
ଭୁବନେଶ୍ୱର, 08 ସେପ୍ଟେମ୍ବର (ହି.ସ.)- ଭୂପେନ ହଜାରିକାଙ୍କ
ସ୍ମୃତିଚାରଣ କରିଛନ୍ତି ରାଜ୍ୟପାଳ, ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ।
ସୋସିଆଲ ମିଡିଆ ଏକ୍ସରେ
ରାଜ୍ୟପାଳ ଡ.ହରିବାବୁ କମ୍ଭମପତି କହିଛନ୍ତି ଯେ,ଭାରତ ରତ୍ନ ଡ. ଭୂପେନ ହଜାରିକାଙ୍କ ଜୟନ୍ତୀ ଅବସରରେ ମୁଁ ମହାନ
ସଙ୍ଗୀତଜ୍ଞ, ଗାୟକ ଓ କବିଙ୍କ ପ୍ରତି ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
ଭାରତର ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିବାରେ ତାଙ୍କର ଅସାଧାରଣ ଅବଦାନ ଅତୁଳନୀୟ।
ରାଜ୍ୟପାଳ କହିଛନ୍ତି ଯେ, ତାଙ୍କର
କାଳଜୟୀ ସଙ୍ଗୀତ ଏବଂ ସୌହାର୍ଦ୍ଦ, ମାନବିକତା ଓ ଏକତାର ବାର୍ତ୍ତା ପିଢ଼ି ପରେ ପିଢ଼ିକୁ ପ୍ରେରଣା ଦେଇ
ଆସୁଛି। ଭାରତର ସାଂସ୍କୃତିକ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଓ ଚିରସ୍ଥାୟୀ ଅଂଶ ଭାବେ ତାଙ୍କର ଅବଦାନ
ସର୍ବଦା ସ୍ମରଣୀୟ ହୋଇ ରହିବ।
ଉପମୁଖ୍ୟମନ୍ତ୍ରୀ କନକ
ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଭାରତରତ୍ନ ଡ. ଭୂପେନ୍ ହଜାରିକାଙ୍କ ଜନ୍ମ ଜୟନ୍ତୀ ଅବସରରେ
ତାଙ୍କ ଅମର ଆତ୍ମା ନିକଟରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛି।
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ଯେ, ବିଖ୍ୟାତ ଗାୟକ ତଥା ସଙ୍ଗୀତଜ୍ଞ ‘ଭାରତ ରତ୍ନ’
ଭୂପେନ ହଜାରିକାଙ୍କ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ ଜଣାଉଛି ।
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ
ମହାଲିଙ୍ଗ କହିଛନ୍ତି ଯେ, ମହାନ ସଙ୍ଗୀତଜ୍ଞ, ଭାରତ ରତ୍ନ ଭୁପେନ ହଜାରିକାଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି।
ସଙ୍ଗୀତ ଜଗତର ଏକ ଅମ୍ଳାନ ପ୍ରତିଭା ଭାବେ ତାଙ୍କର ଜୀବନ ଏକ ପ୍ରେରଣାର ଉତ୍ସ।
ଉଚ୍ଚଶିକ୍ଷା ମନ୍ତ୍ରୀ
ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଆମର ସଂସ୍କୃତି ଓ ସଙ୍ଗୀତ ଜଗତର ଅନ୍ୟତମ ପ୍ରାତଃସ୍ମରଣୀୟ
ପ୍ରତିଭା, ଭାରତରତ୍ନ
ଡ. ଭୂପେନ ହଜାରିକାଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି। ବ୍ରହ୍ମପୁତ୍ରର
କୂଳରୁ ବିଶ୍ୱ ଦରବାରକୁ ସଙ୍ଗୀତର ଯାଦୁକରୀ ସ୍ୱରରେ ମୋହିତ କରିଥିବା ଏହି ମହାନ ଜନନାୟକଙ୍କ
ସଙ୍ଗୀତ କେବଳ ମନୋରଞ୍ଜନ ନଥିଲା, ବରଂ ଏହା ଥିଲା ସମାଜକୁ ଏକାଠି କରିବାର ଏକ ବଳିଷ୍ଠ ମାଧ୍ୟମ। ତାଙ୍କର
ସ୍ମୃତି ଓ ଆଦର୍ଶ ଆମକୁ ସବୁବେଳେ ପ୍ରେରଣା ଯୋଗାଉଥିବ।
ସମ୍ବଲପୁର ସାଂସଦ
ଧର୍ମେନ୍ଦ୍ର ପ୍ରଧାନ ଜାରି କରିଥିବା ଏକ ବାର୍ତ୍ତାରେ କହିଛନ୍ତି ଯେ,ଭାରତ ରତ୍ନ ଡ. ଭୂପେନ ହଜାରିକାଙ୍କ ଜୟନ୍ତୀ
ଅବସରରେ ଆମେ ମହାନ କଳାକାରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ। ତାଙ୍କର ସଙ୍ଗୀତ ଓ କବିତା
ଭାରତର ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିବା ସହ ଆସାମକୁ ଏକ ଶକ୍ତିଶାଳୀ ସ୍ୱର ପ୍ରଦାନ
କରିଥିଲା। ତାଙ୍କର କାଳଜୟୀ ସୃଜନଗୁଡ଼ିକ ଆଜି ମଧ୍ୟ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଦେଉଛି ଏବଂ
ସୌହାର୍ଦ୍ଦ, ମାନବିକତା ଓ ଏକତାର ମୂଲ୍ୟବୋଧକୁ ଉଜାଗର କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା