ନୁଆଁଖାଇ ପାଇଁ ୩ ଦିନ ଛୁଟି, କେନ୍ଦ୍ରୀୟ ବିଦ୍ୟାଳୟ ଚୟନ ପରୀକ୍ଷା ତାରିଖ ଘୁଂଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ବଲାଙ୍ଗୀର, ୦୮ ସେପ୍ଟେମ୍ବର(ହି.ସ.) – ନୁଆଁଖାଇ ପାଇଁ ପଶ୍ଚିମ ଓଡ଼ିଶା ସାରା ଚଳଚଂଚଳ ହେଉଥିବା ବେଳେ, ଆଉ କିଛି ଦିନ ପରେ ନୁଆଁଖାଇ ପାଳିତ ହେବ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ନିମ୍ନରେ ଦାବି ଉପସ୍ଥାପନ କରିଛନ୍ତି। ପାଟଣା ରାଜ୍ୟର
ନୁଆଁଖାଇ ପାଇଁ ୩ ଦିନ ଛୁଟି, କେନ୍ଦ୍ରୀୟ ବିଦ୍ୟାଳୟ ଚୟନ ପରୀକ୍ଷା ତାରିଖ ଘୁଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର


ନୁଆଁଖାଇ ପାଇଁ ୩ ଦିନ ଛୁଟି, କେନ୍ଦ୍ରୀୟ ବିଦ୍ୟାଳୟ ଚୟନ ପରୀକ୍ଷା ତାରିଖ ଘୁଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର


ବଲାଙ୍ଗୀର, ୦୮ ସେପ୍ଟେମ୍ବର(ହି.ସ.) – ନୁଆଁଖାଇ ପାଇଁ ପଶ୍ଚିମ ଓଡ଼ିଶା ସାରା ଚଳଚଂଚଳ ହେଉଥିବା ବେଳେ, ଆଉ କିଛି ଦିନ ପରେ ନୁଆଁଖାଇ ପାଳିତ ହେବ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ନିମ୍ନରେ ଦାବି ଉପସ୍ଥାପନ କରିଛନ୍ତି। ପାଟଣା ରାଜ୍ୟର ଇଷ୍ଟଦେବୀ ମା’ ପାଟଣେଶ୍ୱରୀ, ମା’ ସମଲେଶ୍ୱରୀ ନୁଆଁଖାଇ ଉପଲକ୍ଷେ ଆଲୋକ ସଜ୍ଜା, ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା, ଆଗାମୀ ସେପ୍ଟେମ୍ବର ୧୫ ନୁଆଁଖାଇ ପର୍ବ ଅନୁଷ୍ଠିତ ହେବାକୁ ଯାଉଛି। କେବଳ ବଲାଙ୍ଗୀର ନୁହେଁ ବିଭିନ୍ନ ମନ୍ଦିରମାନଙ୍କୁ ଆଲୋକସଜ୍ଜା କରିବା ପାଇଁ ଦେବାଳୟ ସୁରକ୍ଷା କମିଟି ଦାବି କରୁଛି। ରାଜ୍ୟ ବାହାରୁ ବିଭିନ୍ନ କାର୍ଯ୍ୟକର୍ମରେ ସରକାରୀ ବା ବେସରକାରୀ କର୍ମଚାରୀ କାର୍ଯ୍ୟରେ ରହୁଥିବାବେଳେ ଏମାନଙ୍କ ସୁବିଧା ପାଇଁ ତିନିଦିନ ଛୁଟି ଘୋଷଣା କରିବା ପାଇଁ ଦାବି। ଆଗାମୀ ୧୫ ତାରିଖ ଦିନ ଗଣପର୍ବ ନୁଆଁଖାଇ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏ ଦିନ କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟରେ ଚୟନ ପ୍ରକ୍ରିୟା ରଖାଯାଇଛି। ଏ ବାବଦକୁ ରାଜ୍ୟ ସରକାର ଗମ୍ଭିର ସହ ବିଚାର କରି ତାରିଖ ଘୁଂଚାଇବା ପାଇଁ ଦାବି। ଯେଭଳି ପଶ୍ଚିମ ଓଡ଼ିଶାର ଶିତଳ ଷଷ୍ଠୀ ପାଇଁ ପ୍ୟାକେଜ ଘୋଷଣା କରାଯାଉଛି ସେଭଳି ନୁଆଁଖାଇ ପାଇଁ ବିଭିନ୍ନ ଦେବାଦେବୀ ମନ୍ଦିରକୁ ସ୍ୱତନ୍ତ୍ର ପ୍ୟାକେଜ ଅନୁଦାନ ଦେବା ପାଇଁ ଦାବି। ଏ ବିଷୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଦାବି କରିଛନ୍ତି। ଆଜିର ଏହି ଦାବିପତ୍ର ସଭାପତି ଜୟକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ସଂପାଦକ ପ୍ରଶାନ୍ତ ମହାକୁର, କୋଷାଧ୍ୟକ୍ଷ ଭବାନୀ ଶଙ୍କର ଭୋଇ, ବିଭୁକଲ୍ୟାଣ ଗଡ଼ତ୍ୟା, ଶୁଶାନ୍ତ କୁମାର ପ୍ରଧାନ, ଅଶୋକ ମେହେର ପ୍ରମୁଖ ସାମିଲ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande