ବିଶ୍ୱ ଫିଜିଓଥେରାପି ଦିବସ ଅବସରରେ ସଡ଼କ ସୁରକ୍ଷା ସଚେତନତା ପଦଯାତ୍ରା
ଭୁବନେଶ୍ୱର, 08 ସେପ୍ଟେମ୍ବର (ହି.ସ.)- ଆଜି ବିଶ୍ୱ ଫିଜିଓଥେରାପି ଦିବସ ଅବସରରେ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଫିଜିଓଥେରାପି (ଉତ୍କଳ ଶାଖା) ,ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଫିଜିଓଥେରାପି ଓମେନ୍ ସେଲ୍ ଏବଂ ସୋଆ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ସଡ଼କ ସୁରକ୍ଷା ସଚେତନ
ବିଶ୍ୱ ଫିଜିଓଥେରାପି ଦିବସ     ଅବସରରେ ସଡ଼କ ସୁରକ୍ଷା ସଚେତନତା ପଦଯାତ୍ରା


ଭୁବନେଶ୍ୱର, 08 ସେପ୍ଟେମ୍ବର (ହି.ସ.)- ଆଜି ବିଶ୍ୱ ଫିଜିଓଥେରାପି ଦିବସ ଅବସରରେ ଇଣ୍ଡିଆନ୍

ଆସୋସିଏସନ୍ ଅଫ୍ ଫିଜିଓଥେରାପି (ଉତ୍କଳ ଶାଖା) ,ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଫିଜିଓଥେରାପି ଓମେନ୍ ସେଲ୍ ଏବଂ ସୋଆ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ

ଆୟୋଜିତ ସଡ଼କ ସୁରକ୍ଷା ସଚେତନତା ପଦଯାତ୍ରାକୁ ଫରେଷ୍ଟ ପାର୍କ ସାମ୍ନାରେ ମଶାଲ ପ୍ରଜ୍ୱଳନ କରି

ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଏହି ଅବସରରେ ମନ୍ତ୍ରୀ

କହିଛନ୍ତି ଯେ, ସଡ଼କ ସୁରକ୍ଷା କେବଳ ଏକ ନିୟମ ନୁହେଁ,

ଏହା ପ୍ରତ୍ୟେକ ଜୀବନର ସୁରକ୍ଷା ସହ ଜଡ଼ିତ ଏକ ସାମୂହିକ ଦାୟିତ୍ୱ।

ସୁରକ୍ଷିତ ସଡ଼କ ଓ ସଚେତନ ସମାଜ ଗଠନ ପାଇଁ ସମସ୍ତେ ଟ୍ରାଫିକ୍ ନିୟମ ପାଳନ କରିବା ସହ

ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା ଆବଶ୍ୟକ।

ଏହି କାର୍ଯ୍ୟକ୍ରମ ଅବସରରେ

ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଫିଜିଓଥେରାପି (ଉତ୍କଳ ଶାଖା)ର ସଭାପତି ତଥା ସମ୍ ହସପିଟାଲର

ଫିଜିଓଥେରାପି ବିଭାଗର ମୁଖ୍ୟ ଡ଼ାଃ ସ୍ଥିତିପ୍ରଜ୍ଞା ଦଳବେହେରାଙ୍କ ସମେତ ଅନ୍ୟ

ଫିଜିଓଥେରାପିଷ୍ଟ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande