ନୁଆଦିଲ୍ଲୀ 8 ନଭେମ୍ବର
(ହି.ସ)-ଆଫଗାନିସ୍ଥାନର ତାରକା ଅଲରାଉଣ୍ଡର ମୋହମ୍ମଦ ନବୀ ଆଗାମୀ ଚାମ୍ପିଅନ୍ସ ଟ୍ରଫି ପରେ
ୱାନଡେ କ୍ରିକେଟରୁ ଅବସର ନେବାକୁ ଯାଉଛନ୍ତି।ଆଫଗାନିସ୍ଥାନ କ୍ରିକେଟ ବୋର୍ଡ(ଏସୀବୀ)ର ମୁଖ୍ୟ
କାର୍ଯ୍ୟନିର୍ବାହୀ ନସୀବ ଖାନ ଶୁକ୍ରବାର ଦିନ କ୍ରିକବଜକୁ ଏହା ନିଶ୍ଚିତ କରିଛନ୍ତି।
ନସୀବ କ୍ରିକବଜକୁ କହିଛନ୍ତି ଯେ
ହଁ ନବୀ ଟାମ୍ପିଅନ ଟ୍ରଫି ପରେ ୱନଡେ ରୁ ଅବସର ନେଉଛନ୍ତି ଏବଂ ସେ ବୋର୍ଡକୁ ନିଜର ଇଚ୍ଛା
ବିଷୟରେ ସୁଚନା ଦେଇଛନ୍ତି।ସେ ମୋତେ କିଛି ମାସ ପୁର୍ବରୁ କହିଥିଲେ ଯେ ସେ ଚାମ୍ପିଅନ ଟ୍ରଫି ପରେ
ନିଜର ୱାନଡେ କ୍ୟାରିୟର ଶେଷ କରିବାକୁ ଚାହୁଁଛନ୍ତି ଏବଂ ଆମେ ତାଙ୍କ ନିଷ୍ପତ୍ତିକୁ ସ୍ୱାଗତ
କରୁଛୁ।ଚାମ୍ପିଅନ୍ସ ଟ୍ରଫି ପରେ ମୁଁ ଭାବୁଛି ସେ ତାଙ୍କର ଟି20 କ୍ୟାରିୟର ଜାରି ରଖିବେ ବୋଲି ଆଶା
କରାଯାଉଛି ଏବଂ ବର୍ତ୍ତମାନ ସୁଦ୍ଧା ଏହା ହେଉଛି ଯୋଜନା।
ନବୀ ଆଫଗାନିସ୍ଥାନ ପାଇଁ
ତାଙ୍କର ପ୍ରଥମ ୱାନଡେ 2009ରେ ସ୍କଟଲ୍ୟାଣ୍ଡ ବିପକ୍ଷରେ ଖେଳିଥିଲେ ଏବଂ ଡେବ୍ୟୁ ମ୍ୟାଚରେ ଅର୍ଦ୍ଧଶତକ
ହାସଲ କରି ନିଜର ପରିଚୟ ସୃଷ୍ଟି କରିଥିଲେ।ସେ ହାରାହାରି 165ରେ 27.30ରେ 3549 ରନ ସ୍କୋର
କରିଥିଲେ ଏବଂ 171 ୱିକେଟ ମଧ୍ୟ ନେଇଥିଲେ।
ଶାରଜାହ ଠାରେ ଚାଲିଥିବା ତିନି
ମ୍ୟାଚ ବିଶିଷ୍ଟ ୱାନଡେ ସିରିଜ ବାଂଲାଦେଶ ବିପକ୍ଷରେ ପ୍ରଥମ ମ୍ୟାଚରେ ନବୀ ଚମତ୍କାର 82 ରନ
କରିଥିଲେ ଏବଂ ତାଙ୍କ ଟିମକୁ 235 ରନରେ ନେବାରେ ଗୁରୁତ୍ୱପୁର୍ଣ୍ଣ ଭୁମିକା ଗ୍ରହଣ କରିଥିଲେ,ଏହାର
ଉତ୍ତରରେ ବାଂଲାଦେଶୀ ଟିମ 143 ରନ କମ କରିଥିଲେ। ଆଫଗାନିସ୍ଥାନ ପକ୍ଷରୁ ଅଲ୍ଲାହ ଗଜନଫର ଛଅଟି ୱିକେଟ
ନେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା