କେନ୍ଦୁଝର ୨୬ ଡିସେମ୍ବର ( ହି. ସ) କେନ୍ଦୁଝର ଜିଲ୍ଲାରେ ଗତ 16 ତାରିଖରୁ ଧାନ ମଣ୍ଡି ଖୋଲିବା ସହ ଇତି ମଧ୍ୟରେ 23 ଟି ମଣ୍ଡିରେ ଧାନ କିଣା ଆରମ୍ଭ ହେଲାଣି | 24 ତାରିଖ ଶୁଦ୍ଧ ଜିଲ୍ଲାର 23 ଗୋଟି ମଣ୍ଡିରେ 8763.91 କ୍ୟୁଣ୍ଟାଲ ଏଫ ଏ କ୍ୟୁ ମାନର ଧାନ କିଣା ଯାଇଥିଲେ ମଧ୍ୟ ଅନେକ ମଣ୍ଡିରେ ଏବେ ଧାନର ମାନକୁ ନେଇ ଧାନ କିଣା ଆରମ୍ଭ ହୋଇ ପାରିନାହିଁ. I କାରଣ ମଣ୍ଡି କୁ ଆସୁଥିବା 90% ଅଧିକ ଧାନ ଏଫ ଏ କ୍ୟୁ ମାନ କୁ ଛୁଇଁ ପାରୁନାହିଁ. I ତେଣୁ ଚାଷୀ କରିବେ କଣ?. ତାକୁ ନେଇ ପ୍ରଶ୍ନ ଉଠିଲାଣି. ସବୁଠାରୁ ବଡ଼ କଥା ହେଲା ମଣ୍ଡି ଗୁଡିକରେ କେବଳ ଏ ଆଇ ଗ୍ରେନ ଆନା ଲାଇଜର ରହୁଛି କିନ୍ତୁ ପାଡି କ୍ଲିନର ନଥିବାରୁ ବିକ୍ରୀଯୋଗ୍ୟ ଧାନ ଗୁଡିକୁ ଅନେକ ଚାଷୀ ଏଫ ଏ କ୍ୟୁ ମାନର କରିବାରେ ବିଫଳ ହେଉଥିବାରୁ ଏଭଳି ସମସ୍ୟା ହେଉଥିବା ଜଣାପଡିଛି. I ଜିଲ୍ଲାରେ ଏବର୍ଷ ଅଧିକ 5 ଟିକୁ ମିଶାଇ 95 ଗୋଟି ମଣ୍ଡିର ଧାନ କିଣା ହେବ. I ଇତି ମଧ୍ୟରେ ଜିଲ୍ଲାରେ 23 ଗୋଟି ମଣ୍ଡି ଖୋଲିସାରିଲାଣି ଖୁବ ଶୀଘ୍ର ଅନ୍ୟ ମଣ୍ଡି ଗୁଡିକ ଖୋଲିବାକୁ ଯାଉଛି ।. କିନ୍ତୁ ସରକାର ଏହି ସମସ୍ୟାର ସମାଧାନ ନକଲେ ଚାଷୀ ସିନା କ୍ଷତିଗ୍ରସ୍ଥ ହେବେ ମିଲ୍ଲର କିନ୍ତୁ ଲାଭ ପାଇବେ. ସୂଚନା ଯୋଗ୍ୟ ଧାନର ସାହାୟକ ମୂଲ୍ୟ ପାଇବା ପାଇଁ ଏଫ ଏ କ୍ୟୁ ମାନର ଧାନ ନିମନ୍ତେ ମୁଖ୍ୟତଃ 6 ଗୋଟି ବିନ୍ଦୁ ଉପରେ ଗୁରୁତ୍ୱାରୋପ କରାଯାଇଥାଏ. ସେଗୁଡିକ ମଧ୍ୟରେ ଅଜୈବିକ ବାହ୍ୟ ପଦାର୍ଥ ବା ବାଲି, ମାଟି, ଗୋଡି, ପଥର, ଧୂଳି ଇତ୍ୟାଦର ସର୍ବୋଚ୍ଚ ସୀମା 1.0% ରହିବା କଥା. ସେହିଭଳି ଜୈବିକ ବାହ୍ୟ ପଦାର୍ଥ ବା କାଠି, କୁଟା, ଧୂଷ, ଅଗାଡି, ପୋଲା ଇତ୍ୟାଦି 1.0%, ଖରାପ, ବେରଙ୍ଗି, ପାଣିଫୁଲା, ପୋକା ଇତ୍ୟାଦି 5.0%, ଅପରିପକ୍ୱ, କଞ୍ଚା-ସବୁଜ, ବଙ୍କା ବା ସଂକୁଚିତ ଇତ୍ୟାଦି,ସାରୁଧାନରେ ମିଶ୍ରିତ ମୋଟା ଧାନ (କେବଳ କ ଶ୍ରେଣୀ ଧାନ ନିମନ୍ତେ )6.0%, ଆଦ୍ରତା ଜଳିୟ ଅଂଶ 17.0% କୁ ସର୍ବୋଚ ସୀମା ନିର୍ଧାରଣ ରହିଛି. କିନ୍ତୁ ମଣ୍ଡିକୁ ଆସୁଥିବା ଧାନ ମଧ୍ୟରୁ ଅନେକ ଚାଷୀଙ୍କର ଧାନ ଏହି ମାନ ଛୁଇଁ ପାରୁନାହିଁ. ଚାଷୀ କରିବେ କଣ?. ମଣ୍ଡିକୁ ଆସିଥିବା ଧାନ ପୁଣି ଘରକୁ ଫେରାଇ ମାନ ଠିକ କରି ଆଣିବା ଚାଷୀଙ୍କ ପାଇଁ କଷ୍ଟକର ବ୍ୟାପାର.l ତେଣୁ ବାଧ୍ୟ ହୋଇ ମଣ୍ଡି ଗୁଡିକରେ ଥିବା ମିଲ୍ଲର ମାନଙ୍କ ସହିତ ସଲା ଶୁତୁରା ହୋଇ କ୍ୟୁଣ୍ଟାଲ ପିଛା 4/5 କିଲୋ ଅଧିକ ଧାନ ଦେବାକୁ ବାଧ୍ୟ ହେଉଛନ୍ତି ଚାଷୀ ଯଙଥିରେ ଚାଷୀ କ୍ଷତି ସହୁଛି. I ମାତ୍ର ମିଲର ପାଉଛି ଲାଭ. I ଚାଷୀର ଧାନ ଏଫ ଏ କ୍ୟୁ ମାନ ନ ଛୁଇଁଲେ ମିଲର ମଧ୍ୟ ଧାନ ନେବାକୁ ରାଜି ନାହିଁ. ଚାଷୀ ଆଣିଥିବ ଧାନ ଏହି ମାନର ନହେଲେ ସରକାର ଘୋଷଣା କରିଥିବା କ୍ୟୁଣ୍ଟାଲ ପିଛା 2300 ସହିତ ଇନପୁଟ ଶବସିଡି 800 ଟଙ୍କା ଚାଷୀ ପାଇ ପାରିବ ନାହିଁ. ଫଳରେ ଚାଷୀ ବିଚରା କରିବ କଣ, କିଛି ଉପାୟ ନପାଇ 4/5କିଲୋମିଟର ଲେଖାଇଁ ଅଧିକ ଧାନ ଦେଇ ଆସିବାକୁ ବାଧ୍ୟ ହେଉଛି. ଧାନର ମାନ ଛୁଇଁବାରେ ବିଫଳ ହେବାରେ ଚାଷୀର ଯେତିକି ଭୁଲ ତା ଠାରୁ ଅଧିକ ଭୁଲ ସରକାରଙ୍କର ବୋଲି ପ୍ରଶ୍ନ ଉଠିଲାଣି. I କାରଣ ଏହି ମାନ ପର୍ଯ୍ୟନ୍ତ ଫଞ୍ଚାଇବାକୁ ସକ୍ଷମ ହେଉଥିବା ପାଡି କ୍ଲିନର ମେସିନ ସବୁ ମଣ୍ଡିରେ ଯୋଗାଈ ଦେବାକୁ ସରକାର ଏବେ ପର୍ଯ୍ୟନ୍ତ ବିଫଳ ହୋଇଛନ୍ତି. |ବର୍ତ୍ତମାନ କେନ୍ଦୁଝର ଆର ଏମ ସିରେ କେବଳ ଗୋଟିଏ ମେସିନ ରହିଛି. ଯାହାର ମୂଲ୍ୟ 27 ଲକ୍ଷ ହେବ. ଆଉ ଏକ ଗୁରୁତ୍ୱପୂର୍ଣ ଦିଗ ହେଲା. ଆରଏମସିରେ ଥିବା ଏହି ମେସିନ ଘଣ୍ଟାକୁ 20 କ୍ୟୁଣ୍ଟାଲ ଧନକୁ ମାନ ପର୍ଯ୍ୟନ୍ତ ଆଣିବାର କ୍ଷମତା ରହିଛି. ତେଣୁ ଯଦି ମେସିନଟି ଦିନ ରାତ୍ରୀ ଅହରହ ଚାଲେ ତେବେ ଟା ହେଲେ ଦିନ କୁ ମାତ୍ର 480 କ୍ୟୁଣ୍ଟାଲ ଧାନ କ୍ଲିନ ହୋଇପାରିବ ଓ ମାନ ଛୁଇଁବ । ଏଭଳି ହେଲେ ଜିଲ୍ଲାରେ ଏବର୍ଷର ଟାରଗେଟ ଥିବା 13 ଲକ୍ଷ କ୍ୟୁଣ୍ଟାଲ ଧାନ କିଣା କେବେ ହେବ ଓ ଚାଷୀ କିପରି ଏଫ ଏ କ୍ୟୁ ମାନର ଧାନ ମଣ୍ଡି କୁ ଆଣିବେ. ତାକୁ ନେଇ ପ୍ରଶ୍ନ ଉଠିଲାଣି. ଏବେ ଖୋଲିସାରିଥିବା ମଣ୍ଡି ଗୁଡିକରେ ଚାଷୀ ଆଣିଥିବା ଧାନ ଏହି କାରଣରୁ ଘରକୁ ଫେରିବା ସମ୍ଭାବନା ଦେଖାଦେଲାଣି. | ଅନେକ ବଡ଼ ବଡ ଚାଷୀ ଏହି ମେସିନ କିଣିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଛନ୍ତି. I କାରଣ ମେସିନ ବ୍ୟବହୁଳ ହୋଇଥିବାବେଳେ ମେସିନର ଉଚ୍ଚତା 17 ଫୁଟ ହୋଇଥିବାରୁ ସବୁ ସ୍ଥାନ କୁ ଏହା ଯିବା କଷ୍ଟକର ବ୍ୟାପାର. ସରକାର ଚାହିଁଲେ ପ୍ରତି ମଣ୍ଡିକୁ ପାଡ଼ି କ୍ଲିନର ମେସିନ ଦେଇ ପାରିବେ. ମାତ୍ର ତାହା ନହୋଇ ଚାଷୀଙ୍କର ଭାଗ୍ୟ ଉପରେ ଛାଡି ଦିଆଯାଇଛି. ମଣ୍ଡି ଗୁଡିକରେ କେବଳ ଏ ଆଇ ଗ୍ରେନ ଆନାଲାଇଜର ଲଗାଇ ଏଫ ଏ କ୍ୟୁ ଧାନ ଦେବାକୁ କହୁଛନ୍ତି. I ଏ ସବୁ କାରଣରୁ ଜିଲ୍ଲାର ବଡ଼ ପଳାଷପାଳ, ହରିଚନ୍ଦନପୁର ପ୍ରବୃତି ମଣ୍ଡିରେ ପ୍ରଥମ ଦିନରେ ଧାନ କିଣା ହୋଇ ପାରିନାହିଁ |.ଅନ୍ୟପକ୍ଷରେ ଦୂର ଦୁରାନ୍ତରୁ ଚାଷୀମାନେ ଗାଡି ମୋଟରରେ ବୁହି ଧାନ ଆର ଏମ ସିକୁ ଆଣି କ୍ୟୁଣ୍ଟାଲ ପିଛା 50 ଟଙ୍କା ଭଡା ଦେଇ ମେସିନ ରେ ମାନ ଠିକ କରିବା କଥାରେ କମ ସମୟ ଲାଗୁଥିଲେ ମଧ୍ୟ ଅନେକ କଷ୍ଟ ସାଧ୍ୟ ଏବଂ ବ୍ୟୟ ବହୁଳ ହେଉଛି । ଏଭଳି ସ୍ଥିତିରେ ଚାଷୀ ମାନଙ୍କର ଏହି ସମସ୍ୟାର ସ୍ଥାୟୀ ସମଧାନ ନିମନ୍ତେ ପ୍ରତି ମଣ୍ଡିରେ ସ୍ଥାୟୀ ଭିତ୍ତିଭୂମିର ଆବଶ୍ୟକତା ରହିଛି. ନଚେତ ସରକାର ଙ୍କର ଜାଣନ୍ତରେ ଚାଷୀ ସହିବେ କ୍ଷତି ଲାଭ ଉଠାଇବେ ମିଲ୍ଲର ଅଭିଯୋଗ ସତ ହେବ । ଏହି ଅବ୍ୟବସ୍ଥା ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ | ଆଶା ମୁଖ୍ୟମନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦେବେ |
ହିନ୍ଦୁସ୍ଥାନ ସମାଚାର / ବିଭୁତି