ଏସଆଇଆର ରୋଲ ପର୍ଯ୍ୟବେକ୍ଷକଙ୍କ ପୁରୀ ଜିଲ୍ଲା ଗସ୍ତ
ପୁରୀ, ୮ ସେପ୍ଟେମ୍ବର (ହି.ସ.)- ପୁରୀ ଜିଲ୍ଲା ଏସ ଆଇ ଆର କାର୍ଯ୍ୟ ପାଇଁ ନିଯୁକ୍ତ ରୋଲ ପର୍ଯ୍ୟବେକ୍ଷକ ତଥା ଏମ ଏସ ଏମ ଇ ବିଭାଗର କମିଶନର-କମ୍-ସଚିବ ଶ୍ରୀମତୀ ରଶ୍ମିତା ପଣ୍ଡା ଆଜି ଦ୍ୱିତୀୟ ଥର ପାଇଁ ପୁରୀ ଜିଲ୍ଲା ଗସ୍ତ କରିଥିଲେ। ସେ ୧୧୦-ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀ ପରିଦର୍ଶନ କରି ଏସ
ଏସ ଆଇ ଆର ରୋଲ ପର୍ଯ୍ୟବେକ୍ଷକ ଙ୍କ ପୁରୀ ଜିଲ୍ଲା ଗସ୍ତ।


ପୁରୀ, ୮ ସେପ୍ଟେମ୍ବର (ହି.ସ.)- ପୁରୀ ଜିଲ୍ଲା ଏସ ଆଇ ଆର କାର୍ଯ୍ୟ ପାଇଁ ନିଯୁକ୍ତ ରୋଲ ପର୍ଯ୍ୟବେକ୍ଷକ ତଥା ଏମ ଏସ ଏମ ଇ ବିଭାଗର କମିଶନର-କମ୍-ସଚିବ ଶ୍ରୀମତୀ ରଶ୍ମିତା ପଣ୍ଡା ଆଜି ଦ୍ୱିତୀୟ ଥର ପାଇଁ ପୁରୀ ଜିଲ୍ଲା ଗସ୍ତ କରିଥିଲେ। ସେ ୧୧୦-ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀ ପରିଦର୍ଶନ କରି ଏସ ଆଇ ଆର କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ସର୍ବାଧିକ ଯୋଗ ଓ ବିୟୋଗ ରିପୋର୍ଟ କରିଥିବା ବୁଥଗୁଡ଼ିକର ସୁପର୍-ଚେକିଂ କରିଥିଲେ। ପୁରୀ ଜିଲ୍ଲାରେ ଏସ ଆଇ ଆର କାର୍ଯ୍ୟର ସାମଗ୍ରିକ ଅଗ୍ରଗତି ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ।

ଏହି ଗସ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଉପ ଜିଲ୍ଲାପାଳ ନୀଳମାଧବ ମାଝୀ, ବିଡ଼ିଓ ସରୋଜ କୁମାର ରାଉତ ପ୍ରମୁଖଙ୍କ ସହ ବିଏଲଓ, ବିଏଲଓ ସୁପରଭାଇଜର ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande