ଉଲ୍ଲାସ ମାଧ୍ୟମରେ ସମ୍ପୂର୍ଣ୍ଣ ସାକ୍ଷରତା ଦିଗରେ ଓଡ଼ିଶା ୧୫ ବର୍ଷରୁ ଊର୍ଦ୍ଧ୍ୱ ନିରକ୍ଷରଙ୍କୁ ସାକ୍ଷର କରିବା ପାଇଁ ଜନଭାଗିଦାରୀଭିତିକ ଅଭିଯାନ ସେପ୍େଟମ୍ବର ୧ରୁ ୧୪ ପର୍ଯ୍ୟନ୍ତ ସାକ୍ଷରତା ପକ୍ଷ ପାଳନ
ଜୟପୁର, ୦୮ ସେପ୍େଟମ୍ବର (ହି.ସ.) - ରାଜ୍ୟରେ ୧୫ ବର୍ଷରୁ ଊର୍ଦ୍ଧ୍ୱ ନିରକ୍ଷର ବ୍ୟକ୍ତିମାନଙ୍କୁ ସାକ୍ଷର କରିବା ଲକ୍ଷ୍ୟରେ ‘ଉଲ୍ଲାସ’ କାର୍ଯ୍ୟକ୍ରମକୁ ଜନଭାଗିଦାରୀଭିତିରେ ବ୍ୟାପକ ଭାବେ କାର୍ଯ୍ୟକାରୀ କରାଯାଉଛି। ଏହି ଅଭିଯାନ କେବଳ ପଢ଼ିବା, ଲେଖିବା ଓ ଗଣନା ଜ୍ଞାନରେ ସୀମିତ ନ ରହି ନିରନ୍ତର ଶିକ୍ଷ
ଉଲ୍ଲାସ ମାଧ୍ୟମରେ ସମ୍ପୂର୍ଣ୍ଣ ସାକ୍ଷରତା ଦିଗରେ ଓଡ଼ିଶା  ୧୫ ବର୍ଷରୁ ଊର୍ଦ୍ଧ୍ୱ ନିରକ୍ଷରଙ୍କୁ ସାକ୍ଷର କରିବା ପାଇଁ ଜନଭାଗିଦାରୀଭିତ୍ତିକ ଅଭିଯାନ  ସେପ୍ଟେମ୍ବର ୧ରୁ ୧୪ ପର୍ଯ୍ୟନ୍ତ ସାକ୍ଷରତା ପକ୍ଷ ପାଳନ


ଜୟପୁର, ୦୮ ସେପ୍େଟମ୍ବର (ହି.ସ.) - ରାଜ୍ୟରେ ୧୫ ବର୍ଷରୁ ଊର୍ଦ୍ଧ୍ୱ ନିରକ୍ଷର ବ୍ୟକ୍ତିମାନଙ୍କୁ ସାକ୍ଷର କରିବା ଲକ୍ଷ୍ୟରେ ‘ଉଲ୍ଲାସ’ କାର୍ଯ୍ୟକ୍ରମକୁ ଜନଭାଗିଦାରୀଭିତିରେ ବ୍ୟାପକ ଭାବେ କାର୍ଯ୍ୟକାରୀ କରାଯାଉଛି। ଏହି ଅଭିଯାନ କେବଳ ପଢ଼ିବା, ଲେଖିବା ଓ ଗଣନା ଜ୍ଞାନରେ ସୀମିତ ନ ରହି ନିରନ୍ତର ଶିକ୍ଷା, ସଚେତନତା, ଆତ୍ମବିଶ୍ୱାସ ଓ ସଶକ୍ତିକରଣ ଦିଗରେ ମଧ୍ୟ ଗୁରୁତ୍ୱ ଦେଉଛି। କେନ୍ଦ୍ର ସରକାରଙ୍କ ‘ନ୍ୟୁ ଇଣ୍ଡିଆ ଲିଟେରେସି ପ୍ରୋଗ୍ରାମ୍’ (ଏନଆଇଏଲପି) ୨୦୨୨-୨୩ ଶିକ୍ଷାବର୍ଷରୁ ଦେଶବ୍ୟାପୀ ଭାବେ କାର୍ଯ୍ୟକାରୀ ହେଉଛି। ସାକ୍ଷରତା ସହିତ ଜୀବନବ୍ୟାପୀ ଶିକ୍ଷା ଓ ସାମାଜିକ ସଶକ୍ତିକରଣ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ୨୦୧୧ ଜନଗଣନା ଅନୁଯାୟୀ ଓଡ଼ିଶାରେ ପ୍ରାୟ ୯୧.୫୦ ଲକ୍ଷ ନିରକ୍ଷର ବ୍ୟକ୍ତି ଥିବା ଜଣାପଡ଼ିଥିଲା। ବିଶେଷକରି କେବିକେ ଅଂଚଳର କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, ଗଜପତି, କଳାହାଣ୍ଡି ଓ ନୂଆପଡ଼ା ଭଳି ଜିଲ୍ଲାଗୁଡ଼ିକରେ ସାକ୍ଷରତା ବୃଦ୍ଧି ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। କୋରାପୁଟ ଜିଲ୍ଲାର ସାକ୍ଷରତା ହାର ୫୨ ପ୍ରତିଶତ ରହିଛି। ଉଲ୍ଲାସ କାର୍ଯ୍ୟକ୍ରମ ମାଧ୍ୟମରେ ଏପର୍ଯ୍ୟନ୍ତ ୧୫ ଲକ୍ଷରୁ ଅଧିକ ଶିକ୍ଷାର୍ଥୀ ସାକ୍ଷର ହୋଇସାରିଛନ୍ତି। ଚଳିତ ବର୍ଷ ପ୍ରାୟ ୨୫ ଲକ୍ଷ ଶିକ୍ଷାର୍ଥୀ ‘ଫାଉଣ୍ଡେସନାଲ ଲିଟେରେସି ଆଣ୍ଡ ନ୍ୟୁମେରେସି ଆସେସମେଂଟ ଟେଷ୍ଟ’ ରେ ଅଂଶଗ୍ରହଣ କରିବା ଆଶା କରାଯାଉଛି। ସାଧାରଣତଃ ପ୍ରତିବର୍ଷ ମାର୍ଚ୍ଚ ଓ ସେପ୍େଟମ୍ବର ମାସରେ ଏହି ମୂଲ୍ୟାୟନ କରାଯାଇଥାଏ। ସାକ୍ଷରତା ଅଭିଯାନକୁ ତୃଣମୂଳସ୍ତରରେ ସଫଳ କରିବା ପାଇଁ ପଂଚାୟତିରାଜ ସଂସ୍ଥା, ସିବିଓ, ଏନ୍ଜିଓ, ସ୍ୱେଚ୍ଛାସେବୀ, ସ୍ୱେଚ୍ଛାସେବୀ ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ଯୁବକ ଓ ବିଭିନ୍ନ ସାମାଜିକ ସଂଗଠନକୁ ସାମିଲ କରାଯାଉଛି। ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଅବସରରେ ସେପ୍େଟମ୍ବର ୧ରୁ ୧୪ ପର୍ଯ୍ୟନ୍ତ ସାକ୍ଷରତା ପକ୍ଷ ପାଳନ କରାଯାଉଛି। ଏହି ଅବସରରେ ସାକ୍ଷରତା ସମ୍ପର୍କରେ ଜନସଚେତନତା ସୃଷ୍ଟି, ନିରକ୍ଷରଙ୍କୁ ଚିହ୍ନଟ, ଶିକ୍ଷାର୍ଥୀଙ୍କୁ ସାକ୍ଷରତା କାର୍ଯ୍ୟକ୍ରମରେ ସାମିଲ କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି ଅବସରରେ ୮ଟି ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନେ ଯୋଗଦେଇ ସାକ୍ଷରତା ଅଭିଯାନକୁ ତୃଣମୂଳସ୍ତରରେ ଅଧିକ ସୁଦୃଢ଼ ଓ ପ୍ରଭାବଶାଳୀ କରିବା ଦିଗରେ ଆଲୋଚନା କରିଥିଲେ। ସାକ୍ଷରତା ଅଭିଯାନର ସଫଳତା ପାଇଁ ଶିକ୍ଷା ବିଭାଗ ସହିତ ସମସ୍ତ ବର୍ଗର ଜନସାଧାରଣଙ୍କ ସକ୍ରିୟ ସହଯୋଗ ଓ ଭାଗିଦାରୀ ଆବଶ୍ୟକ ବୋଲି ଏହି ଅବସରରେ ଗୁରୁତ୍ୱାରୋପ କରାଯାଇଥିଲା। କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ତଥା ଜିଲ୍ଲା ବୋର୍ଡ ଯୋଜନା ଅଧ୍ୟକ୍ଷ ରଘୁରାମ ମାଛ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ଆଇଏଏସ୍, ପ୍ରୋବେସନାରୀ ଅଫିସର ଅନୁପ କୁମାର ନାୟକ, ଡାଇରେକ୍ଟର ଫର ଇଂଟିଗ୍ରାଲ୍ ଏଡୁକେସନ୍, ଭୁବନେଶ୍ୱର ବାଳ ମୁକୁନ୍ଦ ଭୂୟାଁ, ସ୍ୱତନ୍ତ୍ର ଉନ୍ନୟନ କମିଟି ଅଧ୍ୟକ୍ଷ ଭଗବାନ ମୁଦୁଲି, ଜିଲ୍ଲା ବୋର୍ଡ ଅଧ୍ୟକ୍ଷା ସୁକାନ୍ତି ମାଝୀ, ମାଲକାନଗିରି ଡିଇଓ ଶ୍ରୀ ଚିତରଞ୍ଜନ ପାଣିଗ୍ରାହୀ ଏବଂ ନବରଙ୍ଗପୁର ଡିଇଓ ଛତ୍ରପତି ସାହୁଙ୍କ ସମେତ ବିଭିନ୍ନ ସରକାରୀ ଅଧିକାରୀ, ଓ ପ୍ରତିନିଧିମାନେ ଯୋଗଦେଇଥିଲେ। “ସାକ୍ଷରତାରୁ ସଶକ୍ତିକରଣ ସମ୍ପୂର୍ଣ୍ଣ ସାକ୍ଷର ଓଡ଼ିଶା ଆମର ଲକ୍ଷ୍ୟ।”

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande