ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମର ବାସ୍ତବ ସ୍ଥିତି ପରଖିବା ପାଇଁ ରାଜ୍ୟସ୍ତରୀୟ ଟିମ୍ ମାଲକାନଗିରିରେ
ମାଲକାନଗିରି, ୮ସେପ୍ଟେମ୍ବର (ହି.ସ.) - ମ୍ୟାଲେରିଆ ନିୟନ୍ତ୍ରଣ ଓ ନିରାକରଣ ଦିଗରେ ମାଲକାନଗିରି ଜିଲ୍ଲାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଜିଲ୍ଲାରେ ଚାଲିଥିବା ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମର ବାସ୍ତବ ସ୍ଥିତି ପରଖିବା ପାଇଁ ଏକ ରାଜ୍ୟସ୍ତରୀୟ ଟିମ୍ ମାଲକାନଗିରି ଗସ୍ତରେ ଆସିଛି। ଚାରିଦି
ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମର ବାସ୍ତବ ସ୍ଥିତି ପରଖିବା ପାଇଁ ରାଜ୍ୟସ୍ତରୀୟ ଟିମ୍ ମାଲକାନଗିରିରେ


ମାଲକାନଗିରି, ୮ସେପ୍ଟେମ୍ବର (ହି.ସ.) - ମ୍ୟାଲେରିଆ ନିୟନ୍ତ୍ରଣ ଓ ନିରାକରଣ ଦିଗରେ ମାଲକାନଗିରି ଜିଲ୍ଲାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଜିଲ୍ଲାରେ ଚାଲିଥିବା ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମର ବାସ୍ତବ ସ୍ଥିତି ପରଖିବା ପାଇଁ ଏକ ରାଜ୍ୟସ୍ତରୀୟ ଟିମ୍ ମାଲକାନଗିରି ଗସ୍ତରେ ଆସିଛି। ଚାରିଦିନିଆ ଗସ୍ତରେ ଆସିଥିବା ଏହି ଟିମ୍ ରେ ଏଣ୍ଟମୋଲୋଜି ବିଶେଷଜ୍ଞ ଡା. ସ୍ୱାତୀ କୁମାରୀ, ଟ୍ରେନିଂ କନସଲଟାଂଟ ଅନୁପ କୁମାର ମିଶ୍ରଙ୍କ ସମେତ ବରିଷ୍ଠ ଅଧିକାରୀ ସାମିଲ ଅଛନ୍ତି।

ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଟିମ୍ ର ସଦସ୍ୟମାନେ ଜିଲ୍ଲାର ବିଭିନ୍ନ ଅଂଚଳ ଗସ୍ତ କରି ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟର ତୃଣମୂଳ ସ୍ତରର ସ୍ଥିତି ଅନୁଧ୍ୟାନ କରୁଛନ୍ତି। ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମରେ କୌଣସି ତ୍ରୁଟି, ଅଭାବ କିମ୍ବା ଗ୍ୟାପ୍ ରହିଛି କି ନାହିଁ, ସେନେଇ ଯାଂଚ କରାଯାଉଛି। ଏଥିସହ ଚିହ୍ନଟ ହେଉଥିବା ସମସ୍ୟାକୁ କିପରି ଦୂର କରାଯିବ ଏବଂ ଆଗାମୀ ଦିନରେ ମ୍ୟାଲେରିଆ ନିୟନ୍ତ୍ରଣକୁ ଆହୁରି ଶକ୍ତିଶାଳୀ କରିବା ପାଇଁ କେଉଁ ପଦକ୍ଷେପ ନିଆଯିବ, ସେନେଇ ଆଲୋଚନା କରାଯାଉଛି।

ଆଜି ପ୍ରଥମ ଦିନରେ ଏହି ଟିମ୍ ମାଥିଲି ବ୍ଲକର କିଆଙ୍ଗ ଓ କର୍ତନପାଲ୍ଲୀ ପଂଚାୟତର ବିଭିନ୍ନ ଦୁର୍ଗମ ଗ୍ରାମ ଗସ୍ତ କରିବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଏପଟେ ଜିଲ୍ଲାରେ ମ୍ୟାଲେରିଆ ମାମଲା ହ୍ରାସ ପାଉଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଜୁଲାଇ ମାସ ତୁଳନାରେ ବର୍ତମାନ ମ୍ୟାଲେରିଆ ମାମଲାରେ ପ୍ରାୟ ୫୦ ପ୍ରତିଶତ ହ୍ରାସ ଘଟିଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏହି ହ୍ରାସ ଧାରା ଆଗକୁ ମଧ୍ୟ ଜାରି ରହିବ ବୋଲି ବିଭାଗ ଆଶା ପ୍ରକାଶ କରିଛି। ରାଜ୍ୟସ୍ତରୀୟ ଟିମ୍ ର ଗସ୍ତ ସମୟରେ ସଂଗୃହୀତ ତଥ୍ୟ ଓ ଅନୁଧ୍ୟାନ ରିପୋର୍ଟ ଆଧାରରେ ମାଲକାନଗିରି ପାଇଁ ନୂଆ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯିବ। ଏହି ଯୋଜନା ମାଧ୍ୟମରେ ଜିଲ୍ଲାରେ ମ୍ୟାଲେରିଆ ମାମଲାକୁ ଆହୁରି କମାଇବା ସହ ରୋଗ ନିୟନ୍ତ୍ରଣ ଦିଗରେ ଅଧିକ ପ୍ରଭାବୀ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande