ନୁଆଦିଲ୍ଲୀ, 27 ଡିସେମ୍ବର
(ହି.ସ)-ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ସୀମାବର୍ତ୍ତୀ ରାଜ୍ୟର ସହରରେ ରହୁଥିବା ଲୋକଙ୍କୁ ଆଜି
ସକାଳେ ଝିପିଝିପି ବର୍ଷାର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ସମୟ ମଧ୍ୟରେ ଦିଲ୍ଲୀର ଅନେକ
ସ୍ଥାନରେ ପ୍ରବଳ ବର୍ଷା ହୋଇଛି।ଶୀତଳ ପବନ ପ୍ରବାହିତ ହେଉଛି।ଏହି କାରଣରୁ ଶୀତ ଲହରର ପ୍ରଭାବ ଆହୁରି
ବୃଦ୍ଧି ପାଇଛି।ଭାରତ ପାଣିପାଗ ବିଭାଗ ଆଜି ଏବଂ କାଲି ଉତ୍ତର ପଶ୍ଚିମ ଏବଂ ମଧ୍ୟ ଭାରତରେ
ବଜ୍ରପାତ,କୁଆପଥର ଏବଂ ମଧ୍ୟମ ଧରଣର ବର୍ଷା ହେବାର ପୁର୍ବାନୁମାନ କରିଛି।ଭାରତ ପାଣିପାଗ ବିଭାଗ
କହିଛି ଯେ ଆଜି ସକାଳ 7.23 ଟା ସମୟରେ ଦିଲ୍ଲୀରେ ତାପମାତ୍ରା 13 ଡିଗ୍ରୀ ସେଲସିୟସ ରେକର୍ଡ
କରାଯାଇଛି।ସମଗ୍ର ମହାନଗରରେ ଥଣ୍ଡା ପବନ ପ୍ରବାହିତ ହେତୁ ପାଗ ଥଣ୍ଡା ହୋଇଛି।ଏହି ଦୁଇ ଦିନ
ମଧ୍ୟରେ ତାପମାତ୍ରାରେ ପରିବର୍ତ୍ତନ ଏବଂ ଘନ କୁହୁଡି ମଧ୍ୟ ଦେଖିବାକୁ ମିଳିପାରେ।ଆଜି ସର୍ବାଧିକ
ତାପମାତ୍ରା 20 ଏବଂ ସର୍ବନିମ୍ନ 12 ଡିଗ୍ରୀ ସେଲସିୟସ ପାଖାପାଖି ରହିବ।ଦିଲ୍ଲୀର ଆକାଶରେଆଗାମୀ 48 ଘଣ୍ଟା ପର୍ଯ୍ୟନ୍ତ ମେଘୁଆ ରହିବ ବୋଲି
ପୁର୍ବାନୁମାନ କରାଯାଇଛି। ନୋଏଡାରେ ଆଜି ସର୍ବନିମ୍ନତାପମାତ୍ରା 14 ଏବଂ ସର୍ବାଧିକ 24 ଡିଗ୍ରୀ
ସେଲସିୟସ ହେବ ବୋଲି ଆଶା କରାଯାଉଛି।ଗିରିଗ୍ରାମ ,ଫରୀଦାବାଦ,ସୋନୀପତ ଏବଂ ଗାଜିୟାବାଦର କିଛି
ସ୍ଥାନରେ ସକାଳେ ଝିପିଝିପି ବର୍ଷା ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା