ନବୀନ ପଟ୍ଟନାୟକ ଘୋଷଣା କଲେ ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା
ଭୁବନେଶ୍ବର, 20 ଏପ୍ରିଲ - ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହି ତାଲିକାରେ ମୋଟ 9 ଜଣଙ୍କର ନାମ
ନବୀନ ପଟ୍ଟନାୟକ ଘୋଷଣା କଲେ ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା


ଭୁବନେଶ୍ବର, 20 ଏପ୍ରିଲ - ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହି ତାଲିକାରେ ମୋଟ 9 ଜଣଙ୍କର ନାମ ରହିଛି । ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଟିକେଟ୍ ଘୋଷଣା କରିଛନ୍ତି। ବିଜେଡି଼ର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୪ ନୂଆ ମୁହଁ ଥିବା ବେଳେ ୪ ମହିଳା ଅଛନ୍ତି।

ଏବେ ଏବେ ବିଜେଡିରେ ଯୋଗ ଦେଇିଥିବା ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଆସନରୁ ପ୍ରାର୍ଥୀ କରାଯାଇଛି । ସେହିପରି ସନାତନ ମହାକୁଡ଼ଙ୍କୁ ଚମ୍ପୁଆ, କେନ୍ଦ୍ରାପଡ଼ାରୁ ଗଣେଶ୍ବର ବେହେରାଙ୍କୁ ପ୍ରାର୍ଥୀ କରାଯାଇଛି । ସେହିପରି ଚିଲିକାରୁ ରଘୁନାଥ ସାହୁ, ଆନନ୍ଦପୁରରୁ ଅଭିମନ୍ୟୁ ସେଠୀ, ସାରସକଣାରୁ ଦେବାଶିଷ ମାରାଣ୍ଡି, ରେମୁଣାରୁ ବିଦ୍ୟାସ୍ମିତା ମହାଳିକ, ସିମୁଳିଆରୁ ଶୁଭାଷିନୀ ସାହୁ ଓ କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମଙ୍କୁ ଦଳ ପ୍ରାର୍ଥୀ କରିଛି।

ତେବେ ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକାରେ ଚାରିଜଣ ବିଧାୟକଙ୍କ ଟିକେଟ କଟିଛି । ଏମାନେ ହେଲେ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ ଓ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ।

ବିଜେଡି ଏପର୍ଯ୍ୟନ୍ତ ୧୩୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଥିବା ବେଳେ ୧୨ଟି ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ/ବନ୍ଦନା


 rajesh pande