ବାଇକ-ବୋଲେରୋ ମୁହାଁମୁହିଁ ଧକ୍କା, ଜଣେ ମୃତ
ଭୁବନେଶ୍ୱର/ବୌଦ୍ଧ, 19 ଏପ୍ରିଲ - ବାଇକ-ବୋଲେରୋ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ବାଇକ ଆରୋହୀ ରାସନ ଦୋକାନୀଙ୍କର ଘଟ
ବାଇକ-ବୋଲେରୋ ମୁହାଁମୁହିଁ ଧକ୍କା, ଜଣେ ମୃତ


ଭୁବନେଶ୍ୱର/ବୌଦ୍ଧ, 19 ଏପ୍ରିଲ - ବାଇକ-ବୋଲେରୋ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ବାଇକ ଆରୋହୀ ରାସନ ଦୋକାନୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ହେଲେ ବୌଦ୍ଧ ଥାନା ରାଧାନଗର ଗ୍ରାମର ନାରାୟଣ ମେହେର । ନିଜର ରାସନ ଦୋକାନ ପାଇଁ ବୌଦ୍ଧରୁ ସାମଗ୍ରୀ ନେଇ ରାଧାନଗର ଅଭିମୁଖେ ଆସୁଥିବା ବେଳେ ଲାଣ୍ଡିବନ୍ଧ ଛକରେ ଦୁର୍ଘଟଣା ଘଟିଥିଲା । ଉତ୍ୟକ୍ତ ଲୋକେ ୫୭ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ବନ୍ଦନା


 rajesh pande