
କେନ୍ଦୁଝର, ୮ ସେପ୍ଟେମ୍ବର (ହି.ସ.)- ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ୨୦୨୫-୨୬ ଶିକ୍ଷା ବର୍ଷରେ ଭୂ-ବିଜ୍ଞାନରେ ଶତକଡା ୯୦.୦୫ ନମ୍ବର ସିଜିପିଏ ରଖି ଉତ୍ତିର୍ଣ୍ଣ ହୋଇଥିବା ଘଟଗାଁ ବ୍ଲକ ଗଦାଧରପୁର ବାସିନ୍ଦା ସୁରେଶ ଚନ୍ଦ୍ର ବେହେରାଙ୍କ ଝିଅ ସ୍ଵାତୀ ସୂଚନା ବେହେରା କୃତିତ୍ୱ ହାସଲ କରିବା ସହିତ ଆଜି ଏହି ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସ୍ଵର୍ଣ୍ଣ ପଦକ ସହ ଉପଢୌକନ ପ୍ରାପ୍ତ ହୋଇଛନ୍ତି ।
ମୁଖ୍ୟଅତିଥି ଭାବେ ସମ୍ବଳପୁର ସାଂସଦ ତଥା ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ଛାତ୍ରୀ ସ୍ୱାତୀ ସୂଚନା ସମ୍ବର୍ଦ୍ଧିତ ହୋଇଛନ୍ତି । କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶି ସୁରଜ, କୁଳାଧିପତି ତଥା ରାଜ୍ୟପାଳ ହରିବାବୁ କୁମ୍ଭମ୍ ପଟ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।
ଘଟଗାଁ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରୁ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିବା ସ୍ୱାତୀ ସୂଚନା ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ରୀର ପରିଚୟ ସୃଷ୍ଟି କରିଥିଲେ । ଝିଅର ଏହି କୃତିତ୍ୱରେ ପିତା ସୁରେଶ ଓ ମାତା ପୂର୍ଣ୍ଣିମା ନିଜର ଖୁସି ଵ୍ୟକ୍ତ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA