ଅଗ୍ନିବୀର ପ୍ରଶିକ୍ଷାର୍ଥୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ ବୀରତ୍ୱର ଅର୍ଥ ଶାରିରୀକ କିମ୍ବା ମାନସିକ ଇଚ୍ଛାଶକ୍ତି ନୁହେଁ, ଉଦ୍ଦେଶ୍ୟ ସବୁଠୁ ବଡ଼ ହେବା ଦରକାର
ସମ୍ବଲପୁର, ଏପ୍ରିଲ ୨୦ (ହି.ସ)– ଅଗ୍ନିବୀରଙ୍କ ବୀରତ୍ୱ ଓ ମାନସିକ ଦୃଢତା ଦେଶର ଭବିଷ୍ୟତ ସହ ଯୋଡିହୋଇଛି । ବୀରତ୍ୱର ଅର
agnibira prasikhyan sibir ku kendra mantrinka paridarshan


agnibira prasikhyan sibir ku kendra mantrinka paridarshan


agnibira prasikhyan sibir ku kendra mantrinka paridarshan


ସମ୍ବଲପୁର, ଏପ୍ରିଲ ୨୦ (ହି.ସ)– ଅଗ୍ନିବୀରଙ୍କ ବୀରତ୍ୱ ଓ ମାନସିକ ଦୃଢତା ଦେଶର ଭବିଷ୍ୟତ ସହ ଯୋଡିହୋଇଛି । ବୀରତ୍ୱର ଅର୍ଥ କେବଳ ଶାରିରୀକ କିମ୍ବା ମାନସିକ ଇଚ୍ଛାଶକ୍ତି ନୁହେଁ । ଉଦ୍ଦେଶ୍ୟ ସବୁଠୁ ବଡ ହେବା ଦରକାର ବୋଲି ସମ୍ବଲପୁରରେ ବୀର ସୁରେନ୍ଦ୍ର ସାଏ ଡିଫେନ୍ସ ଟ୍ରେନିଂ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ଅଗ୍ନିବୀର ମାନଙ୍କୁ ଭେଟିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଏହି ମାଟିର ବୀରତ୍ୱର ଜ୍ୱଳନ୍ତ ପ୍ରତୀକ ଥିଲେ । ବୀର ସୁରେନ୍ଦ୍ର ସାଏଙ୍କ ପାଖରେ ପ୍ରଚଣ୍ଡ ରାଷ୍ଟ୍ରପ୍ରେମ ସହ ଏକ ବଡ଼ ଉଦ୍ଦେଶ୍ୟ ଥିଲା । ପରାଧୀନ ଦେଶରୁ ବ୍ରିଟିଶ ଶକ୍ତିଙ୍କୁ ହଟାଇବା ଥିଲା ସୁରେନ୍ଦ୍ର ସାଏଙ୍କ ମୁଖ୍ୟ ଉଦ୍ଦେଶ୍ୟ । ସେ ଇଂରେଜମାନଙ୍କ ସହ କୈାଣସି ସାଲିସ ନକରି ସମ୍ମୁଖ ସଂଗ୍ରାମ କରି ଶହୀଦ ହୋଇଥିଲେ । ସ୍ୱୟଂ ପାଇଁ ନୁହେଁ, ସମୂହ ପାଇଁ ସେ ନିଜ ଜୀବନ ତ୍ୟାଗ କରିଥିଲେ । ସେହିପରି ତାଙ୍କ ବୀରତ୍ୱ ଓ ବିଚାରରେ ଅନୁପ୍ରାଣିତ ହୋଇ ଅଗ୍ନିବୀରର ଯୁବଶକ୍ତିମାନେ ଆଗାମୀ ଦିନରେ ଦେଶର ସୈନିକ ଶକ୍ତିକୁ ସୁଦୃଢ କରିବା ସହ ବିକଶିତ ଭାରତର ନେତୃତ୍ୱ ନେବାକୁ ଆହ୍ୱାନ ଦେଇଥିଲେ ।

ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମ ଦେଶ ଏକ ମହାଶକ୍ତି ଭାବେ ପରିଗଣିତ ହେଉଛି । ଅଗ୍ନିପଥ ଯୋଜନା ରାଷ୍ଟ୍ର, ସେନା ଏବଂ ଆମର ଯୁବକମାନଙ୍କ ପାଇଁ ସଫଳତା ହିଁ ଆଗାମୀ ଭବିଷ୍ୟତକୁ ଉଜ୍ଜ୍ୱଳ କରିପାରିବ । ଅଗ୍ନିବୀରରେ ଭର୍ତି ହେବା ପାଇଁ ସମ୍ବଲପୁରରେ ନାରୀଶକ୍ତିଙ୍କ ଆଗ୍ରହ ବେଶ୍ ପ୍ରଶଂସନୀୟ । ସେନାରେ କିପରି ଅଧିକରୁ ଅଧିକ ଯୁବଶକ୍ତି ସାମିଲ ହୋଇ ଦେଶର ରକ୍ଷା ଦିଗରେ କାମ କରିପାରିବେ, ସେହି ଲକ୍ଷ୍ୟ ନେଇ ସେନାରେ ଅବସରର ବୟସ ସୀମା ହ୍ରାସ ମଧ୍ୟ କରାଯାଇଛି । ଏହାର ସୁଯୋଗ ପ୍ରଶିକ୍ଷାର୍ଥୀ ମାନେ ନିଅନ୍ତୁ । ସୈନ୍ୟବାହିନୀରୁ ପୂର୍ବ ସୈନିକ ଭାବେ ଫେରିଲେ ସମାଜ ବହୁତ ସମ୍ମାନ ଦେବ । ସୈନ୍ୟବାହିନୀରେ ଅଗ୍ନିବୀରମାନଙ୍କୁ ଶିଖାଯାଉଥିବା ଶୃଙ୍ଖଳା ନିଜର ଓ ସମାଜର ଭବିଷ୍ୟତକୁ ବି ସୁରକ୍ଷିତ ରଖିପାରିବ । ସେହିପରି ପ୍ରଶିକ୍ଷଣ ନେଉଥିବା ଖେଳାଳି ମାନଙ୍କୁ ଫୁଟବଲ, କବାଡି ପରି ସ୍ପୋର୍ଟସର ଏନ୍ତୁଡ଼ିଶାଳ ସମ୍ବଲପୁର ବୋଲି ଦୋହରାଇ ଥିଲେ । ୨୦୩୬ରେ ହେବାକୁ ଥିବା ଅଲମ୍ପିକ୍ସରେ ଯେପରି ସମ୍ବଲପୁର ପଦକ ଆଣିବ, ସେ ନେଇ ଏବେ ଠାରୁ ପ୍ରସ୍ତୁତି କରିବାକୁ ଆହ୍ୱାନ ଦେଇ ଭାରତୀୟ ଦଳରେ ସାମିଲ ହୋଇ ସମ୍ବଲପୁରର ଖେଳାଳି ପଦକ ହାସଲ ଅୟି ଜିଲ୍ଲା ଓ ଦେଶକୁ ଗୌରାବାନ୍ୱିତ କରିବେ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ ପରେ ଶ୍ରୀ ପ୍ରଧାନ ସମ୍ବଲପୁରର ବିଭିନ୍ନ ଅଂଚଳ ସ୍କୁଟିରେ ବୁଲିବା ସହ ସାଧାରଣ ଜନତା ଓ ବ୍ୟବସାୟୀ ମାନଙ୍କୁ ଭେଟି ସେମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଗୋଲବଜାର ବୈଦ୍ୟନାଥ ଛକରେ ଦଳୀୟ କର୍ମୀ ଓ ସମର୍ଥକମାନଙ୍କ ସହ ଏକ ନିର୍ଦ୍ଦିଷ୍ଟ ଦୋକାନରେ ପହଂଚି ସମସ୍ତଙ୍କ ସହ ଚା’ ପିଇଥିଲେ । ପ୍ରାୟ ୫୦ ବର୍ଷର ଏହି ପୁରୁଣା ଦୋକାନରେ ଅନେକ ପୁରାତନ ବନ୍ଧୁ ମାନଙ୍କୁ ଭେଟି ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ସାଧାରଣ ଲୋକଙ୍କ ପରି ବିଭିନ୍ନ ଦୋକାନରୁ ସାମଗ୍ରୀ କିଣାକିଣି କରିବା ସହ ଆତିଥେୟତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ/ସମନ୍ୱୟ


 rajesh pande