ଢେଙ୍କାନାଳରେ ବିଜେପିର ମିଶ୍ରଣ ପର୍ବ
ଭୁବନେଶ୍ୱର, 2 ଏପ୍ରିଲ (ହି.ସ.) - ଢେଙ୍କାନାଳରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏନେଇ କେନ୍ଦ୍ରମନ୍ତ୍
ଢେଙ୍କାନାଳରେ ବିଜେପିର ମିଶ୍ରଣ ପର୍ବ


ଭୁବନେଶ୍ୱର, 2 ଏପ୍ରିଲ (ହି.ସ.) - ଢେଙ୍କାନାଳରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ସୋସିଆଲ ହ୍ୟାଣ୍ଡେଲ ଏକ୍ସରେ କହିଛନ୍ତି ଯେ, ଢେଙ୍କାନାଳରେ ଆୟୋଜିତ ମିଶ୍ରଣ ପର୍ବରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ଡ. ଅକ୍ଷୟ କୁମାର ମହାନ୍ତି, ସ୍ୱନାମଧନ୍ୟ ଡା.ଶାନ୍ତିଭୂଷଣ ପଣ୍ଡାଙ୍କ ସମେତ ଅନେକ ବିଜେଡି ଓ କଂଗ୍ରେସ କର୍ମୀ, ସମାଜସେବୀ ଓ ସମର୍ଥକଙ୍କୁ ଦଳରେ ସ୍ୱାଗତ କଲି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ ନେତୃତ୍ୱ ଓ ‘ସବକା ସାଥ୍ – ସବକା ବିକାଶ’ ମନ୍ତ୍ରରେ ଆସ୍ଥାପ୍ରକଟ କରି ଦଳରେ ଯୋଗଦେଇଥିବାରୁ ଧନ୍ୟବାଦ । ପ୍ରଧାନମନ୍ତ୍ରୀ ଆଗାମୀ ୨୫ ବର୍ଷ ସୁଦ୍ଧା ଦେଶକୁ ବିକଶିତ କରିବାର ଲକ୍ଷ୍ୟ ନେଇ ସବୁ ଦିଗକୁ ବିଶେଷ ପ୍ରାଧାନ୍ୟ ଦେଉଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande