କିଶ୍ତୱାଡ 8 ନଭେମ୍ବର
(ହି.ସ)-ଜାମ୍ମୁକାଶ୍ମୀରର କିଶ୍ତୱାଡ ଜିଲ୍ଲାରେ ଆତଙ୍କବାଦୀ ୱିଲେଜ ଡିଫେନ୍ସ ଗାର୍ଡର ଦୁଇଜଣ
ସଦସ୍ୟଙ୍କୁ ଗୁଳି କରି ହତ୍ୟା କରିଛନ୍ତି।ଅଧିକାରୀମାନେ କହିଛନ୍ତି ଯେ ଓହିଲ କୁତୱାଡା ବାସିନ୍ଦା
ୱିଲେଜ ଡିଫେନ୍ସ ଗାର୍ଡ କୁଳଦୀପ କୁମାର ପୁଅ ଅମର ଚନ୍ଦ୍ର ଏବଂ ନଜୀର ଅହମ୍ମଦ ଖାଲିଦଙ୍କୁ
ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ।ଏହା ପରେ ଉଭୟଙ୍କୁ ଗୁଳିକରି ହତ୍ୟା କରିଥିଲେ।ଆତଙ୍କବାଦୀ
ଗୋଷ୍ଠୀ କଶ୍ମୀର ଟାଇଗର୍ସ ଘଟଣାର ଦାୟିତ୍ୱ ଗ୍ରହଣ କରି ସୋଶିଆଲ ମିଡିଆରେ ଦୁହିଁଙ୍କ ଫଟୋ ସେୟାର
କରିଛନ୍ତି।ଅଧିକାରୀ କହିଛନ୍ତି ଯେ ସେନା ଏବଂ ସୁରକ୍ଷାବାହିନୀ ଉଭୟ ମୃତଦେହ ଉଦ୍ଧାର କରିବା
ପାଇଁ ଏହି ଅଞ୍ଚଳରେ ପହଁଞ୍ଚିଛନ୍ତି।ଏହା ସହ ଆତଙ୍କବାଦୀଙ୍କୁ ଧରିବା ପାଇଁ ବଡ ଧରଣର ସର୍ଚ୍ଚ
ଅପରେସନ ଆରମ୍ଭ ହୋଇଛି।ସନାତନ ଧର୍ମ ସଭା କିଶ୍ତୱାଡ ଏହି ଘଟଣା ବିରୋଧରେ ଆଜି କିଶ୍ତୱାଡ ବନ୍ଦ କରିବାକୁ ଆହ୍ୱାନ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା