ଗଣେଶ ମୂର୍ତ୍ତିକୁ ଅସମ୍ମାନ କରି ଯୁବକ ଗିରଫ
ଜୟପୁର,, 08 ସେପ୍ଟେମ୍ବର (ହି.ସ.)ଗଣେଶ ପୂଜା ମଣ୍ଡପରେ ପ୍ରଭୁ ଶ୍ରୀଗଣେଶଙ୍କ ମୂର୍ତ୍ତିକୁ ଅସମ୍ମାନ କରି ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ସଦର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଅନ୍ତା ଗ୍ରାମର ଯତୀନ ହିଆଲ(୪୧)। ସୂଚନା ଅନୁଯାୟୀ, ସେପ୍ଟେମ୍ବର ୭ ତାରି
ଗଣେଶ ମୂର୍ତ୍ତିକୁ ଅସମ୍ମାନ କରି ଯୁବକ ଗିରଫ


ଜୟପୁର,, 08 ସେପ୍ଟେମ୍ବର (ହି.ସ.)ଗଣେଶ ପୂଜା ମଣ୍ଡପରେ ପ୍ରଭୁ ଶ୍ରୀଗଣେଶଙ୍କ ମୂର୍ତ୍ତିକୁ ଅସମ୍ମାନ କରି ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ସଦର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଅନ୍ତା ଗ୍ରାମର ଯତୀନ ହିଆଲ(୪୧)। ସୂଚନା ଅନୁଯାୟୀ, ସେପ୍ଟେମ୍ବର ୭ ତାରିଖ ଅନ୍ତା ଗ୍ରାମରେ ଯୁବକମାନେ ନିର୍ମାଣ କରୁଥିବା ଗଣେଶ ପୂଜା ମଣ୍ଡପରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ଯତୀନ ମଦ୍ୟପାନ କରି ସେଠାରେ ପହଞ୍ଚିଥିଲେ। ସେ ମଣ୍ଡପରେ ଥିବା ପ୍ରଭୁ ଶ୍ରୀଗଣେଶଙ୍କ ମୂର୍ତ୍ତିକୁ ଅସମ୍ମାନ କରିବା ସହ ଉପସ୍ଥିତ ଛୋଟ ପିଲାମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଧମକ ଦେଇଥିଲେ। ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଅଶୋକ ନାଗ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ ଆଧାରରେ ପୋଲିସ ୨୮୩/୨୬ରେ ମାମଲା ରୁଜୁ କରି ଅଭିଯୁକ୍ତ ଯତୀନକୁ ଗିରଫ କରିଥିଲେ। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ସଦର ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande