ଗଞ୍ଜାମ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ଲେଖିକା ସାମ୍ମୁଖ୍ୟର ବାର୍ଷିକ ଉତ୍ସବ
ବ୍ରହ୍ମପୁର, ୨୯ ଡିସେମ୍ବର (ହି.ସ.)- ସ୍ଥାନୀୟ ଉତ୍କଳ ଆଶ୍ରମ ଭାଷା ଭବନ କକ୍ଷରେ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲା ଲେଖକ ସାମ୍ମୁଖ୍ୟର ଦ୍ବାବିଂଶ ତମ ଓ ଲେଖିକା ସାମ୍ମୁଖ୍ୟର ପଞ୍ଚଦଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଲେଖକ ସାମ୍ମୁଖ୍ୟ ସଭାପତି ହାଡ଼ିବନ୍ଧୁ ମାଳି ଏବଂ ଲେଖିକା ସାମ୍ମୁଖ୍ୟ ସଭାନେତ୍ରୀ
ଗଞ୍ଜାମ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ


ବ୍ରହ୍ମପୁର, ୨୯ ଡିସେମ୍ବର (ହି.ସ.)- ସ୍ଥାନୀୟ ଉତ୍କଳ ଆଶ୍ରମ ଭାଷା ଭବନ କକ୍ଷରେ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲା ଲେଖକ ସାମ୍ମୁଖ୍ୟର ଦ୍ବାବିଂଶ ତମ ଓ ଲେଖିକା ସାମ୍ମୁଖ୍ୟର ପଞ୍ଚଦଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଲେଖକ ସାମ୍ମୁଖ୍ୟ ସଭାପତି ହାଡ଼ିବନ୍ଧୁ ମାଳି ଏବଂ ଲେଖିକା ସାମ୍ମୁଖ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ମିଶ୍ର ଙ୍କ ଯୁଗ୍ମ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବର ମୁଖ୍ୟଅତିଥି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ପ୍ରାକ୍ତନ ମହାବିଦ୍ୟାଳୟ ସମୁହ ଉନ୍ନୟନ କମିଟି ନିର୍ଦ୍ଦେଶକ ତଥା ରାଜନୀତି ବିଜ୍ଞାନ ବିଶିଷ୍ଟ ବିଶାରଦ ପ୍ରଫେସର ଡକ୍ଟର ବିଷ୍ଣୁ ଚରଣ ଚୌଧୁରୀ, ମୁଖ୍ୟ ବକ୍ତା ଅବସରପ୍ରାପ୍ତ ଅଧ୍ୟକ୍ଷ ବିଶିଷ୍ଟ ଶିକ୍ଷାବିତ ଗବେଷକ ପ୍ରଫେସର ଡ ଲମ୍ବୋଦର ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବରେ ସାହିତ୍ୟିକ ଶିକ୍ଷାବିତ ବିଜ୍ଞ ଆଲୋଚକ ପ୍ରଫେସର କୈଳାସ ନାଥ ସ୍ବାଇଁ ଏବଂ ସ୍ତମ୍ବକାର ସୁଲେଖକ ସତ୍ୟ ନାରାୟଣ ପାଣିଗ୍ରାହୀ, ଉପଦେଷ୍ଟା ଔପନ୍ୟାସିକା କବୟିତ୍ରୀ ସ୍ବର୍ଣ୍ଣପ୍ରଭା ପାଢୀ,ଲେଖିକା ସାମ୍ମୁଖ୍ୟ ସାଧାରଣ ସମ୍ପାଦିକା ଡ଼ ସୂଚନା ଏବଂ ଲେଖକ ସାମ୍ମୁଖ୍ୟ ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ପ୍ରମୁଖ ଏହି ସାରସ୍ଵତ ସମାରୋହ କୁ ଉଦ୍ଘାଟନ କରିଥିଲେ। ପ୍ରାରମ୍ଭରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଉତ୍ସବ ଉଦଘାଟିତ ହୋଇଥିଲା । ଏହି ଅବସରରେ ବେଦ ପାଠ କରିଥିଲେ ପଣ୍ଡିତ ଶିଶିର କୁମାର ଶତପଥି ଏବଂ ଭଜନ ପରିବେଷଣ କରିଥିଲେ ଶ୍ରୀମତୀ ଜ୍ୟୋତ୍ସ୍ନା ରାଣୀ ଦାସ ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ଅତିଥି ପରିଚୟ ପ୍ରଦାନ କରି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଗଞ୍ଜାମ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ଲେଖିକା ସାମ୍ମୁଖ୍ୟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ବାର୍ଷିକ ଉତ୍ସବର ପ୍ରଥମ ଅଧିବେଶନ କବିତା ପାଠୋତ୍ସବରେ ବରିଷ୍ଠ କବୟିତ୍ରୀ ସୌଦାମିନୀ ମିଶ୍ର ପୌରୋହିତ୍ୟ କରିଥିବା ବେଳେ ଲେଖିକା ସାମ୍ମୁଖ୍ୟ କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମତୀ ପ୍ରମୋଦିନୀ ପଣ୍ଡା, ଉପଦେଷ୍ଟା ଶ୍ରୀମତୀ ଉମାରାଣୀ ପଣ୍ଡା, ଉପସଭାନେତ୍ରୀ ପ୍ରମିଳା ମହଲା ଯୋଗଦାନ କରିଥିଲେ ଏବଂ ସଂଯୋଜିକା ଭାବରେ ବରିଷ୍ଠ କବୟିତ୍ରୀ ତଥା କୋଷାଧ୍ୟକ୍ଷା ଶ୍ରୀମତୀ ଆରତୀ ଶତପଥୀ ଓ ଯୁବ କବି ବାଇଧର ପତିଙ୍କ ସଂଯୋଜନା ରେ ଅନୁଷ୍ଠିତ ଶତାଧିକ କବୟିତ୍ରୀ ଯୋଗଦାନ କରି ସ୍ବରଚିତ ପାଠ କରିଥିଲେ। ଦ୍ବିତୀୟ ଅଧିବେଶନ ବାର୍ଷିକ ଉତ୍ସବରେ ଅତିଥି ଗଣ ମତବ୍ୟକ୍ତ କରିଥିଲେ ଯେ, ମାନବ ସମାଜ ଓ ସାହିତ୍ୟ ଅଙ୍ଗାଙ୍ଗୀ ଭାବରେ ଜଡିତ। ସମାଜ ରେ ଶୃଙ୍ଖଳା ରକ୍ଷା କରିବା, ପ୍ରତ୍ୟେକ ଙ୍କ ମଧ୍ୟରେ ସଂସ୍କାର ଆଣିବା ଏବଂ ବିଭିନ୍ନ ସମୟରେ ଘଟି ଯାଉଥିବା ଘଟଣା ମାନଙ୍କ ର ବିଶ୍ଳେଷଣ କରି ତାକୁ କାବ୍ୟ କବିତା,ଗଳ୍ପ ନାଟକ ପ୍ରବନ୍ଧ ନିବନ୍ଧ ମାନଙ୍କ ରେ ସ୍ଥାନିତ କରିବା ଏହାକୁ ପଠନ କରିବା ଦ୍ବାରା ସମାଜରେ ପରିବର୍ତ୍ତନ ଆସିଥାଏ ବୋଲି ଗଞ୍ଜାମ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ଲେଖିକା ସାମ୍ମୁଖ୍ୟ ର ବାର୍ଷିକ ଉତ୍ସବ ଦ୍ବିତୀୟ ଅଧିବେଶନ ଆଲୋଚନା ସଭା ରେ ମତ ପ୍ରକାଶ ପାଇଥିଲା।

ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ ଲେଖିକା ସାମ୍ମୁଖ୍ୟ କୋଷାଧ୍ୟକ୍ଷ ଶ୍ରୀମତୀ ଆରତୀ ଶତପଥୀ। ଅନୁଷ୍ଠିତ ସାରସ୍ବତ ସମାବେଶ ଅବସରରେ ଲେଖକ ସାମ୍ମୁଖ୍ୟ ମୁଖପତ୍ର'ଋଷିକୂଲ୍ୟା' ଓ ଲେଖିକା ସାମ୍ମୁଖ୍ୟ ମୁଖପତ୍ର 'ସୃଜନୀ' ସହ ସ୍ତମ୍ବକାର ସୁଲେଖକ ରାଧା ଚରଣ ନାୟକ ଙ୍କ ଅଷ୍ଟମ ଆଧ୍ୟାତ୍ମିକ ସଂକଳନ ଜ୍ଞାନ ମନ୍ଦିର, ଅବସରପ୍ରାପ୍ତ ଅଧ୍ୟକ୍ଷ ବିଶିଷ୍ଟ ଶିକ୍ଷାବିତ ସାହିତ୍ୟିକ ଦଣ୍ଡପାଣି ମହାପାତ୍ର ଙ୍କ କବିତା ସଂକଳନ ନିଆଁ ଧୁଆଁ ର ଖେଳ , ଶିଶୁ ସାହିତ୍ୟିକା ବିଷ୍ମିତା କୁମାରୀ ପଣ୍ଡା ଙ୍କ ଶିଶୁ ଗଳ୍ପ ସଂକଳନ ଆସ ବୁଲିଯିବା ପରି ରାଇଜ ଏବଂ ଏକାଙ୍କିକା କଳିକା ସମେତ ଅନ୍ୟାନ୍ୟ ପୁସ୍ତକ ଅତିଥି ମାନଙ୍କ ଦ୍ବାରା ଲୋକାର୍ପଣ ହୋଇଥିଲା। ଆଧ୍ୟାତ୍ମିକ ରଚନା ସମୁହ ସହ ସଂସ୍କାର ଧର୍ମୀ ରଚନାରେ ମନୋନିବେଶ କରିଥିବା କବି ଲେଖକ ରାଧା ଚରଣ ନାୟକ ଙ୍କୁ ଲେଖକ ସାମ୍ମୁଖ୍ୟ ବିଶିଷ୍ଟ ସମ୍ମାନ ବିଶିଷ୍ଟ ଗୀତା ଜ୍ଞାନ ବିଶାରଦ କବି ପଣ୍ଡିତ ଅନ୍ତର୍ଯ୍ୟାମୀ ପତି ଶର୍ମା ବିରଚିତ ଗୀତା ବିଜୟ ବୈଜୟନ୍ତୀ ସମ୍ମାନ ପ୍ରଦାନ କରାଯାଇଥିଲା ବେଳେ ଶିକ୍ଷାବିତ ସାହିତ୍ୟିକ ଅବସର ପ୍ରାପ୍ତ ଅଧ୍ୟକ୍ଷ ଦଣ୍ଡପାଣି ମହାପାତ୍ର ଏବଂ ଅବସରପ୍ରାପ୍ତ ଅଧ୍ୟକ୍ଷା ଶିକ୍ଷାବିତ ସାହିତ୍ୟିକା ଡ. ମନୋରମା ଦାଶ ଙ୍କୁ ପ୍ରଫେସର ଡକ୍ଟର ରବିନାରାୟଣ ମିଶ୍ର ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା।

ଏହି ସାରସ୍ବତ ସମାରୋହରେ ପ୍ରମୋଦିନୀ ପଣ୍ଡା, ଉମାରାଣୀ ପଣ୍ଡା, ପ୍ରମିଳା ମହଲା ,ଡ଼ ମିନତି ପଟ୍ଟନାୟକ, ଲିଙ୍ଗରାଜ ଯେନା, ସୁବାସ ଚନ୍ଦ୍ର ନାୟକ, ଗୌରୀଶଙ୍କର ପଟ୍ଟନାୟକ,ଅନୁପ କୁମାର ମିଶ୍ର, ଲଡୁକେଶ ମିଶ୍ର, ତ୍ରିନାଥ ନାୟକ, ଡ଼ ହରିକୃଷ୍ଣ ନାୟକ, ଡ଼ ସୁବ୍ରତ କୁମାର ସାହୁ, ଡ଼ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି,ଡାକ୍ତର ସାଗର ରଂଜନ ତ୍ରିପାଠୀ, ପ୍ରହଲ୍ଲାଦ ବେହେରା, ଡଃ. ସନ୍ତୋଷ କୁମାର ଦାଶ, ଶ୍ରୀମତୀ ସରସ୍ଵତୀ ମହାପାତ୍ର, ଅକ୍ଷୟ କୁମାର ପଟ୍ଟନାୟକ,ଶ୍ରୀମତୀ ଅମିତା ମିଶ୍ର,ଶ୍ରୀମତୀ କୁମୁଦିନୀ ଶ୍ରୀପଲ୍ଲବ ଦେବୀପ୍ରସାଦ ନାୟକ, ଶ୍ରୀମତୀ ସରିତା ନାୟକ ଶ୍ରୀମତୀ ପ୍ରିୟମ୍ବଦା ମାଳି, ଅମ୍ବିକା ପ୍ରସାଦ ମାଳି ଶଙ୍କର୍ଷଣ ତ୍ରିପାଠୀ , ଙ୍କ ସମେତ ବହୁ କବି କବୟିତ୍ରୀ ଲେଖକ ଲେଖିକା ଯୋଗଦାନ କରିଥିଲେ ସାଧାରଣ ସମ୍ପାଦିକା ଡ଼ ସୂଚନା ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande