ବାନର ସେନା ଉଚ୍ଚ ପ୍ରଥମିକ ବିଦ୍ୟାଳୟ ର ପ୍ରତିଷ୍ଠା ଦିବସ  ପାଳିତ 
ଘଟଗାଁ୦୧ ଅକ୍ଟେବର(ହିଁ ସ) କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଅନ୍ତର୍ଗତ ବାନରସେନା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନନ୍ତ ଚରଣ ଭୂୟାଁ ଙ୍କ ସଭାପତିତ୍ବରେ ସେହି ବିଦ୍ୟାଳୟର ଛ
ବାନର ସେନା ଉଚ୍ଚ ପ୍ରଥମିକ ବିଦ୍ୟାଳୟ ର ପ୍ରତିଷ୍ଠା ଦିବସ  ପାଳିତ 


ଘଟଗାଁ୦୧ ଅକ୍ଟେବର(ହିଁ ସ)

କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଅନ୍ତର୍ଗତ

ବାନରସେନା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନନ୍ତ ଚରଣ ଭୂୟାଁ ଙ୍କ ସଭାପତିତ୍ବରେ ସେହି ବିଦ୍ୟାଳୟର ଛାତ୍ର ଶାନ୍ତି ନିକେତନ ର ପ୍ରଫେସର ଡଃ ସନତ୍ କୁମାର ରଥ ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଅଧିଷ୍ଠିତ ମା' ହିଙ୍ଗୁଳା ଦେବୀଙ୍କ ପୂଜାର୍ଚ୍ଚନା ଓ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିବା । ସଭା ପ୍ରାରମ୍ଭ ରେ ବିଦ୍ୟାଳୟ ର ପ୍ରତିଷ୍ଠାତା ✓ ଭରତ ଚନ୍ଦ୍ର ସ୍ବାଇଁ ଙ୍କ ଫଟୋଚିତ୍ର ରେ ଅତିଥିମାନଙ୍କ ଦ୍ବାର ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ବେଣୁଧର ପରିଡ଼ା , ମଧୁସୂଦନ ପରିଡ଼ା ଓ ବିଦ୍ୟାଳୟ ର ଛାତ୍ର ଉମାକାନ୍ତ ଯେନା ବିଦ୍ୟାଳୟ ର ଐତିହ୍ୟ , ସାଇଁକୁଳ ଗ୍ରାମର ପରମ୍ପରା ଓ ବିଦ୍ୟାଳୟ ପ୍ରତିଷ୍ଠା ରେ ✓ ଭରତ ଚନ୍ଦ୍ର ସ୍ବାଇଁ ଙ୍କ ତ୍ୟାଗ ତପସ୍ୟା ଓ ସମୟୋଚିତ ସାହସିକ ନିଷ୍ପତ୍ତି କୁ ଛାତ୍ରଛାତ୍ରୀ ଙ୍କ ନିକଟରେ ଉପସ୍ଥାପନ କରିଥିଲେ । ବିଦ୍ୟାଳୟ ର ଛାତ୍ରୀ କୁମାରୀ କ୍ଷୀରାବ୍ଧି ନନ୍ଦିନୀ ପଟ୍ଟନାୟକଙ୍କ ସ୍ମରଣୀୟ ବକ୍ତବ୍ୟ ଉପସ୍ଥିତ ଅତିଥିମାନଙ୍କ ଦ୍ବାରା ପ୍ରଶଂସନୀୟ ଥିଲା । କାର୍ଯ୍ୟକ୍ରମ ର ଶେଷରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଶିକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଦ୍ୟାଳୟ ର ଶିକ୍ଷକ ବିଷ୍ଣୁ ଚରଣ ପ୍ରଧାନ , ମଙ୍ଗେସ ବେହେରା , ଜଗତଜିତ୍ ଦାଶ ତଥା ଶିକ୍ଷୟିତ୍ରୀ କନକଲତା ଯେନା , ପୁଷ୍ପାଞ୍ଜଳି ମହାରଣା , ସୁବାସିନୀ ଦାଶ ଓ ସମାଜସେବୀ ସନ୍ତୋଷ କୁମାର ସ୍ବାଇଁ ଙ୍କ ସୁପରିଳନା ରେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀଙ୍କ ସହଯୋଗ ରେ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / Ghanshyam Jena


 rajesh pande