅଭିଯାନ -୨୬' କାର୍ଯ୍ୟକ୍ରମର ଏକ ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି।ଏହି କର୍ମଶାଳାରେ ଦଳର ଜିଲ୍ଲା ଉପସଭାପତି ତପସ୍ୱିନୀ ମହାପାତ୍ର,ଅମୂଲ୍ୟ କୁମାର ନାୟକ,ସାଧାରଣ ସମ୍ପାଦକ ତପନ କୁମାର ମହାନ୍ତି,ସମ୍ପାଦକ କିଶୋର କିଙ୍କର ପଢିଆରି,ମଣ୍ଡଳ ପ୍ରଭାରୀ ଶ୍ରୀଧର ସ୍ୱାଇଁ ପ୍ରମୂଖ ଯୋଗ ଦେଇ ଆଲୋଚନା କରିଥିଲେ ।ଏଥିରେ ମଣ୍ଡଳ କମିଟି ସଦସ୍ୟ,ପଂଚାୟତ ପ୍ରଭାରୀ,ଶକ୍ତିକେନ୍ଦ୍ର ପ୍ରମୁଖ, ସହ ପ୍ରମୁଖ, ପଂଚାୟତ ସମ୍ପାଦକ, ନିର୍ବାଚିତ ପ୍ରତିନିଧି ଏବଂ ପଂଚାୟତ ର ବରିଷ୍ଠ କାର୍ଯ୍ୟକର୍ତାମାନେ ଯୋଗ ଦେଇଥିଲେ । କର୍ମଶାଳାର ଅନ୍ତିମ ପର୍ଯ୍ୟାୟରେ ସନ୍ଥ ଶିରୋମଣି ଗୁରୁ ରବି ଦାସଙ୍କ ୬୫୦ ତମ ଜୟନ୍ତୀ ବର୍ଷ ଉପଲକ୍ଷେ ଜିଲ୍ଲାରୁ ଆସିଥିବା ପବିତ୍ର ମୃତିକାକୁ ସମସ୍ତ ଶକ୍ତିକେନ୍ଦ୍ର ସଭାପତି ମାନେ ମଣ୍ଡଳ କାର୍ଯ୍ୟାଳୟରୁ ପବିତ୍ର କଳସରେ ନେଇ ନିଜ ନିଜ ପଂଚାୟତରେ ଏହି କାର୍ଯ୍ୟକ୍ରମ କରିବାକୁ ସଂକଳ୍ପ ନେଇଥିଲେ। ମଣ୍ଡଳ ସାଧାରଣ ସମ୍ପାଦକ ବୈଦ୍ୟନାଥ ସାହୁ ପ୍ରାରମ୍ଭିକ ସୂଚନା, ଅତିଥି ପରିଚୟ ଓ ସଞ୍ଜୟ ପଣ୍ଡା ଧନ୍ୟବାଦ ଦେଇଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande