ଝାରପଡାରେ ରାତି ଅଧରେ ଜଳିଗଲା କାର୍
ଭୁବନେଶ୍ୱର, 08 ସେପ୍ଟେମ୍ବର (ହି.ସ.)- ଭୁବନେଶ୍ୱର ସ୍ଥିତ ଝାରପଡା ଜୟଦୁର୍ଗା ଅଂଚଳରେ ଜଳି ଯାଇଛି ଏକ ସ୍ବିଫ୍ଟ ଡିଜାୟାର କାର। ଜଳି ଯାଇଥିବା ଗାଡି ନମ୍ବର 02 ଏଏକ୍ସ 3312।ଆଜି ଭୋର ୩. ୩୦ ସମୟରେ ହଠାତ ଗାଡିରେ ନିଆଁ ଲାଗିଯାଇଥିଲା। ନିଆଁ କେଉଁ କାରଣରୁ ଲାଗିଲା ତାହ
ଝାରପଡାରେ ରାତି ଅଧରେ     ଜଳିଗଲା କାର୍


ଭୁବନେଶ୍ୱର, 08 ସେପ୍ଟେମ୍ବର (ହି.ସ.)- ଭୁବନେଶ୍ୱର

ସ୍ଥିତ ଝାରପଡା ଜୟଦୁର୍ଗା ଅଂଚଳରେ ଜଳି ଯାଇଛି ଏକ ସ୍ବିଫ୍ଟ ଡିଜାୟାର କାର। ଜଳି ଯାଇଥିବା ଗାଡି

ନମ୍ବର 02 ଏଏକ୍ସ 3312।ଆଜି ଭୋର ୩. ୩୦ ସମୟରେ ହଠାତ

ଗାଡିରେ ନିଆଁ ଲାଗିଯାଇଥିଲା। ନିଆଁ କେଉଁ କାରଣରୁ ଲାଗିଲା ତାହା ଜଣା ପଡି ନାହିଁ। ସ୍ଥାନୀୟ

ଲୋକେ ନିଆଁ ଜଳିଥିବାର ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ

ପହଞ୍ଚି ନିଆଁକୁ ଆୟତ କରିଥିଲା।

ଗାଡି ମାଲିକଙ୍କ କହିବା

ଅନୁଯାୟୀ ସେ ଦୁଇ ଦିନ ତଳେ ଗାଡି ସର୍ଭିସିଂରେ ଦେଇଥିଲେ। ଗତକାଲି ସନ୍ଧ୍ୟା 6.30ରେ ଗାଡି ଆଣି

ଘର ବାହାରେ ରଖିଥିଲେ। ରାତି ଅଧରେ ଗାଡିରେ ନିଆଁ ଲାଗିଯାଇଥିଲା। ସର୍ଭିସିଂ ହୋଇ ଆସିଥିବାରୁ

ଗାଡିରେ ସର୍ଟ ସର୍କିଟ ହୋଇଥିବା ଅନୁମାନ କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande