
ଭୁବନେଶ୍ୱର,08 ସେପ୍ଟେମ୍ବର (ହି.ସ.)-: ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ୮୨୨ ଜଣ ମେଡିକାଲ ଅଫିସର, ଗ୍ରୁପ୍-ଏ (ଜୁନିଅର ବ୍ରାଞ୍ଚ)ଙ୍କ ପାଇଁ ଅନଲାଇନ୍ ଚଏସ୍ ଲକିଂ ପ୍ରକ୍ରିୟାର ତାରିଖ ଘୋଷଣା କରାଯାଇଛି । ଆଜି ଅପରାହ୍ଣ ୫ଟାରୁ ସେପ୍ଟେମ୍ବର ୧୧, ୨୦୨୬ ପୂର୍ବାହ୍ଣ ୧୦ଟା ପର୍ଯ୍ୟନ୍ତ ଅନଲାଇନ୍ ଚଏସ୍ ଲକିଂ ପ୍ରକ୍ରିୟା ଚାଲିବ । ଚଏସ୍ ଲକିଂ ସମ୍ପର୍କିତ ଆବଶ୍ୟକ ସୂଚନା ଓ ଅନଲାଇନ୍ ପ୍ରକ୍ରିୟା ପାଇଁ https://jcportal.odisha.gov.in/ ୱେବସାଇଟ ପରିଦର୍ଶନ କରିବାକୁ କୁହାଯାଇଛି । ଏ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ସ୍ବାସ୍ଥ୍ୟ ବିଭାଗ ୱେବସାଇଟରେ ଉପଲବ୍ଧ ଅଛି ।
ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଚଏସ୍ ଲକିଂ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ସହ ଦିଆଯାଇଥିବା ସମସ୍ତ ନିର୍ଦ୍ଦେଶାବଳୀକୁ ଠିକ୍ ଭାବେ ପାଳନ କରିବାକୁ ସମସ୍ତ ୮୨୨ ଜଣ ନବନିଯୁକ୍ତ ମେଡିକାଲ ଅଫିସରଙ୍କୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ