ନାରାୟଣ ବେହେରାକୁ ନିର୍ଦୋଷରେ ଖୋଲାସ କଲେ ଦୁଇ ଯୁବ ଆଇନଜୀବୀ
ଘଟଗାଁ, ୦୮ ସେପ୍ଟେମ୍ବର(ହି.ସ.) – ମିଥ୍ୟା କେସରେ ଜେଲ୍ଦଣ୍ଡ ଭୋଗୁଥିବା ନାରାୟଣ ବେହେରାକୁ ମାନବିକତା ଦେଖାଇ ଦୁଇ ଯୁବ ଆଇନଜୀବୀ ନିଜ ପକ୍ଷରୁ ମକଦମା ଲଢ଼ି ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଯୁବ ଆଇନଜୀବୀଙ୍କ ଏହି ମହତ ଉଦେଶ୍ୟ ଅଂଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରକାଶ ଥାଉକି ଘଟଗାଁ ଥାନା ତରା
ନାରାୟଣ ବେହେରାକୁ ନିର୍ଦୋଷରେ ଖୋଲାସ କଲେ ଦୁଇ ଯୁବ ଆଇନଜୀବୀ


ଘଟଗାଁ, ୦୮ ସେପ୍ଟେମ୍ବର(ହି.ସ.) – ମିଥ୍ୟା କେସରେ ଜେଲ୍ଦଣ୍ଡ ଭୋଗୁଥିବା ନାରାୟଣ ବେହେରାକୁ ମାନବିକତା ଦେଖାଇ ଦୁଇ ଯୁବ ଆଇନଜୀବୀ ନିଜ ପକ୍ଷରୁ ମକଦମା ଲଢ଼ି ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଯୁବ ଆଇନଜୀବୀଙ୍କ ଏହି ମହତ ଉଦେଶ୍ୟ ଅଂଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରକାଶ ଥାଉକି ଘଟଗାଁ ଥାନା ତରା ଗ୍ରାମରେ ଗତ ତା ୩। ୫। ୦୨୬ ରିଖ ଘଟଣା ଘଟିଥିଲା। ଉକ୍ତ ଘଟଣାକୁ ଆଧାର କରି ତରା ଗ୍ରାମର ବିଷ୍ଣୁପ୍ରସାଦ ରାଉତ ଘଟଗାଁ ଥାନାରେ ନାରାୟଣ ବେହେରା ନାମରେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଧାରୁଆ ମାରଣା ଅସ୍ତ୍ର ଧରି ଘରକୁ ଆସିଥିବା ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ଘଟଗାଁ ଥାନା କେସ ନମ୍ବର ୨୬୪/୨୬ ମାମଲା ରଜୁ କରି ଜେଏମ୍ଏଫ୍ସି କୋର୍ଟକୁ ଚାଲାଣ କରିଥିଲେ। ସେଠାରେ ବିଚାରପତି ଜାମିନ ଆବେଦନକୁ ଖାରଜ କରିଥିଲେ। ଅଭିଯୁକ୍ତ ଜଣକ ଗରିବ ଶ୍ରେଣୀର ହୋଇଥିବାରୁ ଉପର କୋର୍ଟରେ ଆବେଦନ କରି ପାରିନଥିଲେ। ଉକ୍ତ କେସରେ ଦୁଇ ଯୁବ ଆଇନଜୀବୀ ଅନିଲ କୁମାର ଦେହୁରୀ ଓ ଦେବାଶିଷ ସାହୁ ମଣିଷ ପଣିଆଁ ମାନବିକତା ଦେଖାଇ ନିଜ ଖର୍ଚ୍ଚରେ ମାକଦମ ଲଢ଼ିଥିଲେ। ଅଭିଯୋଗକାରୀ ସାକ୍ଷୀମାନଙ୍କ ବୟାନ ଭିନ୍ନ ଭିନ୍ନ ମତ ଥିବାରୁ ଚାରି ମାସ ଜେଲଦଣ୍ଡ ଭୋଗିଥିବା ନାରାୟଣ ବେହେରାଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛି। ଯୁବ ଆଇନଜୀବୀଙ୍କ ଏପ୍ରକାର ସାହାଯ୍ୟକୁ ଅଂଚଳରେ ପ୍ରଶଂସା କରିବା ସହ ନାରାୟଣ ବେହେରା ଜେଲ କୋଠରୀରେ ବିତାଇଥିବା ଚାରିମାସ ପାଇଁ ଦାୟୀ କିଏ ବୋଲି ଆଲୋଚନା ହେଉଛି।

.......................................

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande