ଭାରତ ବନ୍ଦ ସମର୍ଥନରେ ହିଞ୍ଜିଳିକାଟୁରେ ଏସୟୁସିଆଇ(ସି)ର ପ୍ରଚାର ଅଭିଯାନ
ଗଞ୍ଜାମ, ୨୬ ସେପ୍ଟେମ୍ବର (ହି.ସ.)- କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଚାଷୀମାନଙ୍କୁ ସର୍ବନାଶ କରିବା ପାଇଁ ଆଣିଥି
ଭାରତ ବନ୍ଦ ସମର୍ଥନରେ ହିଞ୍ଜିଳିକାଟୁରେ ଏସୟୁସିଆଇ(ସି)ର ପ୍ରଚାର ଅଭିଯାନ


ଗଞ୍ଜାମ, ୨୬ ସେପ୍ଟେମ୍ବର (ହି.ସ.)- କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଚାଷୀମାନଙ୍କୁ ସର୍ବନାଶ କରିବା ପାଇଁ ଆଣିଥିବା ଅନ୍ୟାୟ କୃଷି ଆଇନ ଯଥା ଚୁକ୍ତି ଚାଷ ଆଇନ, ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ, ଘରୋଇ ମଣ୍ଡି ଆଇନ ଓ ବିଜୁଳି ସଂଶୋଧନ ବିଲ୍ ବାତିଲ୍ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଡାକରାରେ ୨୭ ସେପ୍ଟେମ୍ବର ଭାରତ ବନ୍ଦ ସମର୍ଥନରେ ଏସୟୁସିଆଇ(ସି) ହିଞ୍ଜିଳିକାଟୁ ଆଞ୍ଚଳିକ କମିଟି ତରଫରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଛି ।

ଏଠାରେ ସୂଚନାଯୋଗ୍ୟ, ଦିଲ୍ଲୀ ସୀମାନ୍ତରେ ଆଜକୁ ୧୦ ମାସ ଧରି ଐତିହାସିକ ଚାଷୀ ଆନ୍ଦୋଳନ ଚାଲିଛି ଓ ଏହି ଆନ୍ଦୋଳନରେ ୬୦୦ରୁ ଉର୍ଦ୍ଧ୍ବ ବୀର କୃଷକ ମାନେ ମୃତ୍ୟୁ ବରଣ କରିଛନ୍ତି । ଏହା ସତ୍ୱେ ଖରା, ବର୍ଷା, ଶୀତକୁ ଖାତିର ନକରି ଦୃଢ଼ ସଂକଳ୍ପ ନେଇ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେନି ବୋଲି ଘୋଷଣା କରି ଚାଷୀମାନେ ବିରତ୍ବପୂର୍ଣ୍ଣ ଲଢେଇ ଜାରି ରଖିଛନ୍ତି । ଏହି ୩ଟି କଳା ଆଇନ ବିଦେଶୀ ଏକଚାଟିଆ ପୁଞ୍ଜିପତି ମାନଙ୍କର ସ୍ୱାର୍ଥ ରକ୍ଷା ପାଇଁ ଉଦ୍ଦିଷ୍ଟ । ଏହି ଆଇନ ଯଦି ଲାଗୁ ହେବ ତେବେ ଚାଷୀ ମାନଙ୍କର ଜମି ଓ ଉତ୍ପାଦିତ କୃଷି ଦ୍ରବ୍ୟ ସମ୍ପୂର୍ଣ୍ଣ ଭାବେ ଏକଚାଟିଆ ପୁଞ୍ଜିପତିମାନଙ୍କ ଅକ୍ତିଆରକୁ ଚାଲିଯିବ ।ସାର, ବିହନ, କୀଟନାଶକ ଔଷଧ, ଜଳ ଓ ବିଦ୍ୟୁତ ଇତ୍ୟାଦି କ୍ଷେତ୍ରରେ ବହୁ ରାଷ୍ଟ୍ରୀୟ କମ୍ପାନୀମାନଙ୍କର ପ୍ରବେଶ ଘଟିବ । ଫଳରେ ଚାଷୀ ସର୍ବସ୍ୱାନ୍ତ ହେବେ । କୃଷିଜାତ ଦ୍ରବ୍ୟ ସହିତ ଅତ୍ୟାବଶ୍ୟକ ସାମଗ୍ରୀ ବିପୁଳ ପରିମାଣରେ ମହଜୁଦ କରି ରଖିବାର ସୁଯୋଗ ପୁଞ୍ଜିପତି ମାନେ ପାଇବେ । ପରିଣାମ ସ୍ୱରୂପ ନିତ୍ୟପ୍ରୟୋଜନୀୟ ଜିନିଷପତ୍ରର ଆକାଶଛୁଆଁ ମୂଲ୍ୟବୃଦ୍ଧି ଘଟିବ । ଚାଷୀକୁଳ ସମେତ ସର୍ବସ୍ତରର ଜନସାଧାରଣ ବଞ୍ଚିବା ଦୁର୍ବିସହ ହୋଇପଡିବ । ତେଣୁ ସଂଯୁକ୍ତ କିଷାନ ମୋର୍ଚ୍ଚାର ଭାରତ ବନ୍ଦ ଡାକରାକୁ ସମସ୍ତ ଛାତ୍ର, ଯୁବକ,ବୁଦ୍ଧିଜୀବୀ, ଶ୍ରମିକ ଓ ସମସ୍ତ ବ୍ୟବସାୟୀ ଅନୁଷ୍ଠାନକୁ ସ୍ଵତସ୍ଫୁତ ଭାବେ ସାମିଲ୍ ହେବା ସହ ଦୋକାନ ବଜାର,ସ୍କୁଲ, କଲେଜ ବନ୍ଦ ରଖିବାକୁ ଆହ୍ବାନ ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର/ହୃଷିକେଶ\ପ୍ରଦୀପ୍ତ


 rajesh pande