ଫାଇନାନ୍ସ ସଂସ୍ଥାରୁ ୧୩ ଲକ୍ଷ ଟଙ୍କା ଚୋରି ଘଟଣା : ୨ କର୍ମଚାରୀ ଗିରଫ
ଗଞ୍ଜାମ, ୨୦ ଅପ୍ରେଲ (ହି.ସ.)- ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲାଠି ଗ୍ରାମରେ ଥିବା ଏକ ଘରୋଇ ଫାଇନାନ୍ସ ସଂସ୍ଥାରୁ ୧
ଫାଇନାନ୍ସ ସଂସ୍ଥାରୁ ୧୩ ଲକ୍ଷ ଟଙ୍କା ଚୋରି ଘଟଣା : ୨ କର୍ମଚାରୀ ଗିରଫ


ଗଞ୍ଜାମ, ୨୦ ଅପ୍ରେଲ (ହି.ସ.)- ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲାଠି ଗ୍ରାମରେ ଥିବା ଏକ ଘରୋଇ ଫାଇନାନ୍ସ ସଂସ୍ଥାରୁ ୧୩ ଲକ୍ଷରୁ ଅଧିକ ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଘଟଣାରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଦୁଇ ଜଣ ହେଲେ ସେହି ସଂସ୍ଥାର କର୍ମଚାରୀ ଶୁଭେନ୍ଦୁ ନାୟକ ଓ ଶମ୍ଭୁନାଥ ପ୍ରଧାନ ।

ଗତ ୭ ତାରିଖ ରାତିରେ କୌଣସି ଦୁର୍ବୃତ ଏହି ସଂସ୍ଥାର କାର୍ଯ୍ୟାଳୟ ଭିତରେ ପଶି ୧୩ ଲକ୍ଷରୁ ଅଧିକ ଟଙ୍କା ଚୋରି କରିନେଇଥିବା ନେଇ ସଂସ୍ଥାର କର୍ମଚାରୀ ଦୀପକ ପ୍ରଧାନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ବରିଷ୍ଠ ପୋଲିସ ଅଧିକାରୀ ଓ ସାଇଂଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ଏହି ଚୋରି ପଛରେ କିଛି କର୍ମଚାରୀଙ୍କ ହାତ ଥିବା ସନ୍ଦେହ ହେବାରୁ ପୋଲିସ ଏକାଧିକ କର୍ମଚାରୀଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିବା ପରେ ଘଟଣାର ପର୍ଦାଫାଶ ହୋଇଥିଲା । ଏହି ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀ ଶୁଭେନ୍ଦୁଙ୍କ ନିକଟରେ ଲକର ର ଚାବି ରହିଥିଲା । ପୋଲିସ ତାକୁ ପଚରା ଉଚରା କରିବା ସମୟରେ ସେ ଟଙ୍କା ଚୋରି କରିଥିବା ସ୍ୱୀକାର କରିଥିଲା । ଟଙ୍କା ଚୋରି କରିବାରେ ଶମ୍ଭୁନାଥ ସହଯୋଗ କରିଥିଲା । ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ହିନ୍ଦୁସ୍ଥାନ ସମାଚାର/ହୃଷୀକେଶ/ପ୍ରଦୀପ୍ତ/ସମନ୍ୱୟ


 rajesh pande