ମହାନଦୀ ବ୍ରିଜ ଉପରେ ଦୁର୍ଘଟଣା, ଜଣେ ମୃତ
ଭୁବନେଶ୍ୱର/ବୌଦ୍ଧ, 20 ଏପ୍ରିଲ (ହି.ସ.) - ବୌଦ୍ଧ ମହାନଦୀ ବ୍ରିଜ ଉପରେ ଦୁର୍ଘଟଣା ଘଟିଛି । ବାଇକକୁ ପଛପଟୁ ଧକ୍କା ଦେ
ମହାନଦୀ ବ୍ରିଜ ଉପରେ ଦୁର୍ଘଟଣା, ଜଣେ ମୃତ


ଭୁବନେଶ୍ୱର/ବୌଦ୍ଧ, 20 ଏପ୍ରିଲ (ହି.ସ.) - ବୌଦ୍ଧ ମହାନଦୀ ବ୍ରିଜ ଉପରେ ଦୁର୍ଘଟଣା ଘଟିଛି । ବାଇକକୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ। ଦୁର୍ଘଟଣାରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ମିଟୁ ବେହେରା । ତାଙ୍କ ବାଇକ ପଛରେ ବସିଥିବା ସ୍ତ୍ରୀ ଗୁରୁତର ହୋଇପଡିଛନ୍ତି । ତାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ବନ୍ଦନା


 rajesh pande