ଯୁବ ଉଦ୍ୟୋଗୀ ସୌରଭଙ୍କ ଷ୍ଟାର୍ଟ ଅପ୍ କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ସମ୍ବଲପୁର, ୨୬ ନଭେମ୍ବର (ହି.ସ.)- ନୂଆଦିଲ୍ଲୀରେ ଆୟୋଜିତ ତିନି ଦିବସୀୟ ଓଡ଼ିଶା ପର୍ବ ୨୦୨୪ ର ଉଦଯାପନୀ କାର୍ଯ୍ୟକ୍ରମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ସମ୍ବଲପୁର ଜିଲ୍ଲା, ବାମରା ର ଯୁବ ଉଦ୍ୟୋଗୀ ସୌରଭ ଖଣ୍ଡେଲୱାଲଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ଓଡ଼ିଶାର ପା
ଯୁବ ଉଦ୍ୟମୀ ସୌରଭଙ୍କ ଷ୍ଟାର୍ଟ ଅପ୍ କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା


ସମ୍ବଲପୁର, ୨୬ ନଭେମ୍ବର (ହି.ସ.)- ନୂଆଦିଲ୍ଲୀରେ ଆୟୋଜିତ ତିନି ଦିବସୀୟ ଓଡ଼ିଶା ପର୍ବ ୨୦୨୪ ର ଉଦଯାପନୀ କାର୍ଯ୍ୟକ୍ରମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ସମ୍ବଲପୁର ଜିଲ୍ଲା, ବାମରା ର ଯୁବ ଉଦ୍ୟୋଗୀ ସୌରଭ ଖଣ୍ଡେଲୱାଲଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ଓଡ଼ିଶାର ପାରମ୍ପରିକ ବ୍ୟଞ୍ଜନ କଟକର ଆଳୁଦମବରାକୁ ନେଇ ଷ୍ଟାର୍ଟ ଅପ୍ କାରବାରର ପ୍ରଶଂସା କରିଥିଲେ । ସୌରଭ ଆଳୁଦମ୍ ବଡା ବ୍ୟବସାୟକୁ ବେଙ୍କ ରୁ ବିତ୍ତୀୟ ସହାୟତା ନେଇ ଭୁବନେଶ୍ୱର ରେ ଷ୍ଟାର୍ଟ ଅପ୍ ଭାବେ ଆରମ୍ଭ କରିଥିଲେ। ବର୍ତ୍ତମାନ ସୌରଭଙ୍କ ଓଡ଼ିଶା, ଗୁଜରାଟ ସମେତ ୫ଟି ରାଜ୍ୟରେ ଦହିବରା ଏକ୍ସପ୍ରେସ ନାମରେ ୧୪ ଟି ଆଉଟଲଟ ଖୋଲି ଆଲୁଦମବଡା ଓ ଅନ୍ୟାନ୍ୟ ବ୍ୟଞ୍ଜନ ବିକ୍ରି କରୁଛନ୍ତି।ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ସୌରଭ ଦହିବଡା ଏକ୍ସପ୍ରେସ ଆଉଟଲେଟ ଖୋଲିବା ପାଇଁ ଯୋଜନା କରିଛନ୍ତି। ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ପର୍ବ ୨୦୨୪ ର ଆୟୋଜକଙ୍କ ନିମନ୍ତ୍ରଣରେ ସୌରଭ ସାମିଲ ହୋଇଥିଲେ । ସମାପନ ସମାରୋହରେ ପ୍ରଧାନମନ୍ତ୍ରୀ ଦହିବଡା ଏକ୍ସପ୍ରେସ ଷ୍ଟଲ ବୁଲି ଦେଖିଥିଲେ ଓ ଓଡ଼ିଶାର ପାରମ୍ପରିକ ବ୍ୟଞ୍ଜନକୁ ସାରା ଭାରତ ରେ ଓଡ଼ିଶା ର ବ୍ୟଞ୍ଜନ କୁ ଲୋକପ୍ରିୟ କରିବା ସହ ଭଲ ଆମଦାନୀ ରେ ପରିଣତ କରିବା ପ୍ରୟାସ କୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ଭାରତର ପାରମ୍ପରିକ ବ୍ୟଞ୍ଜନ ଗୁଡ଼ିକୁ ସାରା ଦେଶ ଓ ବିଦେଶରେ ଲୋକପ୍ରିୟ କରିବା ପାଇଁ ପରାମର୍ଶ ଦେଇଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ଵିନୀ ବୈଷ୍ଣବ ମଧ୍ୟ ଉପସ୍ଥିତ ଥିଲେ। ବାମରା ର ଯୁବ ଉଦ୍ଯମି ସୌରଭ ଙ୍କୁ ଯୋଗାଯୋଗ କରିବାରୁ ସେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାରେ ପାରମ୍ପରିକ ବ୍ୟଞ୍ଜନ କଟକର ଆଲୁଦମ୍ ବରାକୁ ଷ୍ଟାର୍ଟ ଅପ୍ କରିଥିବା କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ତାଙ୍କ ପ୍ରୟାସର ପ୍ରଶଂସା କରିଥିବାରୁ ସେ ବେଶ୍ ଅଭିଭୂତ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande