
ଜୟପୁର, ୦୮ ସେପ୍ଟେମ୍ବର (ହି.ସ.) - ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ନିର୍ବାଚନୀ ରୋଲ୍ ପର୍ଯ୍ୟବେକ୍ଷକ ମହମ୍ମଦ ସାଦିକ୍ ଆଲମ୍, ଆଇଏଏସ୍, ତୃତୀୟ ଥର ପାଇଁ କୋରାପୁଟ ଜିଲ୍ଲା ଗସ୍ତରେ ଆସି ୨୦୨୬ ମସିହାର ବିଶେଷ ଗଭୀର ମତଦାତା ତାଲିକା ସଂଶୋଧନ କାର୍ଯ୍ୟକ୍ରମର ପ୍ରଗତି ସମୀକ୍ଷା ଓ ଯାଂଚ କରିଛନ୍ତି।
ଏହି ଅବସରରେ ଅପରାହ୍ନ ୪ଟାରେ ଡିଏନ କେ ସମ୍ମିଳନୀ କକ୍ଷରେ କୋରାପୁଟ ଜିଲ୍ଲାର ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କ ସମେତ ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀର ନିର୍ବାଚନୀ ରେଜିଷ୍ଟ୍ରେସନ ଅଧିକାରୀ ଓ ସହକାରୀ ନିର୍ବାଚନୀ ରେଜିଷ୍ଟ୍ରେସନ ଅଧିକାରୀ ଉପସ୍ଥିତ ଥିଲେ।
ଚାଲୁଥିବା ଏସଆଇଆର–୨୦୨୬ର ଦାବି ଓ ଆପତି ଅବଧିରେ କୋରାପୁଟ ଜିଲ୍ଲାରେ ଏପର୍ଯ୍ୟନ୍ତ ମୋଟ ୨,୧୨,୨୮୧ଟି ମାମଲାର ଶୁଣାଣି ସମାପ୍ତ ହୋଇଛି। ଏଥିମଧ୍ୟରୁ ଗତ ଝଓଜ–୨୦୦୨ ଆଧାରରେ ୪୨,୮୭୭ଟି ମାମଲା ଅନମ୍ୟାପ୍ଡ୍ ମତଦାତା ସମ୍ପର୍କିତ ଥିବାବେଳେ ୧,୬୯,୪୦୪ଟି ମାମଲା ନାମ, ଜନ୍ମତାରିଖ, ଠିକଣା, ସମ୍ପର୍କୀୟଙ୍କ ନାମ ଆଦିରେ ଥିବା ତ୍ରୁଟି ବା ଅସଙ୍ଗତି ସମ୍ପର୍କିତ ଥିଲା।
ବର୍ତମାନ ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଅନମ୍ୟାପ୍ଡ୍ ମତଦାତା ଏବଂ ଅସଙ୍ଗତି ସମ୍ପର୍କିତ ସମସ୍ତ ମାମଲାର ଶୁଣାଣି ସମାପ୍ତ ହୋଇଛି।
ବୈଠକରେ ଏସଆଇଆର–୨୦୨୬ର ଜିଲ୍ଲା ଓ ବିଧାନସଭା ନିର୍ବାଚନମଣ୍ଡଳୀସ୍ତରୀୟ ପ୍ରଗତି ସମୀକ୍ଷା କରାଯିବା ସହ ଏହାର ଅନ୍ତିମ ପର୍ଯ୍ୟାୟରେ ରାଜନୈତିକ ଦଳଗୁଡ଼ିକ ସମ୍ମୁଖୀନ ହେଉଥିବା ସମସ୍ୟା, ଅସୁବିଧା ଓ ପ୍ରସ୍ତାବ ସମ୍ପର୍କରେ ମତାମତ ନିଆଯାଇଥିଲା। ନିର୍ବାଚନୀ ରୋଲ୍ ପର୍ଯ୍ୟବେକ୍ଷକ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରି ଚାଲୁଥିବା ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ସେମାନଙ୍କ ମତାମତ ଜାଣିଥିଲେ।
ବୈଠକରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଝଓଜ–୨୦୨୬ର ବିଭିନ୍ନ ପର୍ଯ୍ୟାୟ ସମ୍ପର୍କରେ ଅବଗତ କରାଯାଇଥିଲା। ଏଥିରେ ଚିଠା ମତଦାତା ତାଲିକା ପ୍ରକାଶନ, ଦାବି ଓ ଆପତି ଗ୍ରହଣ ଏବଂ ନିଷ୍ପତି, ମତଦାତାଙ୍କ ଯାଂଚ, ଆବଶ୍ୟକସ୍ଥଳେ ଶୁଣାଣି, ମାମଲାର ଫଇସଲା ଏବଂ ଚୂଡ଼ାନ୍ତ ମତଦାତା ତାଲିକା ପ୍ରକାଶନ ପାଇଁ ପ୍ରସ୍ତୁତି ଆଦି ବିଷୟ ସାମିଲ ଥିଲା।
ସମସ୍ତ ଇଆରଓ ଓ ଇଏଆରଓ ଙ୍କୁ ନିର୍ଦ୍ଧାରିତ ପ୍ରକ୍ରିୟା ଓ ସମୟସୀମା ଅନୁଯାୟୀ ପ୍ରତ୍ୟେକ ଦାବି ଓ ଆପତିର ନିଷ୍ପତି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସମ୍ପୃକ୍ତ ମତଦାତାଙ୍କୁ ନିଜ ପକ୍ଷ ରଖିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଦେବା ସହ ପ୍ରତ୍ୟେକ ମାମଲା ସମ୍ପର୍କିତ ରେକର୍ଡ ସଠିକ୍ ଭାବେ ସଂରକ୍ଷଣ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି