ଉଭୟ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟରେ ସମନ୍ୱୟ ରକ୍ଷାକରି ଏକକ ବୋର୍ଡ଼ ଗଠନ କରାଯାଉ : ଓଷ୍ଟା
ଭୁବନେଶ୍ବର , 09 ସେପ୍ଟେମ୍ବର (ହି.ସ.) - ରାଜ୍ୟସରକାର ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ଶ୍ରେଣୀ ପାଇଁ ଗୋଟିଏ ବୋର୍ଡ଼ ଗଠନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଯଦ୍ୱାରା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ଼) ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସି.ଏଚ୍.ଏସ୍.ଇ.)ର ମିଶ୍ରଣ କରାଯାଇ ଗୋଟିଏ ବୋର୍
ଉଭୟ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟରେ ସମନ୍ୱୟ ରକ୍ଷାକରି ଏକକ ବୋର୍ଡ଼ ଗଠନ କରାଯାଉ : ଓଷ୍ଟା


ଭୁବନେଶ୍ବର , 09 ସେପ୍ଟେମ୍ବର (ହି.ସ.) - ରାଜ୍ୟସରକାର ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ଶ୍ରେଣୀ ପାଇଁ ଗୋଟିଏ ବୋର୍ଡ଼ ଗଠନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଯଦ୍ୱାରା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ଼) ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସି.ଏଚ୍.ଏସ୍.ଇ.)ର ମିଶ୍ରଣ କରାଯାଇ ଗୋଟିଏ ବୋର୍ଡ଼ ଗଠନ କରାଯିବ । ଏହି ବୋର୍ଡ଼ ମାଧ୍ୟମରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ମଧ୍ୟ କରାଯିବ । ଦଶମ ଓ ଦ୍ୱାଦଶ ଉଭୟଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହିତ ସମସ୍ତଙ୍କ ପାଇଁ ସମାନ ସୁବିଧା ଓ ସମାନ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇବା, ଆବଶ୍ୟକ ପରିମାଣର ଶିକ୍ଷକ ନିଯୁକ୍ତି ଦେବା ଏବଂ ପଦୋନ୍ନତି ପ୍ରଦାନ କରିବା ଆଦିର ସୁବ୍ୟବସ୍ଥା କରି ସରକାର ଏକକ ବୋର୍ଡ଼ ଗଠନ କରନ୍ତୁ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ।

ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡ଼ିଶାର ବିଭିନ୍ନ ଉଚ୍ଚବିଦ୍ୟାଳୟରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଖୋଲାଯାଉ, ସମାନ କାମକୁ ସମାନ ଦରମା ପ୍ରଦାନ ସହିତ ଯୋଗ୍ୟତା ଭିତ୍ତିକ ପ୍ରମୋଶନ ଓ ନିଯୁକ୍ତି ପ୍ରଦାନ କରାଯାଉ ବୋଲି ଓଷ୍ଟା ପକ୍ଷରୁ ଦାବି କରାଯାଇଛି । ଗୋଟିଏ ବୋର୍ଡ଼ ଗଠନ ହେଲେ ପାଠ୍ୟକ୍ରମ ପ୍ରସ୍ତୁତି ଏବଂ ପରୀକ୍ଷା ପରିଚାଳନାରେ ଯେଭଳି ଅସୁବିଧା ସୃଷ୍ଟି ନହେବ ସେଥିପ୍ରତି ରାଜ୍ୟର ଜନପ୍ରିୟ ସରକାର ଦୃଷ୍ଟି ଦେଇ ଏକକ ବୋର୍ଡ଼ ଗଠନ କରନ୍ତୁ ବୋଲି ଓଷ୍ଟା ପକ୍ଷରୁ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନିଳମଣୀ ପୁରୋହିତ, ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସମ୍ପାଦକ ବ୍ରଜ କିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର ଏବଂ ଶିକ୍ଷାପ୍ରଦୀପ ସମ୍ପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କୁ ଜଣାଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande