
ଜୟପୁର, ୦୮ ସେପ୍ଟେମ୍ବର (ହି.ସ.) - ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୪ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଶୁଭ୍ରା ପଣ୍ଡାଙ୍କୁ ଜୟପୁର ଉପଖଣ୍ଡର ନୂତନ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରକାଶିତ ବିଜ୍ଞପ୍ତି ତାରିଖ ୮ ସେପ୍ଟେମ୍ବର ଅନୁସାରେ, ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶେଷ କରି ଫେରିବା ପରେ ରାଜ୍ୟ ସରକାର ତାଙ୍କୁ ଏହି ନୂଆ ଦାୟିତ୍ୱ ପ୍ରଦାନ କରିଛନ୍ତି ।
ରାଜ୍ୟ ସରକାର ଶୁଭ୍ରା ପଣ୍ଡାଙ୍କୁ କୋରାପୁଟ ଜିଲ୍ଲା ଅନ୍ତର୍ଗତ ଜୟପୁରର ଉପଖଣ୍ଡ ଦଣ୍ଡାଧିକାରୀ ବା ସବ୍-ଡିଭିଜନାଲ୍ ମାଜିଷ୍ଟ୍ରେଟ୍ ଭାବେ ମଧ୍ୟ ନିଯୁକ୍ତ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି