ବ୍ରହ୍ମବରଦା ବିଏସଏନଏଲ କାର୍ଯ୍ୟାଳୟରୁ ଚୋରି : ପୁଲିସର ତଦନ୍ତ
ଧର୍ମଶାଳା,୮ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦାଠାରେ ଦୟନୀୟ ଅବସ୍ଥାରେ ଚାଲିଥିବା ବିଏସ୍ଏନଏଲ କାର୍ଯ୍ୟାଳୟରେ ଚୋରି । କାର୍ଯ୍ୟାଳୟର ଗେଟ୍ ତାଲା ଭାଙ୍ଗି କେହି ଦୃର୍ବୃତ ବହୁ ନାମୀ ଦାମୀ କମ୍ପାନୀର ବ୍ୟାଟେରୀ ଓ କାର୍ଡ ଚୋରି କରି ନେଇ ଯାଇଥିବା ଜଣାପଡିଛି । ଏନେଇ କାର୍ଯ
ବ୍ରହ୍ମବରଦା ବିଏସଏନଏଲ କାର୍ଯ୍ୟାଳୟରୁ ଚୋରି : ପୁଲିସର ତଦନ୍ତ


ଧର୍ମଶାଳା,୮ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦାଠାରେ ଦୟନୀୟ ଅବସ୍ଥାରେ ଚାଲିଥିବା ବିଏସ୍ଏନଏଲ କାର୍ଯ୍ୟାଳୟରେ ଚୋରି । କାର୍ଯ୍ୟାଳୟର ଗେଟ୍ ତାଲା ଭାଙ୍ଗି କେହି ଦୃର୍ବୃତ ବହୁ ନାମୀ ଦାମୀ କମ୍ପାନୀର ବ୍ୟାଟେରୀ ଓ କାର୍ଡ ଚୋରି କରି ନେଇ ଯାଇଥିବା ଜଣାପଡିଛି । ଏନେଇ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମବରଦା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇ ବ୍ରହ୍ମବରଦା ପୁଲିସ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଥିଲା । ନାମୀଦାମୀ କମ୍ପାନୀର ଏକ ବ୍ୟାଟେରୀ ଓ ଟେଲିଫୋନରେ ବ୍ୟବହୃତ ଡାଟା କାର୍ଡ ଚୋରି ହୋଇ ଯାଇଥିବା ବେଳେ ଏକ ବ୍ୟାଟେରୀକୁ ଭାଙ୍ଗି ନଷ୍ଟ କରି ଦେଇଥିବା ପୁଲିସ ଜାଣିବାକୁ ପାଇଥିଲା । ତେବେ ବହୁ ସମୟରେ ଏହି ବନ୍ଦ ରହୁଥିବା ବେଳେ ଏହାର ସଯୋଗ ନେଇ ଦୃବୃତମାନେ ତାଲା ଭାଙ୍ଗି ଚୋରି କରି ନେଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ସୂଚନା ଥାଉକି,କିଛି ଦିନ ପୂର୍ବେ ଏହି କାର୍ଯ୍ୟାଳୟରୁ ବହୁ ଯନ୍ତ୍ରାଶଂ ଚୋରି ହୋଇଥିଲା । କେବଳ ପୁଲିସ ଏକ ନିଛାଟିଆ ସ୍ଥାନରୁ ଏସିର ମେସିନକୁ ନେଇ ଯାଇଥିବା ବେଳେ କେବଳ ଏସିର ଖୋଳ ପାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande