ଘରୋଇ ହିଂସାରୁ ସୁରକ୍ଷା ଆଇନ ଉପରେ ମାଲକାନଗିରିରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ
ମାଲକାନଗିରି, ୮ ସେପ୍ଟେମ୍ବର (ହି.ସ.)- ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ମାଲକାନଗିରି ଅନୁକୂଲ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହଠାରେ ମହିଳାମାନଙ୍କୁ ଘରୋଇ ହିଂସାରୁ ସୁରକ୍ଷା ଅଧିନିୟମ, ୨୦୦୫ ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହିଳାମାନଙ୍କୁ ଘରୋଇ
ଘରୋଇ ହିଂସାରୁ ସୁରକ୍ଷା ଆଇନ ଉପରେ ମାଲକାନଗିରିରେ ଜିଲ୍ଲାସ୍ତରୀୟ p


ମାଲକାନଗିରି, ୮ ସେପ୍ଟେମ୍ବର (ହି.ସ.)- ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ମାଲକାନଗିରି ଅନୁକୂଲ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହଠାରେ ମହିଳାମାନଙ୍କୁ ଘରୋଇ ହିଂସାରୁ ସୁରକ୍ଷା ଅଧିନିୟମ, ୨୦୦୫ ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହିଳାମାନଙ୍କୁ ଘରୋଇ ହିଂସାରୁ ସୁରକ୍ଷା, ସେମାନଙ୍କ ଅଧିକାର ଓ ସଚେତନତା ବୃଦ୍ଧି ସହ ଏହି ଆଇନର ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସମ୍ୟକ୍ ଜ୍ଞାନ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଶିବିରରେ ଆଇନଗତ ପରିଣାମ, ସୁରକ୍ଷା ଅଧିକାରୀଙ୍କ ଭୂମିକା ଓ ଦାୟିତ୍ୱ, ଅଭିଯୋଗ ପ୍ରକ୍ରିୟା, ମାଗଣା ଆଇନଗତ ସହାୟତା ଏବଂ ହିଂସାମୁକ୍ତ ସମାଜ ଗଠନରେ ଆରକ୍ଷୀ ବିଭାଗ, ଶିକ୍ଷାନୁଷ୍ଠାନ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ସାମାଜିକ ସଂସ୍ଥାର ଅବଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ମିନତୀ ମହାନ୍ତି, ସହକାରୀ ପରିଚାଳକ (ଆଇନ) ସୂର୍ଯ୍ୟ ନାରାୟଣ ମହାପାତ୍ର, ସୁରକ୍ଷା ଅଧିକାରୀ ଟି ଜୟଲକ୍ଷ୍ମୀ ଏବଂ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ରର ଜିଲ୍ଲା ସଂଯୋଜକ ମଣି ମୋହନ ସରକାର ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁଚିତା ପଣ୍ଡା ଏହି କାର୍ଯ୍ୟକ୍ରମର ସଂଯୋଜନା ଭାର ତୁଲାଇଥିଲେ।

ଏହି ପ୍ରଶିକ୍ଷଣ ଶିବିରରେ ସଖୀ କେନ୍ଦ୍ର, ଶକ୍ତି ସଦନ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ପ୍ରତିନିଧି, ଜିଲ୍ଲାର ସମସ୍ତ ଥାନା ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ, ମହିଳା ସହାୟତା କେନ୍ଦ୍ରର ଆରକ୍ଷୀ ଅଧିକାରୀ, ଯୁବ ଓ ଛାତ୍ର ସଂଗଠନ, ପରିବର୍ତ୍ତନ ସ୍ୱେଚ୍ଛାସେବୀ ସଂସ୍ଥା, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ରର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande