ଦୁଇ ପଂଚାୟତରେ ବିଜେଡି କର୍ମୀ ସମ୍ମିଳନୀ, ଆପଣଙ୍କ ଭଲପାଇବା ଦେଖି ମୁଁ ବିସ୍ମିତ-ସଞ୍ଜୀବ ମଲ୍ଲିକ
ଭଦ୍ରକ, ୨୦ ଅପ୍ରେଲ (ହି.ସ) - ଆଜି ସନ୍ଧ୍ୟାରେ ବନ୍ତ ବ୍ଲକ ଅର୍ନ୍ତଗତ ବଡବର୍ଚ୍ଚିର୍କୟାଁ ଓ କାଦବରାଙ୍ଗ ପଂଚାୟତରେ ବିଜେ
ଦୁଇ ପାୟତରେ ବିଜେଡି କର୍ମୀ ସମ୍ମିଳନୀ, ଆପଣଙ୍କ ଭଲପାଇବା ଦେଖô ମୁଁ ବିସ୍ମିତ-ସଞ୍ଜୀବ ମଲ୍ଲିକ


ଭଦ୍ରକ, ୨୦ ଅପ୍ରେଲ (ହି.ସ) - ଆଜି ସନ୍ଧ୍ୟାରେ ବନ୍ତ ବ୍ଲକ ଅର୍ନ୍ତଗତ ବଡବର୍ଚ୍ଚିର୍କୟାଁ ଓ କାଦବରାଙ୍ଗ ପଂଚାୟତରେ ବିଜେଡି କର୍ମୀ ସମ୍ମୀଳନି ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଏହି କର୍ମୀ ସମ୍ମୀଳନି ଅନୁଷ୍ଠିତ ହୋଇଥିବା ବେଳେ ଏଠାକାର ଲୋକଙ୍କ ସ୍ନେହ, ଶ୍ରଦ୍ଧା ଓ ଭଲପାଇବାକୁ ଦେଖି ମୁଁ ବିସ୍ମିତ ବୋଲି କହିଁଛନ୍ତି ଭଣ୍ଡାରୀପୋଖରିର ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ । ମୋ ପରିବାର ୬୦ବର୍ଷ ଧରି ଅଣ କଂଗ୍ରେସ ସହ ଲଢେଇ କରି ରାଜନୀତିରେ ରହିଛି । ମୁଁ ସେହି ପରିବାରର, ମୁଖ୍ୟମନ୍ତ୍ରୀ ଏଠାରୁ ମୋତେ ପ୍ରାର୍ଥୀ କରିଛନ୍ତି । ମୋତେ ବିଜୟୀ କରାଇଲେ ଆପଣମାନଙ୍କର ସେବା କରିବା ସହ ପ୍ରତିଶୃତି ମୁତାବକ ସମସ୍ତ କାର୍ଯ୍ୟ କରିବି । ଜିଲ୍ଲା ବିଜେଡି ଉପ-ସଭାପତି ତଥା ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି କର୍ମୀ ସମ୍ମିଳନୀରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ଯୁବ ବିଜେଡି ସଭାପତି ସତ୍ୟ ସାଧନ ବେଜ, ବଡବର୍ଚ୍ଚିକୟାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଷ୍ଣୁ ମୋହନ ଜେନା, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ ପ୍ରମୁଖ ଉପସ୍ଥିତ ରହି ନିର୍ବାଚନ ସମ୍ପର୍କିତ ବକ୍ତବ୍ୟ ପ୍ରଦାନ କରି ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ ହେଲେ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଶଂଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ । ସମ୍ମିଳନୀରେ ବହୁ ସଂଖ୍ୟାରେ ମହିଳାଙ୍କ ସମେତ ୫ଶହରୁ ଉର୍ଦ୍ଧ କର୍ମୀ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଶ୍ରୀ ମଲ୍ଲିକଙ୍କୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା । ସେହିପରି କାଦବରାଙ୍ଗ ପଞ୍ଚାୟତରେ ଅନୁଷ୍ଠିତ କର୍ମୀ ସମ୍ମିଳନୀକୁ ପୂର୍ବତନ ସରପଞ୍ଚ ଭାଗୀରଥି ସେଠୀ ସଭାପତିତ୍ୱ କରିଥିଲେ । ସେଠାରେ ଉପରୋକ୍ତ ଅତିଥି ଓ ପଦାଧିକାରୀଙ୍କ ସମେତ କାଦବରାଙ୍ଗ ସରପଞ୍ଚ ତପୋଇ ସେଠୀ, ସମିତି ସଭ୍ୟ ଦିପାରାଣୀ ଜେନା, ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ପହି, କାଦବରାଙ୍ଗ ସେବା ସମବାୟ ସମିତିର ସଭାପତି ବାସୁଦେବ ଜେନା, ଯୁବନେତା ବିଷ୍ଣୁ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନାରେ ବସନ୍ତ ଖିଲାର, ସାଧବା ନନ୍ଦ ପଣ୍ଡା,ସନ୍ଧ୍ୟାରାଣୀ ମହାନ୍ତି, ମଞ୍ଜୁଲତା ପଣ୍ଡା, ଲକ୍ଷ୍ମୀଧର ପେଡି, ରୁଦ୍ରନାରାୟଣ ଜେନା, ବ୍ରଜ ରାଉତ, ବିଶ୍ୱମ୍ବର ଜେନା ପ୍ରମୁଖ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ/ସମନ୍ୱୟ


 rajesh pande