
ପଟ୍ଟାମୁଣ୍ଡାଇ , ୦୯ ସେପ୍ଟେମ୍ବର (ହି.ସ.) - ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି । ୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ ବେଆଇନ ମଦ ଜବତ କରିବା ସହିତ ଦୁଇଜଣଙ୍କୁ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ରାଜନଗର ବ୍ଲକର ମହିଁଷାସୁର ଓ ରଥଗଳି ଦାଣ୍ଡରେ ଥିବା ଦୁଇଟି ବେଆଇନ ବିଦେଶୀ ମଦ ବିକ୍ରେତାଙ୍କ ଘର ଉପରେ ଚଢ଼ାଉ କରି ୩୨୫ ଲିଟର ମଦ ଓ ୧୨୫ ଲିଟର ବିଅର ଜବତ କରିଛି ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡ଼ । ଦୀର୍ଘଦିନ ଧରି ରାଜନଗର ଓ ପଟ୍ଟାମୁଣ୍ଡାଇ ଅଂଚଳରେ ଚୋରା ମଦ କାରବାର ବୃଦ୍ଧି ପାଉଥିଲେ ବି ଟେର ପାଉନଥିଲା ପୋଲିସ କି ଅବକାରୀ ବିଭାଗ । ଆଜି ଫ୍ଲାଇଙ୍ଗ ସ୍କ୍ୱାଡ଼ ଅତର୍କିତ ଚଢ଼ାଉ କରି ସଫଳତା ପାଇଛି ।
ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ