
ଭୁବନେଶ୍ୱର, ୦୮ ସେପ୍ଟେମ୍ବର (ହି.ସ.) - ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ଦ୍ୱାରା ପଞ୍ଜିକୃତ ହୋଇଥିବା ଓଡିଶା ପତ୍ରକାର ସଂଘର ସଦସ୍ୟ ମାନେ ମଙ୍ଗଳବାର ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକସଞ୍ଜୟ କୁମାର ବିଶ୍ୱାଳଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । ପତ୍ରକାର ସଂଘର ପ୍ରତିଷ୍ଠାତା ସଭାପତି ସୁରେନ୍ଦ୍ର ସାହୁଙ୍କ ନେତୃତ୍ୱରେ ପ୍ରାୟ ୧୦ ଜଣ କର୍ମକର୍ତା ସୂଚନା ଓ ଲୋକ ସମ୍ପର୍କ ବିଭାଗୀୟ କାର୍ଯ୍ୟାଳୟରେ ଶ୍ରୀ ବିଶ୍ୱାଳଙ୍କୁ ସାକ୍ଷାତ କରିଥିଲେ ।
ପ୍ରଥମେ ସଂଘର ସଦସ୍ୟ ମାନେ ଶ୍ରୀ ବିଶ୍ୱାଳଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ । ସଂଘ ପକ୍ଷରୁ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଯାଇଥିଲା । ଏହି ଅବସରରେ ପତ୍ରକାର ସଂଘର ସଭାପତି ଅବିନାଶ ମିଶ୍ର, ଉପସଭାପତି ସୁରେଶ ଦାସ ଓ ହର ପ୍ରସାଦ ଦାସ, ସାଧାରଣ ସମ୍ପାଦକ ରାମଦାସ ଲିମା, ଅଶ୍ୱିନୀ ପତି, କୋଷାଧକ୍ଷ କିଶୋର ରଥ, ବରିଷ୍ଠ ସଦସ୍ୟ ସତ୍ୟବାଦୀ ନାୟକ, ଉମେଶ ରାୟ, ପାର୍ଥସାରଥୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା