ବେଲପାହାଡ଼ ରେଳଷ୍ଟେସନ ନିକଟରୁ ୪.୦୧୯ କେଜି ଗଞ୍ଜେଇ ଜବତ
Ganja seized near Belpahar railway station
ବେଲପାହାଡ଼ ରେଳଷ୍ଟେସନ ନିକଟରୁ ୪.୦୧୯ କେଜି


ନିଶାମୁକ୍ତ ଓଡ଼ିଶା ଅଭିଯାନରେ ଝାରସୁଗୁଡ଼ା ପୁଲିସର ସଫଳତା

ଝାରସୁଗୁଡ଼ା, ୦୮ ସେପ୍ଟେମ୍ବର(ହି.ସ.) – ନିଶାମୁକ୍ତ ଓଡ଼ିଶା ଅଭିଯାନକୁ ଆହୁରି ଜୋରଦାର କରି ଝାରସୁଗୁଡ଼ା ପୁଲିସ ଗଞ୍ଜେଇ ଚୋରାଚାଲାଣ ବିରୋଧରେ ଆଉ ଏକ ସଫଳତା ହାସଲ କରିଛି। ବେଲପାହାଡ଼ ଥାନା ଅଂଚଳରୁ ୪.୦୧୯ କେଜି ଗଞ୍ଜେଇ ଜବତ କରାଯିବା ସହ ଜଣେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି।

ଏକ ବିଶ୍ୱସନୀୟ ସୂଚନା ଆଧାରରେ ବେଲପାହାଡ଼ ଥାନାର ଏସ୍ଆଇ ଚିତରଞ୍ଜନ ମହାନନ୍ଦିଆଙ୍କ ନେତୃତ୍ୱରେ ପୁଲିସ ଟିମ୍ ବେଲପାହାଡ଼ ରେଳଷ୍ଟେସନ ନିକଟରେ ଚଢ଼ଉ କରିଥିଲା। ସେଠାରେ ଗଞ୍ଜେଇ ବିକ୍ରି ଉଦ୍ଦେଶ୍ୟରେ ନିଜ ହେପାଜତରେ ରଖିଥିବା ଅଭିଯୋଗରେ ନରେଶ ଯାଦବ(୫୧)ଙ୍କୁ କାବୁ କରାଯାଇଥିଲା।

ଗିରଫ ଅଭିଯୁକ୍ତ ନରେଶ ଯାଦବ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗୁଆଲାପଡ଼ା ଅଂଚଳର ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ଚଢ଼ଉ ସମୟରେ ତାଙ୍କ ନିକଟରୁ ୪.୦୧୯ କେଜି ଗଞ୍ଜେଇ, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪୦ ହଜାର ଟଙ୍କା, ଗୋଟିଏ ଗିଭା କିପ୍ୟାଡ୍ ମୋବାଇଲ ଫୋନ୍ ଏବଂ ୨୦୦ ଟଙ୍କା ନଗଦ ଜବତ କରାଯାଇଛି।

ଏହି ଘଟଣାକୁ ନେଇ ବେଲପାହାଡ଼ ଥାନା କେସ୍ ନମ୍ବର ୧୭୬, ତାରିଖ ୦୭/୦୯/୨୦୨୬, ଏନ୍ଡିପିଏସ୍ ଆଇନ, ୧୯୮୫ର ଧାରା ୨୦(ବି)(ସସ)(ବି) ଅନୁଯାୟୀ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟକୁ ପଠାଇ ଦିଆଯାଇଛି।

ଗଞ୍ଜେଇର ଉତ୍ସ ଏବଂ ଏହା ସହ ଜଡ଼ିତ ଚୋରାଚାଲାଣ ନେଟୱର୍କ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।

.......................................

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande