ସମ୍ପତ୍ତ
କୁମାର ଅଗ୍ରୱାଲ
ବ୍ୟକ୍ତି, ସମାଜ, ରାଷ୍ଟ୍ର ଏବଂ ବିଶ୍ୱ
ର ଅଗ୍ରଗତି ମୂଳତଃ ଅର୍ଥନୈତିକ, ରାଜନୈତିକ, ସାଂସ୍କୃତିକ ଏବଂ ସାମାଜିକ ଆଦି ଚାରୋଟି ସ୍ତମ୍ଭ ଉପରେ
ନିର୍ଭର କରେ | ଏହି ଚାରି ସ୍ତମ୍ଭକୁ ମଜବୁତ କରି ଏକ ଉନ୍ନତ ରାଷ୍ଟ୍ର ର ନୂତନ ନିର୍ମାଣ ପାଇଁ ମହାରାଜା
ଶ୍ରୀ ଅଗ୍ରସେନଙ୍କ ଜୀବନ ଦର୍ଶନ ଏକ ଆଧାର ହୋଇପାରିଛି | ଗୁଣି, ବିଦ୍ଵାନ, ପ୍ରଜାଵତ୍ସଳ, କୁଶଳୀ
ଶାସକଙ୍କ ଖ୍ୟାତି କେବଳ ଗୋଟିଏ ଯୁଗରେ ସୀମିତ ରୁହେ ନାହିଁ | ତାଙ୍କ ଜନ କଲ୍ୟାଣ ଚିନ୍ତାଧାରା ସମୟହୀନ
ହେବା ସହ ଯୁଗ ଯୁଗ ଧରି ସମାଜକୁ ମାର୍ଗଦର୍ଶନ ପ୍ରଦାନ କରିଥାଏ |ଏହିପରି ଶାସକମାନଙ୍କ ଦ୍ଵାରା କେବଳ ଲୋକମାନେ ନୁହଁନ୍ତି,ସଭ୍ୟତା ଏବଂ ସଂସ୍କୃତି ମଧ୍ୟ ସମୃଦ୍ଧ ଏବଂ ଶକ୍ତିଶାଳୀ
ହୋଇଥାଏ |ଏହିପରି ଶାସକମାନଙ୍କ ଦୃଷ୍ଟିରେ କେବଳ
ସତ୍ତା ହାସଲ କରିବା ସର୍ବୋପରି ନୁହେଁ, ବରଂ ସମାଜ ଏବଂ ମାନବିକତାର ଉତ୍ଥାନ ଓ କଲ୍ୟାଣ ଅଟେ।
ଏପରି ଜଣେ ମହାନ ଶାସକ ଥିଲେ ମହାରାଜା
ଶ୍ରୀ ଅଗ୍ରସେନ | ସେ କେବଳ ଜଣେ କର୍ମୟୋଗୀ ଲୋକନାୟକ ନଥିଲେ ବରଂ ଏକ ସନ୍ତୁଳିତ ଏବଂ ଆଦର୍ଶ ସମାଜବାଦୀ
ବ୍ୟବସ୍ଥାର ସୃଷ୍ଟିକର୍ତ୍ତା ମଧ୍ୟ ଥିଲେ |ସେ ସମାଜବାଦର
ଅଗ୍ରଦୂତ, ଗଣତନ୍ତ୍ରର ପ୍ରତିଷ୍ଠାତା, ଅହିଂସାର ପୂଜାରୀ ତଥା ଶାନ୍ତି ଦୂତ ଥିଲେ।ପ୍ରକୃତରେ ତାଙ୍କ ଯୁଗ ରାମରାଜ୍ୟ ର ଏକ ପ୍ରତୀକ ଥିଲା,
ଯେଉଁଥିରେ ସେ ତାଙ୍କର ଆଦର୍ଶ ଜୀବନ ଓ କାର୍ଯ୍ୟ ମାଧ୍ୟମରେ ସମଗ୍ର ମାନବ ସମାଜ କୁ ମହାନତାର ମାର୍ଗ
ଦେଖାଇଥିଲେ |
ସେହି ଯୁଗରେ, ଲୋକମାନେ ଖରାପ ନଥିଲେ,
ସେମାନଙ୍କ ଚିନ୍ତାଧାରା ଖରାପ ନଥିଲା, କିମ୍ବା କାର୍ଯ୍ୟ କଳାପ ମଧ୍ୟ ଖରାପ ନଥିଲା | ରାଜା ଓ ପ୍ରଜାଙ୍କ
ମଧ୍ୟରେ ବିଶ୍ଵାସ ଥିଲା। ମହାରାଜା ଶ୍ରୀ ଅଗ୍ରସେନ ସେ ସମୟରେ ଆଲୋକ ବର୍ତିକା , ସେ ସମୟର ସୂର୍ଯ୍ୟ
କହିଲେ ଅତ୍ୟୁକ୍ତି ହେବ ନାହିଁ l ଯାହାର ଜନ୍ମ ବାର୍ଷିକୀ ଆଜି ପାଳନ କରାଯାଉଛି|
ମହାରାଜା ଶ୍ରୀ ଅଗ୍ରସେନ ହେଉଛନ୍ତି
ଅଗ୍ରୱାଲ ଜାତିର ପିତୃପୁରୁଷ ।ଧାର୍ମିକ ବିଶ୍ୱାସ
ଅନୁଯାୟୀ,ଆଜକୁ ପ୍ରାୟ ୫୨୦୦ ବର୍ଷ ପୂର୍ବେ ଦ୍ୱାପର
ଯୁଗରଅନ୍ତିମ ଓ କଳିଯୁଗର ପ୍ରାରମ୍ଭରେ ଆଶ୍ୱିନ୍
ଶୁକ୍ଲ ପ୍ରତୀପଦା ଦିନ ମହାରାଜା ଶ୍ରୀ ଅଗ୍ରସେନ ଜନ୍ମଲାଭ କରିଥିଲେ lମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ପ୍ରଭୁ ଶ୍ରୀ ରାମଙ୍କ ୩୪
ତମ ପିଢ଼ି ରେ ସୂର୍ଯ୍ୟ ବଂଶୀ କ୍ଷତ୍ରିୟ କୁଳ ର ପ୍ରତାପନଗରର ମହାରାଜା ବଲ୍ଲଭସେନଙ୍କ ଘରେ ଜନ୍ମ
ହୋଇଥିଲେ।
ବର୍ତ୍ତମାନ ପ୍ରତାପନଗର ରାଜସ୍ଥାନ
ଏବଂ ହରିୟାଣା ରାଜ୍ୟ ସୀମାରେ ସରସ୍ୱତୀ ନଦୀ କୂଳରେ ଅବସ୍ଥିତ।ରାଜା ବଲ୍ଲଭସେନଙ୍କର ଅଗ୍ରସେନ ଏବଂ ଶୁରସେନ୍ ନାମକ ଦୁଇଟି
ପୁତ୍ର ଥିଲେ।ଅଗ୍ରସେନ ମହାରାଜ ବଲ୍ଲଭସେନଙ୍କ ବଡ
ପୁଅ ଥିଲେ।ମହାରାଜା ଅଗ୍ରସେନଙ୍କ ଜନ୍ମ ସମୟରେ ଗର୍ଗ
ରୁଷି ମହାରାଜା ବଲ୍ଲଭସେନଙ୍କୁ କହିଥିଲେ ଯେ ଅଗ୍ରସେନ ଜଣେ ମହାନ ରାଜା ହେବେ।ତାଙ୍କ ରାଜ୍ୟରେ ଏକ ନୂତନ ଶାସନ ବ୍ୟବସ୍ଥା ଅଭ୍ୟୁଦୟ ହେବ
ଏବଂ ହଜାର ହଜାର ବର୍ଷ ପରେ ମଧ୍ୟ ତାଙ୍କ ନାମ ଅମର ହୋଇ ରହିବ |
ମହାରାଜ ବଡ ହେବା ପରେ ରାଜକାର୍ଯ୍ୟ
ସହିତ ବେଦଶାସ୍ତ୍ର, ଅର୍ଥଶାସ୍ତ୍ର ଏବଂ ଅସ୍ତ୍ରଚାଳନା ମଧ୍ୟ କରିଥିଲେ । ପିତାଙ୍କ ଅନ୍ତେ ରାଜ୍ୟ
ଶାସନ ଗ୍ରହଣ କରିଥିଲେ ଏବଂ ସେ ଜଣେପ୍ରତାପୀ ରାଜା
ଥିଲେ ।ତାଙ୍କର ପ୍ରମୁଖ ରାଣୀ ଥିଲେ ନାଗରାଜ କୁମୁଦଙ୍କ
କନ୍ୟା ମହାରାଣୀ ମାଧବୀ ।ମାଧବୀଙ୍କ ସହିତ ବିବାହ
ପରେ ମହାରାଜଙ୍କଶକ୍ତି ଦ୍ୱିଗୁଣିତ ହୋଇଥିଲା । ମହାରାଜା
ଶ୍ରୀ ଅଗ୍ରସେନଙ୍କୁ ସମାଜବାଦର ଅଗ୍ରଦୂତ କୁହାଯାଏ |ମହାରାଜ ଶ୍ରୀ ଅଗ୍ରେସନ ଜଣେ ଭବିଷ୍ୟ ଦର୍ଶୀ ଥିଲେ , ଏଣୁ ଭବିଷ୍ୟତର ବିକଟ ପରିସ୍ଥିତିକୁ
ଜାଣିପାରି ରାଜ୍ୟବାସୀଙ୍କୁ ସମତା, ଅହିଂସା ଏବଂ ଗଣରାଜ୍ୟର ମୁଳମନ୍ତ୍ର ପ୍ରଦାନ କରିଥିଲେ ।ହଜାର ହଜାର ବର୍ଷ ପୂର୍ବେ ପ୍ରଦାନ କରିଥିବା ଶିକ୍ଷା ଆଜି
ମଧ୍ୟ ସେତେ ମହତ୍ୱପୂର୍ଣ ଅଟେ ଯାହା ସେହି ସମୟରେ ରହିଥିଲା । ସମାଜବାଦର ସଂଦେଶ ରୂପେ ‘ଗୋଟିଏ ଇଟା
ଓ ଗୋଟିଏ ମୁଦ୍ରା’ର ମନ୍ତ୍ର ପ୍ରଦାନ କରିଥିଲେ । ଅଗ୍ରୋହା
ରାଜ୍ୟରେ ଲକ୍ଷ୍ୟାଧିକ ପରିବାର ବାସ କରୁଥିଲେ । ଅନୁମତି କ୍ରମେ ଯଦି କୌଣସି ବାହାରର ଲୋକରାଜ୍ୟ ମଧ୍ୟକୁ ଆସେ କିମ୍ବା କୌଣସି କାରଣରୁ ଗରିବ ହୋଇଯାଏ
ତେବେ ପ୍ରତି ପରିବାର ପକ୍ଷରୁ ଉକ୍ତ ଆଗନ୍ତୁକଙ୍କୁ ଗୋଟିଏ ଲେଖାଁଏ ଇଟା ଏବଂ ଗୋଟିଏ ଲେଖାଁଏ ମୁଦ୍ରା
ପ୍ରଦାନ କରାଯାଉଥିଲା ।ଫଳସ୍ୱରୂପ ସେ ପାଇଥିବା ଏକ
ଲକ୍ଷ ଇଟା ଦ୍ୱାରା ନିଜର ବାସଗୃହ ନିର୍ମାଣ କରିବା ସହ ଏକ ଲକ୍ଷ ମୁଦ୍ରାରେ ନିଜର ବ୍ୟବସାୟ କରୁଥିଲା
।ଅଗ୍ରୋହା ରାଜ୍ୟରେ ଏହି ମନ୍ତ୍ରର ପ୍ରଭାବରେ କୌଣସି
ବ୍ୟକ୍ତି ଗରିବ ନ ଥିଲେ ଏବଂ ଧନୀ ଗରିବ ମଧ୍ୟରେ ପାର୍ଥକ୍ୟ ମଧ୍ୟ ନ ଥିଲା ।ତାଙ୍କର ପ୍ରେରଣା ଦ୍ୱାରା ହିଁ ଆଜିତାଙ୍କର ବଂଶଜ (ଅଗ୍ରୱାଲା ) ସମାଜରେ ନିଜର ଏକ ସ୍ୱତନ୍ତ୍ର
ପରିଚୟ ବଜାୟ ରଖିଛନ୍ତି ।
ମହାରାଜା ଶ୍ରୀ ଅଗ୍ରସେନ ଏକ ନୂତନ
ବ୍ୟବସ୍ଥା ଜନ୍ମ ଦେଇଥିଲେ |ବୈଦିକ ସନାତନ ଆର୍ଯ୍ୟ
ସଂସ୍କୃତିର ମୌଳିକ ବିଶ୍ୱାସକୁ କାର୍ଯ୍ୟକାରୀ କରିବା ସହିତ କୃଷି, ବାଣିଜ୍ୟ, ଶିଳ୍ପ, ଗୋ ପାଳନ ର
ବିକାଶ ସହିତ ନୈତିକମୂଲ୍ୟବୋଧର ପୁନଃ ପ୍ରତିଷ୍ଠା
କରି ରାଜ୍ୟ ଗଠନ କରିବାରେ ନେତୃତ୍ୱ ନେଇଥିଲେ।ମହାରାଜ
ଶ୍ରୀ ଅଗ୍ରସେନ 108 ବର୍ଷ ଶାସନ କରିଥିଲେ।ତାଙ୍କ
ଜୀବନରେ ମୂଳତଃ ତିନୋଟି ଆଦର୍ଶ ରହିଥିଲା- ଗଣତାନ୍ତ୍ରିକ
ଶାସନ ବ୍ୟବସ୍ଥା, ଅର୍ଥନୈତିକ ସମାନତା ଏବଂ ସାମାଜିକ ସମାନତା |
ମହାରାଜ ଅଗ୍ରେସନ କେବଳ ଏକ ରାଜ୍ୟ
ପ୍ରତିଷ୍ଠା କରିଥିଲେତାହା ନୁହେଁ ତାଙ୍କ ରାଜ୍ୟ
ବିଭବଶାଳି, ଶକ୍ତିଶାଳୀ ଏବଂ ସୁସଜ୍ଜିତ ରହିଥିଲା । ନିଜ ରାଜ୍ୟରେ ଗଣତନ୍ତ୍ର ପ୍ରଣାଳିର ସ୍ଥାପନା
କରିଥିଲେ । ରାଜତନ୍ତ୍ର ଶାସନ ରହିଥିଲେ ମଧ୍ୟ ରାଜ୍ୟକୁ ୧୮ ଟି ଗଣରାଜ୍ୟ (ପ୍ରଦେଶ) ରୂପେ ପ୍ରତିଷ୍ଠା
ସହିତ ଗଣତାନ୍ତ୍ରୀକ ଶାସନ ପ୍ରଣାଳୀ ସହିତ ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରଚଳନ କରିଥିଲେ । ତାଙ୍କର
ମୂଳମନ୍ତ୍ର ଥିଲା - ପରିଶ୍ରମ ଏବଂ ଉଦ୍ୟୋଗ ମାଧ୍ୟମରେ ଅର୍ଥ ଉପାର୍ଜନ ଏବଂ ତାହାର ସୁଷମ ଓ ସମାନ
ବିତରଣ । ଆଜି ମଧ୍ୟ ଅଗ୍ରୱାଲା ସମାଜ କଠିନ ପରିଶ୍ରମ କରି ଅର୍ଥ ଉପାର୍ଜନ କରୁଥିଲେ ମଧ୍ୟ କଠିନ ପରିଶ୍ରମ
ମାଧ୍ୟମରେ ଅର୍ଜିତ ଅର୍ଥର ଅନେକ ଅଂଶ ଜନହିତ କାର୍ଯ୍ୟରେବିନିଯୋଗ କରିଥାନ୍ତି । ସମାଜ ଦ୍ୱାରା ନିର୍ମିତ ସ୍କୁଲ , କଲେଜ, ଧର୍ମଶାଳା , ମଠ, ମନ୍ଦିର,
କୁପ, ପୋଖରୀ ଏବଂ ଡାକ୍ତରଖାନା ଗୁଡିକ ଏହାର ଉଦାହରଣ ଅଟେ । ସେହି ସମୟରେ ରାଜା ମହାରାଜା ମାନେ ଧର୍ମ
ଅର୍ଜନ ନ୍ତିମନ୍ତେ ବଡ ବଡ ଯଜ୍ଞ ମାନ ଆୟୋଜନ କରୁଥିଲେ । ମହାରାଜ ଅଗ୍ରେସନ ମଧ୍ୟ ମାନବ କଲ୍ୟାଣ ହେତୁ
୧୮ ଟି ଯଜ୍ଞର ଆୟୋଜନ କରିଥିଲେ । ୧୭ ଟି ଯଜ୍ଞ ସଂପୁର୍ଣ ବିଧି- ବିଧାନ ସମାପ୍ତ ହେବାପରେ ୧୮ ତମ
ଯଜ୍ଞର ଶେଷ ପର୍ଯାୟରେ ମହାରାଜାଙ୍କର ଜ୍ଞାନୋଦୟ ହୋଇଥିଲା ଏବଂ ମୁକ ଓ ନିରିହ ପଶୁ ମାନଙ୍କର ହତ୍ୟା
କରାଯିବା ଅନୁଚିତ ଅନୁଭବ କରି ବଂଶଜ ଏବଂ ରାଜ୍ୟବାସୀଙ୍କୁ ଜୀବହତ୍ୟା ବନ୍ଦ କରିବା ସହ ଅଂହିସାର ମନ୍ତ୍ର
ପ୍ରଦାନ କରିଥିଲେ । ମହାରାଜଙ୍କ ବିଚାରଧାରାର ପ୍ରଭାବରେ ହିଁ ଆଜି ଅଗ୍ରୱାଲା ସମାଜ ଶାକାହାରୀ, ଅଂହିସା
ବାଦୀ ଏବଂ ଧର୍ମ ପରାୟଣ ଜାତି ରୁପେ ପ୍ରତିଷ୍ଠା ଲାଭ କରିଛି ।
ଏକ ନିର୍ଦ୍ଦିଷ୍ଟ ବୟସ ହାସଲ କରିବା
ପରେ ମହାରାଜା ଶ୍ରୀ ଅଗ୍ରସେନ କୁଲଦେବୀ ମହାଲକ୍ଷ୍ମୀଙ୍କ ପରାମର୍ଶ କ୍ରମେ ସେ ରାଜ୍ୟଭାର ତାଙ୍କ ବଡ଼ପୁଅଙ୍କୁ
ଦେଇଥିଲେ ଏବଂ ତପସ୍ୟା କରିବାକୁ ବାନପ୍ରସ୍ଥ ଗ୍ରହଣ କରିଥିଲେ ।ଥରେ ଆଗ୍ରୋହରେ ଏକ ବିରାଟ ଅଗ୍ନିକାଣ୍ଡ ଘଟିଥିଲା | ସେହି
ଅଗ୍ନିକାଣ୍ଡ ଯୋଗୁଁ ହଜାର ହଜାର ଲୋକ ବାସହୀନ ହୋଇ ଜୀବିକା ଅନ୍ୱେଷଣରେ ଭାରତର ବିଭିନ୍ନ ରାଜ୍ୟକୁ
ଯାଇଥିଲେ, କିନ୍ତୁ ସେମାନେ ସେମାନଙ୍କର ପରିଚୟ ଛାଡ଼ି ନାହାଁନ୍ତି |ଆଜି ବି ସେମାନେ ସମସ୍ତେ 'ଅଗ୍ରୱାଲ' ବୋଲି କହିବାକୁ ପସନ୍ଦ
କରନ୍ତି |ଆଜି ବି ସମସ୍ତେ ମହାରାଜ ଆଗ୍ରାସେନଙ୍କ
ଦ୍ୱାରା ପରିଚାଳିତ ପଥ ଅନୁସରଣ କରି ସମାଜର ସେବା କରିବାରେ ନିୟୋଜିତ ଅଛନ୍ତି।
ଏକ ସର୍ଭେ ଅନୁଯାୟୀ ଦେଶର ମୋଟ ଆୟକର
ଦାତା ଙ୍କ 24 ପ୍ରତିଶତରୁ ଅଧିକ ମହାରାଜା ଶ୍ରୀ ଅଗ୍ରସେନ ଙ୍କ ବଂଶଧର ଅଟନ୍ତି।ସମୁଦାୟ ସାମାଜିକ ଏବଂ ଧାର୍ମିକ ଦାନର 62 ପ୍ରତିଶତ ମହାରାଜା
ଶ୍ରୀ ଅଗ୍ରସେନ ଙ୍କ ବଂଶଧରଙ୍କ ଅଟେ |ଅଗ୍ର ବଂଶଧର
ହେଉଛନ୍ତି , ଦେଶର ମୋଟ ଜନସଂଖ୍ୟାର ମାତ୍ର 1 ପ୍ରତିଶତ, କିନ୍ତୁ ସେମାନେ ଦେଶର ସାମଗ୍ରିକ ବିକାଶରେ
25 ପ୍ରତିଶତ ଯୋଗଦାନ ଦେଇଛନ୍ତି। ନିଜକୁ ସଂଗଠିତ କରି ଆମେ ମହାରାଜା ଶ୍ରୀ ଅଗ୍ରସେନଙ୍କ ସ୍ୱପ୍ନକୁ
ସାକାର କରିବାରେ ସମର୍ଥ ହୋଇପାରିବା l ଆମେ ଆମର ଶକ୍ତି ଏବଂ ସମୃଦ୍ଧତା ସହିତ ଦେଶର ବିକାଶରେ ସହଯୋଗ
କରିପାରିଲେ, ସେହି ମହାନ ସମାଜ ନିର୍ମାଣ ଶାସକଙ୍କ ପାଇଁ ତାହା ଆମର ବିନମ୍ର ଶ୍ରଦ୍ଧାଞ୍ଜଳି ହେବ।
ବରିଷ୍ଠ ସାମ୍ବାଦିକ
ଜିଲାପ୍ରତିନିଧି, ଆକାଶବାଣୀ , ଦୂରଦର୍ଶନ ସମାଚାର
ବୌଦ୍ଧ – 762014
Email- sampadboudh@gmail.com
Mob.No- 99370 60196
ହିନ୍ଦୁସ୍ଥାନ ସମାଚାର / ସମ୍ମତ କୁମାର ଅଗ୍ରୱାଲା