ଗଞ୍ଜେଇ ଚାଲାଣ ମାମଲା : ଦୁଇ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ୍
ଗଞ୍ଜାମ, ୨୦ ଅପ୍ରେଲ (ହି.ସ.)- ଗଞ୍ଜେଇ ଚାଲାଣ ମାମଲାର ଶୁଣାଣି କରି ଆବଶ୍ୟକ ସାକ୍ଷ୍ୟ, ପ୍ରମାଣ ଥିବାରୁ ବ୍ରହ୍ମପୁର ଏଡ
ଗଞ୍ଜେଇ ଚାଲାଣ ମାମଲା : ଦୁଇ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ୍


ଗଞ୍ଜାମ, ୨୦ ଅପ୍ରେଲ (ହି.ସ.)- ଗଞ୍ଜେଇ ଚାଲାଣ ମାମଲାର ଶୁଣାଣି କରି ଆବଶ୍ୟକ ସାକ୍ଷ୍ୟ, ପ୍ରମାଣ ଥିବାରୁ ବ୍ରହ୍ମପୁର ଏଡିଜେ-୧ ଡା. ଇନ୍ଦୁ ଶର୍ମା ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସେମାନେ ହେଲେ ଉତରପ୍ରଦେଶ ବାରାଣାସୀର ଚାନ୍ଦ ଅହମ୍ମଦ ଓ ମହମ୍ମଦ ଅକିଲ । କୋର୍ଟ ଉଭୟଙ୍କୁ ୧୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ରାୟ ଦେଇଛନ୍ତି । ଜୋରିମାନା ଅନାଦୟେ ୧ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ହିନ୍ଦୁସ୍ଥାନ ସମାଚାର/ହୃଷୀକେଶ/ପ୍ରଦୀପ୍ତ/ସମନ୍ୱୟ


 rajesh pande