ଉଷୁରେ ପଦକ ବିଜେତାଙ୍କୁ ବଲାଙ୍ଗୀର ମହିଳା କଲେଜ ତରଫରୁ ସମ୍ବର୍ଦ୍ଧନା
ବଲାଙ୍ଗୀର, ୦୮ ସେପ୍ଟେମ୍ବର(ହି.ସ.) – ୩୨ତମ ଓଡ଼ିଶା ରାଜ୍ୟ ଉଷୁ ପ୍ରତିଯୋଗିତା ୨୧ରୁ ୨୩ ପର୍ଯ୍ୟନ୍ତ ଝାରସୁଗୁଡ଼ା ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବଲାଙ୍ଗୀରର ମହିଳା କଲେଜର ଦୁଇ ଛାତ୍ରୀ ସନ୍ଧ୍ୟା ନାଗ ସ୍ୱର୍ଣ୍ଣ ପଦକ ଓ ଦିୟା ସାଗର ସ୍ୱର୍ଣ୍ଣ ପଦକ ସହିତ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର
ଉଷୁ ରେ ପଦକ ବିଜେତା ଙ୍କୁ ବଲାଙ୍ଗିର ମହିଳା କଲେଜ ତରଫରୁ ସମ୍ବର୍ଦ୍ଧନା


ବଲାଙ୍ଗୀର, ୦୮ ସେପ୍ଟେମ୍ବର(ହି.ସ.) – ୩୨ତମ ଓଡ଼ିଶା ରାଜ୍ୟ ଉଷୁ ପ୍ରତିଯୋଗିତା ୨୧ରୁ ୨୩ ପର୍ଯ୍ୟନ୍ତ ଝାରସୁଗୁଡ଼ା ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବଲାଙ୍ଗୀରର ମହିଳା କଲେଜର ଦୁଇ ଛାତ୍ରୀ ସନ୍ଧ୍ୟା ନାଗ ସ୍ୱର୍ଣ୍ଣ ପଦକ ଓ ଦିୟା ସାଗର ସ୍ୱର୍ଣ୍ଣ ପଦକ ସହିତ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ମନୋନିତ ହୋଇଥିଲେ। ଆଜି ମହିଳା କଲେଜର ଅଧ୍ୟକ୍ଷ ଡ. ଅରବିନ୍ଦ କୁମାର ଓଝା, କଲେଜ ପିଇଟି ଉପେନ୍ଦ୍ର ସାହୁ ଉଷୁ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧନା କରିଥିଲେ। ଉଷୁ କୋଚ ଯୁଧିଷ୍ଠିର ଗୁରାଣ୍ଡା ମଧ୍ୟ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande