ବାଙ୍କୁଆଳ ବ୍ରିଜ୍ରୁ ନଦୀକୁ ଡେଇଁଥିବା ସଞ୍ଜୟ ସ୍ୱାଇଁଙ୍କ ତଲାସ ପାଇଁ ଅଭିଯାନ ଜାରି
ଭୁବନେଶ୍ୱର, 08 ସେପ୍ଟେମ୍ବର (ହି.ସ.)- ବାଙ୍କୁଆଳ ବ୍ରିଜ୍ରୁ ନଦୀକୁ ଡେଇଁ ସଞ୍ଜୟ ସ୍ୱାଇଁ ନିଖୋଜ ଘଟଣା। ସକାଳୁ ସକାଳୁ ବାଲିଅନ୍ତା ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଅଗ୍ନିଶମ ବାହିନୀର ଏକ ୫ ଜଣିଆ ଟିମ୍ ଲୁହା ହୁକ୍ ସାହାଯ୍ୟରେ ନଦୀ ମଧ୍ୟରେ
ବାଙ୍କୁଆଳ ବ୍ରିଜ୍ରୁ ନଦୀକୁ     ଡେଇଁଥିବା ସଞ୍ଜୟ ସ୍ୱାଇଁଙ୍କ ତଲାସ ପାଇଁ ଅଭିଯାନ ଜାରି


ଭୁବନେଶ୍ୱର, 08 ସେପ୍ଟେମ୍ବର (ହି.ସ.)- ବାଙ୍କୁଆଳ

ବ୍ରିଜ୍ରୁ ନଦୀକୁ ଡେଇଁ ସଞ୍ଜୟ ସ୍ୱାଇଁ ନିଖୋଜ ଘଟଣା। ସକାଳୁ ସକାଳୁ ବାଲିଅନ୍ତା ଅଗ୍ନିଶମ

ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଅଗ୍ନିଶମ ବାହିନୀର ଏକ ୫ ଜଣିଆ ଟିମ୍ ଲୁହା

ହୁକ୍ ସାହାଯ୍ୟରେ ନଦୀ ମଧ୍ୟରେ ଖୋଜାଖୋଜି ଚଲାଉଛନ୍ତି। ବାଙ୍କୁଆଳଠାରୁ ବାଳକାଟି ବ୍ରିଜ୍

ପର୍ଯ୍ୟନ୍ତ ପ୍ରାୟ ୨ କିଲୋମିଟର ନଦୀ ଭିତରେ ଏହି ସର୍ଚ୍ଚ ଅପରେସନ୍ ଜାରି ରହିଛି। ନିଖୋଜ

ସଞ୍ଜୟଙ୍କର ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ। ଗତକାଲି ରାତିରେ ପାରିବାରିକ କଳହ ଯୋଗୁଁ

ସେ ଏହି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande