

ବଲାଙ୍ଗିର, 08 ସେପ୍ଟେମ୍ବର (ହି.ସ.)
ଟିଟଲାଗଡ ବ୍ଲକ୍ ର ଆଇ ସି ଡି ଏସ ସମ୍ମିଳନୀ କକ୍ଷଠାରେ ଅରୁଣା,ଆଇ ସି ଡି ଏସ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ,ବଲାଙ୍ଗୀର ର ଆୟୋଜନ କ୍ରମେ ବ୍ଲକ୍ ସ୍ତରୀୟ ଟାସ୍କ ଫୋର୍ସ କମିଟି, ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଓ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କ ପାଇଁ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ର ଯୋଜନା ପ୍ରସ୍ତୁତି କରିବାକୁ ଏକ ତାଲିମ ଅନୁଷ୍ଟିତ କରାଯାଇଛି।ଏହି ତାଲିମ କାର୍ଯକ୍ରମରେ ଟିଟିଲାଗଡ ବ୍ଲକ୍ ର ଗୋଷ୍ଟି ଉନ୍ନୟନ ଅଧିକାରୀ ଚନ୍ଦ୍ରମଣି ନାଗ କହିଲେ ଶିଶୁ ମାନଙ୍କ ଆବଶ୍ୟକ ଯତ୍ନ ଓ ସୁରକ୍ଷା ଜରୁରୀ କାଳୀନ ଭିତ୍ତିରେ ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠି ରୁ ଶତକଡା ୫ ପ୍ରତିଶତ ସହ ଅର୍ଥ କୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ ଅବଗତ କରିଥିଲେ। ସି ଡି ପି ଓ ସୁଷମା ପାଢ଼ୀ କହିଲେ ବାଲ୍ୟ ବିବାହ ବନ୍ଦ କରିବା,ବାଲ୍ୟ ବିବାହ ଅଧିକାରୀ ମାନେ ପଞ୍ଚାୟତ ସ୍ତରରେ ବୋର୍ଡ ଲଗାଇବା,ବେଟି ବଚାଓ ବେଟି ପଢ଼ାଓ ଉପରେ ଜଣାଇଥିଲେ।କାର୍ଯକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସାମାଜିକ କର୍ମୀ ଅରୁଣ ଖୁଆସ ସମସ୍ତଙ୍କୁ ସ୍ଵାଗତ ଜଣାଇ କିଶୋର ନ୍ୟାୟ ଆଇନ୍ ଉପରେ ଶିଶୁ ମାନଙ୍କର ଯତ୍ନ ଓ ସୁରକ୍ଷା ଉପରେ ବିଭିନ୍ନ ପ୍ରକାର ଆଇନ୍ ତଥା ବାଲ୍ୟବିବାହ ନିରୋଧ ଆଇନ, ପୋକ୍ସୋ ଆଇନ୍,ଶିଶୁ ଶ୍ରମିକ ନିରୋଧ ଆଇନ,ପି ସି ପି ଏନ୍ ଡି ଟି ଆଇନ୍ ଉପରେ ଜଣାଇଥିଲେ।ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ରେ ଅବସ୍ଥିତ ଥିବା ଅରୁଣା ର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ତାଲିମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ କହିବା ସହ ସରପଞ୍ଚ ଓ ଇ ଓ ମାନଙ୍କର ଭୂମିକା , ଦାୟିତ୍ଵ ଉପରେ ଜଣାଇଥିଲେ । ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଅନୁସାରେ ମିଶନ ବାତ୍ସଲ୍ୟ ମାର୍ଗଦର୍ଶିକା ୨୦୨୨ ରେ ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠି ର ଅନ୍ ଟାଏଡ ପାଣ୍ଠି ର ୫ % ଥିମ୍ ୩ ରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶିଶୁ,ଅନାଥ ଶିଶୁ , ଏଚ୍ ଆଇ ଭି ସଂକ୍ରମିତ ଶିଶୁ,ବାଲ୍ୟ ବିବାହ ଚିହ୍ନଟ, ଦାଦନ ଶ୍ରମିକ ଉଦ୍ଧାର ଶିଶୁ, ଶିଶୁ ଶ୍ରମିକ ପିତୃ ଓ ମାତୃ ହିନ ଶିଶୁ ମାନଙ୍କୁ ଚିହ୍ନଟ କରି ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ର ଯୋଜନା ପ୍ରସ୍ତୁତି କରିବାକୁ ଗୋଷ୍ଟି ଭିତ୍ତିକ ଯୋଜନା ଓ ବ୍ୟକ୍ତିଗତ ଯୋଜନା ପ୍ରସ୍ତୁତି କରିବା ପାଇଁ ଏକ ତାଲିମ ପ୍ରଦାନ କରିଥିଲେ।ଚାଇଲ୍ଡ ହେଲ୍ପ ଲାଇନ୍ ର ସୁଦନ ଖମାରୀ, ଶୁଭମ୍ ଜେନା,ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁବୋଧ ପଧାନ ଉପସ୍ଥିତ ଥିଲେ।ପରିଶେସରେ ସୁଷମା ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ତାଲିମ୍ କୁ ଶେଷ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ