
ଭୁବନେଶ୍ୱର, 08 ସେପ୍ଟେମ୍ବର (ହି.ସ.)- କଟକ ସାଂସଦ ଭର୍ତ୍ତୃହରି
ମହତାବଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ , ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ
।
ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, କଟକର ଲୋକପ୍ରିୟ ସାଂସଦ ଶ୍ରୀ
ଭର୍ତ୍ତୃହରି ମହତାବଙ୍କୁ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା। ମହାପ୍ରଭୁ
ଶ୍ରୀ ଜଗନ୍ନାଥ ଓ ମା' କଟକ
ଚଣ୍ଡୀ ଆପଣଙ୍କୁ ସୁଖୀ, ନିରୋଗ ଓ
ଦୀର୍ଘାୟୁ କରିବା ସହ ଜନସେବା ପାଇଁ ଅସୀମ ଶକ୍ତି ପ୍ରଦାନ କରନ୍ତୁ ।
ଉପମୁଖ୍ୟମନ୍ତ୍ରୀ କନକ
ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ,କଟକ ସଂସଦୀୟ କ୍ଷେତ୍ରର ସାଂସଦ ଶ୍ରୀଯୁକ୍ତ ଭର୍ତ୍ତୃହରି ମହତାବଙ୍କୁ
ତାଙ୍କ ଶୁଭ ଜନ୍ମଦିନ ଅବସରରେ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା। ମହାପ୍ରଭୁ ଶ୍ରୀ
ଜଗନ୍ନାଥ ଓ ମା' କଟକ
ଚଣ୍ଡୀ ଙ୍କ ନିକଟରେ ଆପଣଙ୍କ ନିରୋଗ ଶରୀର ର ପ୍ରାର୍ଥନା କରୁଅଛି।
ଉପମୁଖ୍ୟମନ୍ତ୍ରୀ ପ୍ରଭାତି
ପରିଡା କହିଛନ୍ତି ଯେ,କଟକର ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବଙ୍କୁ ଜନ୍ମଦିନର ଶୁଭ ଅବସରରେ
ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା’ କଟକ ଚଣ୍ଡୀଙ୍କ
କୃପାରୁ ଆପଣ ସର୍ବଦା ସୁସ୍ଥ ଓ ନିରୋଗ ରହି ନିରନ୍ତର ଜନସେବାରେ ସମର୍ପିତ ରୁହନ୍ତୁ, ଏତିକି
କାମନା ।
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ
ମହାଲିଙ୍ଗ କହିଛନ୍ତି ଯେ, କଟକ ଲୋକସଭା କ୍ଷେତ୍ରର ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବଙ୍କୁ
ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମା'
କଟକ ଚଣ୍ଡୀଙ୍କ ନିକଟରେ ଆପଣଙ୍କ ନିରାମୟ ଜୀବନ କାମନା କରୁଛି।
ଉଚ୍ଚଶିକ୍ଷା ମନ୍ତ୍ରୀ
ସୂର୍ଯ୍ୟବଂଶୀ ସୂରଜ ଏକ ବାର୍ତ୍ତାରେ କହିଛନ୍ତି ଯେ, କଟକର ଲୋକପ୍ରିୟ ସାଂସଦ ତଥା ବରିଷ୍ଠ
ସଂସଦୀୟ ନେତା ଶ୍ରୀଯୁକ୍ତ ଭର୍ତ୍ତୃହରି ମହତାବଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ
ଶୁଭକାମନା।
ମହାପ୍ରଭୁ ଶ୍ରୀଜଗନ୍ନାଥ
ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଏବଂ ନିରାମୟ ଜୀବନ ପ୍ରଦାନ କରନ୍ତୁ—ଏତିକି କାମନା।
ଜନସେବା ଓ ରାଷ୍ଟ୍ର ଗଠନ ଦିଗରେ ଆପଣଙ୍କର ଦୀର୍ଘକାଳୀନ ଅଭିଜ୍ଞତା ଓ ମାର୍ଗଦର୍ଶନ ସର୍ବଦା
ପ୍ରେରଣାଦାୟକ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା