ଏଲପିଜି ବିସ୍ଫୋରଣ  ମାମଲାରେ ଆଉ ଜଣେ  ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି,ଏପର୍ଯ୍ୟନ୍ତ 20ଜଣଙ୍କର ମୃତ୍ୟୁ ହୋଇଛି
ଜୟପୁର 28 ଡିସେମ୍ବର (ହି.ସ)-ଭାଙ୍କରୋଟାରେ ଗ୍ୟାସ ଟ୍ୟାଙ୍କର ଅଗ୍ନିକାଣ୍ଡ ଘଟିବାର ଶନିବାର ସାତ ଦିନ ହୋଇଛି।ଦୁର୍ଘଟଣାର ଶିକାର ହୋଉଥିବା ରୋଗୀମାନେ ଏବେ ମଧ୍ୟ ମରୁଛନ୍ତି।ମୃତ୍ୟୁସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି।ବିଳମ୍ବିତ ରାତିରେ ପୋଡିଯାଇଥିବା ରୋଗୀଙ୍କ ଏସଏମଏସ ହସ୍
ଏଲପିଜି ବିସ୍ଫୋରଣ  ମାମଲାରେ ଆଉ ଜଣେ  ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି,ଏପର୍ଯ୍ୟନ୍ତ 20ଜଣଙ୍କର ମୃତ୍ୟୁ ହୋଇଛି


ଜୟପୁର 28 ଡିସେମ୍ବର (ହି.ସ)-ଭାଙ୍କରୋଟାରେ

ଗ୍ୟାସ ଟ୍ୟାଙ୍କର ଅଗ୍ନିକାଣ୍ଡ ଘଟିବାର ଶନିବାର ସାତ

ଦିନ ହୋଇଛି।ଦୁର୍ଘଟଣାର ଶିକାର ହୋଉଥିବା ରୋଗୀମାନେ ଏବେ ମଧ୍ୟ ମରୁଛନ୍ତି।ମୃତ୍ୟୁସଂଖ୍ୟା

କ୍ରମାଗତ ବୃଦ୍ଧି ପାଉଛି।ବିଳମ୍ବିତ ରାତିରେ ପୋଡିଯାଇଥିବା ରୋଗୀଙ୍କ ଏସଏମଏସ ହସ୍ପିଟାଲରେ

ଚିକିତ୍ସା ସମୟରେ ମୃତ୍ୟୁ ଘଟିଥିଲା।ଏପର୍ଯ୍ୟନ୍ତ ଏହି ଦୁଃଖଦ ଦୁର୍ଘଟଣାରେ 20ଜଣଙ୍କର ମୃତ୍ୟୁ

ହୋଇଛି।ଏହା ବ୍ୟତୀତ ସାତଜଣ ରୋଗୀ ବର୍ତ୍ତମାନ ମଧ୍ୟ ସଂଙ୍କଟାପର୍ଣ୍ଣ ଅବସ୍ଥାରେ ରହିଛି।ଯାହା

ଜୀବନ ଏବଂ ମୃତ୍ୟୁ ମଧ୍ୟରେ ସଙ୍ଘର୍ଷ କରୁଛନ୍ତି।ଡାକ୍ତରମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।ଏହି ସମସ୍ତ

ରୋଗୀ ହସ୍ପିଟାଲରେ ଯନ୍ତ୍ରଣା ଭୋଗୁଛନ୍ତି।ଏମାନଙ୍କ ଶରୀର 60 ପ୍ରତିଶତରୁ ଅଧିକ ଜଳିଯାଇଛି। ସେମାନଙ୍କ

ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି।ଡାକ୍ତରମାନେ କହିଛନ୍ତି ଯେ ପୋଡିଯାଇଥିବା ରୋଗୀ ପରବର୍ତ୍ତୀ

48ଘଣ୍ଟା ଅତ୍ୟଧିକ ଗୁରୁତ୍ୱପୁର୍ଣ୍ଣ।ଏହି ରୋଗୀଙ୍କ ଲିଭର ,କିଡନୀ ଏବଂ ଅନ୍ୟାନ୍ୟ ଅଙ୍ଗଗୁଡିକ

ଧୀରେଧୀରେ ପ୍ରଭାବିତ ହେଉଛି।ଯେଉଁଥିପାଇଁ ଏହି ରୋଗୀଙ୍କ ଜୀବନ ବିପଦରେ ଅଛି।ଦୁର୍ଘଟଣାରେ

ଜଳିଯାଇଥିବା ରୋଗୀଙ୍କ ସ୍କିନ ଟ୍ରାନ୍ସପ୍ଲାଣ୍ଟ

କରାଯାଉଛି।ତଥାପି ରୋଗୀମାନେ ନିରନ୍ତର ମୃତ୍ୟୁବରଣ କରୁଛନ୍ତି।ସୁଚନା ଅନୁଯାୟୀ ଶନିବାର ସକାଳ

6.15 ସମୟରେ ଅଜମେର ବାସିନ୍ଦା ସଲୀମଙ୍କ ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି।ମେଡିକାଲ ବୋର୍ଡରେ

ପୋଷ୍ଟମଟମ ପରେ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯିବ।20 ଡିସେମ୍ବର ଜୟପୁର-ଅଜମେର

ରାଜପଥରେ ଘଟିଥିବା ଘଟଣାରେ 27 ଜଣ ଲୋକ 80ପ୍ରତିଶତ ଜଳି ଯାଇଥିଲେ।ଏଥିମଧ୍ୟରୁ ସର୍ବାଧିକ

ସଂଖ୍ୟା 50ରୁ 55 ପ୍ରତିଶତ ଲୋକ ପୋଡି

ଯାଇଥିଲେ।ସଲିମ ମଧ୍ୟ ପ୍ରାୟ 55 ପ୍ରତିଶତ ଜଳିଯାଇଥିଲା। ସଲିମର ଭାଇ ତାଙ୍କୁ ହସ୍ପିଟାଲ

ନେବା ସମୟରେ ତାଙ୍କ ସହ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande