ସାରସ୍ୱତ ସାଧକ ସ୍ୱର୍ଗତ ଗୁରୁ ଦିଲ୍ଲେଶ୍ୱର ତ୍ରିପାଠୀଙ୍କ ସପ୍ତମ ପୂଣ୍ୟତିଥି
ବଲାଙ୍ଗୀର, ୩୦ ଅକ୍ଟୋବର(ହି.ସ.) – ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଶ୍ରୀରାମ ବାଟିକା ପରିସରରେ ଏ ଅଂଚଳରର ବିଶିଷ୍ଟ ସଂଗୀତ ସାଧକ ସାହିତ୍ୟିକ ତଥା ଶିକ୍ଷାବିତ୍ ଗୁରୁ ସ୍ୱର୍ଗତ ଦିଲ୍ଲେଶ୍ୱର ତ୍ରିପାଠୀ ଙ୍କ ସପ୍ତମ ପୂଣ୍ୟତିଥି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପବିତ୍ର ରମ
ୟୁଥ ରେଡକ୍ରସ ସାହାଜବାହାଲ ଡିଗ୍ରୀ କଲେଜର ରକ୍ତଦାନ ଶିବିର


ବଲାଙ୍ଗୀର, ୩୦ ଅକ୍ଟୋବର(ହି.ସ.) – ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଶ୍ରୀରାମ ବାଟିକା ପରିସରରେ ଏ ଅଂଚଳରର ବିଶିଷ୍ଟ ସଂଗୀତ ସାଧକ ସାହିତ୍ୟିକ ତଥା ଶିକ୍ଷାବିତ୍ ଗୁରୁ ସ୍ୱର୍ଗତ ଦିଲ୍ଲେଶ୍ୱର ତ୍ରିପାଠୀ ଙ୍କ ସପ୍ତମ ପୂଣ୍ୟତିଥି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପବିତ୍ର ରମା ଏକାଦଶୀ ପୂର୍ବାହ୍ନ ୧୦ ଘଟିକା ଠାରୁ ବିଶିଷ୍ଟ ଭଗବତ ସଂଗଠକ ପଣ୍ଡିତ ଶ୍ରୀବତ୍ସ ମିଶ୍ରଙ୍କ ତତ୍ୱାବଧାନରେ ସମୁହ ଅନନ୍ତମୁଖୀ ପାରାୟଣ କରାଯାଇଥିଲା । ଗୁରୁପୁତ୍ର ମଳୟ ତ୍ରିପାଠୀ ସପତ୍ନୀକ କର୍ତା ଦାୟିତ୍ୱ ତୁଳାଇଥିଲେ। ଏହି ଆଧ୍ୟାତ୍ମିକ ସମାବେଶରେ ଆଖ ପାଖ ଗ୍ରାମ ମାଗୁରବେଡ, ବ୍ରାହ୍ମଣୀ ଡୁଙ୍ଗୁରି, କୁଟୁମଡୋଲା, ପଥରଖଣ୍ଡି ତଥା ଶିଆଲବାହାଲର ବହୁ ଭକ୍ତ ତଥା ଶ୍ରଦ୍ଧାଳୁ ଯୋଗଦାନ କରି ଭଗବତ ରସ ଆସ୍ୱାଦନ କରିଥିଲେ। ଅପରାହ୍ନରେ ଗୁରୁ ପୂଜନ ପର୍ବରେ ସମୁହ ପରିବାର ଓ ଛାତ୍ର ଛାତ୍ରୀ ଉପସ୍ଥିତ ରହି ସ୍ୱର୍ଗତ ପ୍ରତିଭାଙ୍କୁ ସ୍ମରଣ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ରମାକାନ୍ତ ହୋତାଙ୍କ ସଂଯୋଜନା ତଥା ଅଧ୍ୟାପକ ପ୍ରଣୟ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏ ଆସରରେ ଏ ଅଂଚଳର ଅବସରପ୍ରାପ୍ତ ଗୁରୁଜୀ ପ୍ରେମରାଜ ମିଶ୍ର, ବିରଂଚି ସିଂ ଏବଂ ଧ୍ରୁବ ଚରଣ ପଟେଲଙ୍କୁ ଫୁଲ ଚନ୍ଦନ, ଅଙ୍ଗବସ୍ତ୍ର ପ୍ରଦାନ ପୂର୍ବକ ମାନପତ୍ର ଦେଇ ସ୍ୱର୍ଗତ ଗୁରୁ ଦିଲେଶ୍ୱର ସ୍ମୃତି ସମ୍ମାନ ଅର୍ପଣ କରାଯାଇଥିଲା। ଏ ସମସ୍ତ କାର୍ଯ୍ୟକ୍ରମରେ ଶ୍ରୀରାମ ମନ୍ଦିର ପରିଚାଳନା କମିଟି, ମନ୍ମୟ ତ୍ରିପାଠୀ, ଅବ୍ୟୟ ତ୍ରିପାଠୀ, ରତିକାନ୍ତ ପୁରୋହିତ, ଡିଙ୍କୁ ପ୍ରଧାନ, ଶ୍ରୀମୟ ତ୍ରିପାଠୀ, ସୁରେଶ ବୁଡେକ, ବୃଷଭ ସାହୁ ତଥା ଗୁରୁଜୀ ଙ୍କ ନାତି ନାତୁଣି ବିସେଷ ସହଯୋଗ କରିଥିଲେ। ମହିଳା କୀର୍ତନ ଦଳ ପକ୍ଷରୁ ଗୁରୁ ବନ୍ଦନା ଗାନ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande