ଡିଆରଆଇ ଗୁଜୁରାଟ ଟିମ ର ଚଢାଉ, ଚିତାବାଘ ଚମଡ଼ା ଜବତ, ଜଣେ ଗିରଫ
ଜୟପୁର, ୦୮ ସେପ୍େଟମ୍ବର (ହି.ସ.) - ଗୁଜୁରାଟର ଡିଆରଆଇ ସ୍ୱତନ୍ତ୍ର ଟିମ ଜୟପୁରରେ ଚଢାଉ କରି ଏକ ଚିତାବାଘ ଚମଡ଼ା ଜବତ କରିଛି କ୍ଷ ଚମଡ଼ା ବିକ୍ରୟ ପାଇଁ ଏକ କାରବାରରେ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲା ଜୟପୁରର ଜଳସେଚନ କଲୋନୀ ଅଂଚଳର ବାସିନ୍ଦା ବି
ଡିଆରଆଇ  ଗୁଜୁରାଟ ଟିମ ର ଚଢାଉ, ଚିତାବାଘ ଚମଡ଼ା ଜବତ, ଜଣେ ଗିରଫ


ଜୟପୁର, ୦୮ ସେପ୍େଟମ୍ବର (ହି.ସ.) - ଗୁଜୁରାଟର ଡିଆରଆଇ ସ୍ୱତନ୍ତ୍ର ଟିମ ଜୟପୁରରେ ଚଢାଉ କରି ଏକ ଚିତାବାଘ ଚମଡ଼ା ଜବତ କରିଛି କ୍ଷ ଚମଡ଼ା ବିକ୍ରୟ ପାଇଁ ଏକ କାରବାରରେ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲା ଜୟପୁରର ଜଳସେଚନ କଲୋନୀ ଅଂଚଳର ବାସିନ୍ଦା ବିଭୂତି ଭୂଷଣ ପାତ୍ର । ଏନେଇ ଆଜି ଜୟପୁର ଡିଏଫଓ ପ୍ରଶାନ୍ତ କୁମାର ପଟେଲ ଆଜି ଗଣ ମାଧ୍ୟ୍ୟମକୁ ସୂଚନା ଦେଇଛନ୍ତି । ଡିଆରଆଇ ଟିମ ସୋମବାର ଦିନ ଅପରେସନ୍ କରିଥିଲା ଏବଂ ପରେ ଜବତ ଚିତାବାଘ ଚମଡ଼ା, ଅଭିଯୁକ୍ତ ଏବଂ ଅପରେସନରେ ବ୍ୟବହୃତ ଗାଡିକୁ ଜୟପୁର ବନ ବିଭାଗକୁ ହସ୍ତାନ୍ତର କରିଛି ।

ଗତକାଲି, ଡିଆରଆଇ ଗୁଜରାଟ ଟିମ ଦ୍ୱାରା ଚଢ଼ାଉ କରାଯାଇଥିଲା। ଚିତାବାଘ ଚମଡ଼ା ଜବତ କରାଯାଇ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ଗୋଟିଏ ଚିତାବାଘ ଚମଡ଼ା କୁ ଜବତ କରାଯାଇ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଚମଡ଼ା କେଉଁଠାରୁ ଆସିଲା କାରବାର ସମ୍ପର୍କ ରେ ତଦନ୍ତ ଚାଲିଥିବା ଡିଏଫଓ ପଟେଲ ସୂଚନା ଦେଇଛନ୍ତି । ଚିତାବାଘ ଚମଡ଼ା ବିକ୍ରୟ କରିବାକୁ ଚେଷ୍ଟା କରୁଥିବା ବେଳେ ଡିଆରଆଇ ଦଳ ତାଙ୍କୁ ଧରିଥିବା ସୂଚନା ମିଳିଛି। ବନ୍ୟପ୍ରାଣୀ ଅପରାଧ ସହିତ ଜଡିତ ଥିବା ଲୋକଙ୍କୁ ଖୋଜିବା ପାଇଁ ବନ ବିଭାଗ ଏକ ତଦନ୍ତ ଆରମ୍ଭ କରିଛି। ଅଧିକାରୀମାନେ ଅପରେସନ ସମୟରେ ଜବତ ହୋଇଥିବା ଗାଡ଼ିକୁ ମଧ୍ୟ ଯାଂଚ କରୁଛନ୍ତି।

ପ୍ରାଥମିକ ସୂଚନାରୁ ଜଣାପଡିଛି ଯେ ଚିତାବାଘକୁ ପ୍ରାୟ ଛଅ ମାସ ପୂର୍ବରୁ ହତ୍ୟା କରାଯାଇଥାଇପାରେ। ଅଧିକାରୀମାନେ ଏବେ ପଶୁଟିକୁ କେବେ ଏବଂ କେଉଁଠାରେ ହତ୍ୟା କରାଯାଇଥିଲା ଏବଂ ଚମଡ଼ା ଜୟପୁରରେ କିପରି ପହଂଚିଥିଲା ତାହା ତଦନ୍ତ କରୁଥିବା ବନ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଜୟପୁର ସହରରୁ କଲରା ପତରିଆ ବାଘ ଛାଲକୁ ଗୁଜରାଟରୁ ଆସୁଥିବା ସ୍ୱତନ୍ତ୍ର ଟିମ୍ ଚଢ଼ାଉ ବେଳେ ଏହାକୁ ପାଇଥିଲା। ତେବେ ଡିଏଫ୍ଓଙ୍କ କାର୍ଯ୍ୟାଳୟ ନିକଟରୁ ଏହା ଜବତ ହୋଇଥିବା ବେଳେ ବନ ବିଭାଗ କେମିତି ଜାଣି ପାରିଲାନି ତାହା ପ୍ରଶ୍ନ ଉଠିଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande